Increase milk production: ‘ମିସନ୍‌ମୋଡ୍‌ରେ ବୃଦ୍ଧି ହେଉ ଦୁଗ୍ଧ ଉତ୍ପାଦନ

Jun 25, 2026 - 08:00
Increase milk production: ‘ମିସନ୍‌ମୋଡ୍‌ରେ ବୃଦ୍ଧି ହେଉ ଦୁଗ୍ଧ ଉତ୍ପାଦନ

"ଭୁବନେଶ୍ବର: ରାଜ୍ୟରେ ମୁଣ୍ଡ ପିଛା ଦୁଗ୍ଧ ଉତ୍ପାଦନ ଜାତୀୟ ହାର ତୁଳନାରେ କମ୍‌ ରହିଛି।

ପ୍ରଜନନ ଶକ୍ତି ହ୍ରାସ ପାଇବା, ଉନ୍ନତ ପ୍ରଜାତିର ପାଳନ ତଥା ଗୋସମ୍ପଦକୁ ଉପଯୁକ୍ତ ପୋଷଣ ଅଭାବ ଏଥିପାଇଁ ଦାୟୀ।

ଅନୁରୂପ ଭାବେ ଗୋସମ୍ପଦ ହ୍ରାସ ପାଇବା ପଛରେ ସରକାରୀ ଓ ପ୍ରଶାସନିକ ବିଫଳତା ମଧ୍ୟ ଦାୟୀ।

ଜାତୀୟ ତୁଳନାରେ ପହଞ୍ଚିବା ପାଇଁ ଆମକୁ ମିସନ୍‌ ମୋଡ୍‌ରେ କାମ କରିବାକୁ ହେବ।

ଦୁଗ୍ଧଚାଷୀ ତଥା ଗୋପାଳକଙ୍କ ପାଇଁ ପ୍ରଣୟନ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟାନ୍ବୟନ ଠିକ୍‌ ଢଙ୍ଗରେ ହୋଇପାରିଲେ ଗୋସମ୍ପଦ ବୃଦ୍ଧି ପାଇବ।

ସୁବନ ଖୁଣ୍ଟିଆ ପଞ୍ଚମ ସ୍ମାରକୀ ବକ୍ତୃତା ଅବସରରେ ଆୟୋଜିତ ଶୀର୍ଷକ "ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ: ସମସ୍ୟା ଓ ସମାଧାନ" ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓମ୍‌ଫେଡ୍‌ର ପ୍ରଥମ ପରିଚାଳନା ନିର୍ଦ୍ଦେଶକ ରମେଶ ଚନ୍ଦ୍ର ପଣ୍ଡା ଏହା କହିଛନ୍ତି।Advertisment Broken heart: ଭଙ୍ଗା ହୃଦୟରେ ଆଧ୍ୟାତ୍ମିକ ମଲମ ଗୀତଗୋବିନ୍ଦ ସଦନରେ ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମରଂଜନ ପଟ୍ଟନାୟକ କହିଲେ, ବିକାଶର ମାପକାଠିକୁ ବିଚାର କରାଗଲେ, ସର୍ବନିମ୍ନ ସ୍ତରରେ ଥିବା ଲୋକଟି ଯଦି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୁଏ ତେବେ ଏହି ବିକାଶ ଠିକ୍‌ ବାଟରେ ଯାଉନାହିଁ ବୋଲି କହିବା।

ବିକାଶ ନାମରେ ଆମେ ଜଙ୍ଗଲ, ଖଣି, ଲଘୁଖଣିଜ ଦ୍ରବ୍ୟ ଆଦି ହ୍ରାସ ପାଇବାକୁ ଲାଗୁଛି।

ବିକାଶ ନାମରେ ଆମେ ଯେଭଳି ପରିବେଶର ବିନାଶ କରୁଛେ, ସେ ସମ୍ପର୍କରେ ଭାବିବାର ସମୟ ଆସିଛି।

କମ୍‌ ବିନାଶ ବଦଳରେ ବିକାଶମୂଳକ କାର୍ଯ୍ୟ କରିବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ପ୍ରତିଷ୍ଠାନର ସଭାପତି ଗୋବିନ୍ଦ ଭୂୟାଁ ଆଦର୍ଶ ଚାଷୀ ଓ ମହିଳା କୃଷକମାନେ ରାଜ୍ୟରେ ଉନ୍ନତ କୃଷି ଲାଗି ନେତୃତ୍ବ ନେବାକୁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ପ୍ରାଧ୍ୟାପକ କାମଦେବୀ ‌ସେଠୀ ଦୁଗ୍ଧ ଉତ୍ପାଦନ ଲାଗି ଆବଶ୍ୟକ ଭିତ୍ତିଭୂମିକୁ ସୁଦୃଢ଼ କରିବା ନେଇ ବକ୍ତବ୍ୟ ଦେଇଥିଲେ।

Earthquake: ଭେନେଜୁଏଲାରେ କ୍ରମାଗତ ୨ଭୂମିକମ୍ପ, ଲୋକେ ଭୟଭୀତ  ପ୍ରତିଷ୍ଠାନର ପୃଷ୍ଠପୋଷକ ନଟବର ଖୁଣ୍ଟିଆ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ।

ଏହି ଅବସରରେ କୃଷି ବିଜ୍ଞାନୀ ସୁଶାନ୍ତ କୁମାର ଦାଶଙ୍କୁ "କୃଷି ଗବେଷକ ସମ୍ମାନ", ମୟୂରଭଞ୍ଜ ଜିଲ୍ଲାର ଚଞ୍ଚଳା ମହାନ୍ତଙ୍କୁ "ଆଦର୍ଶ ମହିଳା ଚାଷୀ" ଓ ପିପିଲି ଅଞ୍ଚଳର ମନମୋହନ ବେହେରାଙ୍କୁ "ଆଦର୍ଶ ଗୋପାଳକ" ସମ୍ମାନ ପ୍ରଦାନ କରାଯାଇଥିଲା।

ଓମ୍‌ଫେଡ୍‌ର ଅଧିକାରୀ ବିଶ୍ବରଂଜନ ତ୍ରିପାଠୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ସଭାରେ ମୋନାର ପ୍ରତିଷ୍ଠାତା ଶତାୟୁ ପଦ୍ମଚରଣ ନାୟକ, ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବିଭିନ୍ନ ବିର୍ଗ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଶରତ ପରିଡ଼ା ଅତିଥିଙ୍କୁ ଆମନ୍ତ୍ରଣ କରିଥିଲେ।

ଜଗଦୀଶ ପ୍ରଧାନ ଧନ୍ୟବାଦ ଦେଇଥିଲେ।

ସୁଦତ୍ତା ଖୁଣ୍ଟିଆ ଓ ଶିବଦତ୍ତା ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।"