Hyderabad Lufthansa flight: ଲୁଫଥାନ୍‌ସା ଫ୍ରାଙ୍କଫର୍ଟ-ହାଇଦ୍ରାବାଦ ବିମାନକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ

Jun 13, 2026 - 17:50
Hyderabad Lufthansa flight: ଲୁଫଥାନ୍‌ସା ଫ୍ରାଙ୍କଫର୍ଟ-ହାଇଦ୍ରାବାଦ ବିମାନକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ

"ନୂଆଦିଲ୍ଲୀ: ଜର୍ମାନୀର ଫ୍ରାଙ୍କଫର୍ଟରୁ ହାଇଦ୍ରବାଦକୁ ଉଡ଼ାଣ କରିଥିବା ଏକ ଲୁଫଥାନ୍‌ସା ବିମାନକୁ ଆଜି ବୋମା ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ମିଳିଛି।

ଏକ ଇମେଲ୍‌ ଯୋଗେ ଆଜି ଏହି ଧମକ ମିଳିବାପରେ ସୁରକ୍ଷା ସଂସ୍ଥା ପକ୍ଷରୁ ଆବଶ୍ୟକୀୟ ସୁରକ୍ଷା ପଦକ୍ଷେପ ଗ୍ରହଣ ହୋଇଛି ଏବଂ ଅଧିକାରୀମାନେ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଶୁକ୍ରବାର ଦିନ ଲକ୍ଷ୍ନୌର ସିସିଏଆଇଏ ( ଚୌଧରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦର)ରେ ଏକ ଇଣ୍ଡିଗୋ ବିମାନର ଲାଭାଟୋରିରେ ବୋମା ବିସ୍ଫୋରଣ ନେଇ ଏକ ଚିଠି ମିଳିବାପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।Advertisment ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ପରବର୍ତ୍ତୀ ସେନା ମୁଖ୍ୟ ହେବେ:ଘୋଷଣା କଲେ ସରକାର ଏହାପରେ ତୁରନ୍ତ ଯାତ୍ରୀମାନଙ୍କୁ ଖାଲି କରାଯାଇଥିଲା ଏବଂ ଭଲଭାବେ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା।

ଅହମଦାବାଦ-ଲକ୍ଷ୍ନୌ-ଦିଲ୍ଲୀ ରୁଟ୍‌‌ରେ ପରିଚାଳିତ ଇଣ୍ଡିଗୋ ବିମାନ ୬ଇ ୨୧୧୧ରେ ଏହି ଘଟଣା ଘଟିଛି।

ଅଧିକାରୀମାନେ କହିଛନ୍ତି ଯେ, ବୋର୍ଡିଂ ଶେଷ ହୋଇ ସାରିଥିଲା ଏବଂ ବିମାନଟି ଦିଲ୍ଲୀକୁ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବାବେଳେ ବିମାନ କର୍ମଚାରୀମାନେ ଲାବାଟୋରିରେ ଏକ ଟିସୁ ପେପର୍‌ରେ ବୋମା ଧମକ ଲେଖାଥିବା ଦେଖିଥିଲେ।

ଗତକାଲି ପୂର୍ବାହ୍ନ ୧୧.୧୫ରେ ଏହି ଘଟଣା ଘଟିଥିଲା।

ତେବେ ପରେ ଜଣାପଡ଼ିଲା ଯେ ଏହା ଏକ ମିଥ୍ୟା ଧମକ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।