IND vs ENG 1st ODI: ଭାରତ ଆଗରେ ୨୫୯ ରନ୍‌ର ବିଜୟ ଲକ୍ଷ୍ୟ; ଅକ୍ଷର ପଟେଲଙ୍କ ‘ଚୌକା’

Jul 14, 2026 - 20:02
IND vs ENG 1st ODI: ଭାରତ ଆଗରେ ୨୫୯ ରନ୍‌ର ବିଜୟ ଲକ୍ଷ୍ୟ; ଅକ୍ଷର ପଟେଲଙ୍କ ‘ଚୌକା’

"ବର୍ମିହାମ୍‌: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ମଙ୍ଗଳବାର ବର୍ମିଂହାମ୍‌ର ଏଜବାଷ୍ଟନ୍‌ରେ ଖେଳାଯାଉଛି।

ଏହି ମ୍ୟାଚ୍‌ରେ ଟସ୍‌ ଜିଣି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୨୫୮ ରନ୍‌ ସଂଗ୍ରହ କରିଛି।

ଇଂଲଣ୍ଡର ଟିମ୍‌ ୪୭.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ଥିଲା।

ଭାରତ ପାଇଁ ଅକ୍ଷର ପଟେଲ ୪ଟି ୱିକେଟ୍‌ ଅକ୍ତିଆର କରିଛନ୍ତି।

ପ୍ରସିଦ୍ଧ କୃଷ୍ଣ ଏବଂ ଗୁରନୁର ବ୍ରାର୍‌ଙ୍କୁ ୨-୨ ୱିକେଟ୍‌ ମିଳିଥିଲା ବେଳେ ଜସପ୍ରୀତ ବୁମରା ଏବଂ ଶିବଭ ଦୁବେ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

Advertisment ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ଭଲ ଥିଲା।

ଦଳ ୧୨.୨ ଓଭରରେ ପ୍ରଥମ ୱିକେଟ ହାସଲ କରିଥିଲା।

କିନ୍ତୁ ୨୦ ରନ୍‌ ଭିତରେ ଟିମ୍‌ ଆଗଧାଡ଼ିର ୫ଜଣ ଖେଳାଳିଙ୍କୁ ହରାଇଥିଲା।

ଦଳୀୟ ସ୍କୋର ୬୩ ରନ୍‌ରେ ବେନ୍‌ ଡକେଟ୍‌, ୬୪ ରନ୍‌ରେ ହେରି ବ୍ରୁକ୍‌, ଜୋସ ବଟଲର ଏବଂ ସାମ୍‌ କୁରାନ ଆଉଟ୍‌ ହୋଇଥିଲେ।

୧୦୭ ରନ୍‌ରେ ୱିଲ୍‌ ଜ୍ୟାକ୍‌, ୨୨୮ ରନ୍‌ରେ ଲିଆମ ଆର୍ଚ୍ଚର, ୨୫୮ ରନ୍‌ରେ ଆଦିଲ ରସିଦ ଏବଂ ଜୋସ୍‌ ଟଙ୍ଗ୍‌ ଆଉଟ୍‌ ହୋଇଥିଲେ।

New milestone: ମହିଳା କ୍ରିକେଟ୍‌ରେ ନୂଆ ମାଇଲ୍‌ଖୁଣ୍ଟ: ଲର୍ଡ୍ସର ପ୍ରଥମ ମହିଳା ଟେଷ୍ଟ ଜିତିଲା ଭାରତ ଇଂଲଣ୍ଡ ପକ୍ଷରୁ ଏହି ମୁକାବିଲାରେ ସର୍ବାଧିକ ରନ୍‌ ଜୁଏ ରୁଟ ଅପରଜିତ ୭୬ ରନ୍‌ ସଂଗ୍ରହ କରିଥିଲେ।

ସେ ୭୬ଟି ବଲ୍‌ ଖେଳି ୭୬ ରନ୍‌ କରିଥିଲେ।

ଏଥିରେ ୬ଟି ଚୌକା ଏବଂ ଗୋଟିଏ ଛକା ସାମିଲ କରିଥିଲେ।

ଲିଆମ୍‌ ୮୩ଟି ବଲ୍‌ ଖେଳି ୬ଟି ଚୌକା ଏବଂ ଗୋଟିଏ ଛକା ବଳରେ ୬୮ ରନ୍‌ ସଂଗ୍ରହ କରିଥିଲେ।

ବେନ୍‌ ଡକେଟ୍‌ ୪୫ଟି ବଲ୍‌ ଖେଳି ୬ଟି ଚୌକା ଏବଂ ୨ଟି ଛକା ବଳରେ ୪୩ ରନ୍‌ ସଂଗ୍ରହ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।