HydrogenTrain: ଦେଶରେ ଗଡ଼ିବ ନୂଆ ହାଇଡ୍ରୋଜେନ୍‌ ଟ୍ରେନ୍‌

Jul 16, 2026 - 19:15
HydrogenTrain: ଦେଶରେ ଗଡ଼ିବ ନୂଆ ହାଇଡ୍ରୋଜେନ୍‌ ଟ୍ରେନ୍‌

"ନୂଆଦିଲ୍ଲୀ: ଆସନ୍ତାକାଲି ଦେଶର ପ୍ରଥମ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଟ୍ରେନ୍‌ର ଚଳାଚଳ ଆରମ୍ଭ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଜିନ୍ଦ-ସୋନିପତ୍ ସେକ୍ସନ୍‌ରେ ଏହି ଟ୍ରେନ୍‌ର ଶୁଭାରମ୍ଭ କରିବେ।

ଏହି ଟ୍ରେନ୍‌କୁ ଏଭଳି ଭାବରେ ପ୍ରସ୍ତୁତ କରାଯାଇଛି ଯେ ଏହା ଉପରିଭାଗରେ ଥିବା ବିଦ୍ୟୁତ୍ ତାର କିମ୍ବା ଡିଜେଲ୍ ଇଞ୍ଜିନ୍ ଉପରେ ନିର୍ଭର ନ କରି ନିଜ ଭିତରେ ହିଁ ହାଇଡ୍ରୋଜେନ୍ ବ୍ୟବହାର କରି ବିଦ୍ୟୁତ୍ ଉତ୍ପାଦନ କରିପାରିବ।

ଦେଶର ୯୯ ପ୍ରତିଶତରୁ ଅଧିକ ବ୍ରଡ୍‌ ଗେଜ୍‌ ନେଟ୍‌ୱର୍କର ବିଦ୍ୟୁତ୍‌କରଣ କରିବା ପରେ ଏହି ଉଦ୍ୟମ ଆରମ୍ଭ ହୋଇଥିଲା।Advertisment ଆହୁରି ପଢନ୍ତୁ: Rath Yatra In Patali: ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଏହି ଟ୍ରେନ ନିଜସ୍ବ ପ୍ରଯୁକ୍ତିରେ ବିଦ୍ୟୁତ୍‌ ସୃଷ୍ଟି କରି ବାହାରକୁ କେବଳ ବାଷ୍ପ ଓ ଉତ୍ତାପ ଛାଡ଼ିବ।

ଟ୍ରେନ୍‌ରେ ୧୦ଟି ‌ଡବା ରହିବ ଯେଉଁଥିରୁ ଆଠଟି ଯାତ୍ରୀଙ୍କ ପରିବହନ ପାଇଁ ଏବଂ ଦୁଇଟି ହାଇଡ୍ରୋଜେନ୍‌ ଚାଳିକ ପାୱାର କାର୍‌ ରହିବ।

ସେଥିରେ ୨୬୦୦ ଯାତ୍ରୀ ଯାତ୍ରା କରିପାରିବେ।

ସାରା ବିଶ୍ବରେ ଚାଲୁଥିବା ହାଇଡ୍ରୋଜେନ ଟ୍ରେନ୍‌ଗୁଡ଼ିକରେ ଦୁଇରୁ ଚାରିଟି ଲେଖାଏଁ ଡବା ରହୁଛି।

ଭାରତରେ କିନ୍ତୁ ସର୍ବବୃହତ୍ ତଥା ଅଧିକ ଡବା ବିଶିଷ୍ଟ ଟ୍ରେନ୍‌ ଚାଲିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।