Income Tax Returns Filed: ୫.୯ କୋଟିରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲ
"ନୂଆଦିଲ୍ଲୀ : ୨୦୨୬-୨୭ ଆକଳନ ବର୍ଷ ପାଇଁ ଜୁଲାଇ ୩୧ ସୁଦ୍ଧା ୫.୯ କୋଟିରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲ ହୋଇଛି ।
ଆୟକର ବିଭାଗ ପକ୍ଷରୁ ଶନିବାର ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ଯେଉଁ ଆୟକରଦାତାତାଙ୍କର ଆକାଉଣ୍ଟ ଅଡିଟ୍ କରିବାର ଆବଶ୍ୟକତା ନାହିଁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ସେମାନଙ୍କ ନିମନ୍ତେ ବିନା ଜରିମାନାରେ ଆୟକର ରିଟର୍ଣ୍ଣ (ଆଇଟିଆର୍ ୧ ଓ ୨) ଦାଖଲ କରିବାର ଶେଷ ତାରିଖ ଜୁଲାଇ ୩୧ ରହିଥିଲା ।Advertisment Arrest: ଭ୍ୟାନିଟି ଛିନ୍ତାଇ ଘଟଣାରୁ ମୋବାଇଲ୍ ଲୁଟ୍ର ପର୍ଦ୍ଦାଫାସ ତେବେ ଉପରୋକ୍ତ ଦୁଇ ବର୍ଗର ବ୍ୟକ୍ତିମାନଙ୍କ ପାଇଁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେଇ ଆୟକର ରିଟର୍ଣ୍ଣ ଦାଖଲ କରିବା ସୁଯୋଗ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିଛି ।
ଆୟକର ରିଟର୍ଣ୍ଣ ପୋର୍ଟାଲରୁ ଜଣାଯାଇଛି ଯେ ଦାଖଲ ହୋଇଥିବା ୫.୯୨ କୋଟି ରିଟର୍ଣ୍ଣ ମଧ୍ୟରୁ ୫.୪୭ କୋଟିରୁ ଅଧିକର ଯାଞ୍ଚ ଏବଂ ପ୍ରାୟ ୨.୩୮ କୋଟି (୪୦ ପ୍ରତିଶତରୁ ଅଧିକ) ରିଟର୍ଣ୍ଣର ପ୍ରୋସେସିଂ କାର୍ଯ୍ୟ ସମ୍ପାଦିତ ହୋଇଛି ।
ୱେବସାଇଟ୍ରେ ସମସ୍ୟା ଯୋଗୁ ଗତବର୍ଷ ଉକ୍ତ ଦୁଇ ବର୍ଗର ଆୟକରଦାତାଙ୍କ ପାଇଁ ରିଟର୍ଣ୍ଣ ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ବଢ଼ାଯାଇଥିଲା ।
ସେହି ସମୟ ମଧ୍ୟରେ ୭.୩ କୋଟିରୁ ଅଧିକ ବ୍ୟକ୍ତି ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।