Husband’s 25% Income Not Mandatory: ସ୍ୱାମୀଙ୍କ ଦରମାର ୨୫% ଭରଣପୋଷଣ ଦେବା ବାଧ୍ୟତାମୂଳକ ନୁହେଁ: ହାଇକୋର୍ଟ

Jul 15, 2026 - 10:46
Husband’s 25% Income Not Mandatory: ସ୍ୱାମୀଙ୍କ ଦରମାର ୨୫% ଭରଣପୋଷଣ ଦେବା ବାଧ୍ୟତାମୂଳକ ନୁହେଁ: ହାଇକୋର୍ଟ

ପତ୍ନୀଙ୍କ ଭରଣପୋଷଣ ଟଙ୍କାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ରଖିଛନ୍ତି ଆଲାହାବାଦ୍ ହାଇକୋର୍ଟ । ସ୍ୱାମୀଙ୍କ ମୋଟ ଦରମାର ୨୫ ପ୍ରତିଶତ ଟଙ୍କା ଦେବା କୌଣସି ବାଧ୍ୟତାମୂଳକ ନିୟମ ନୁହେଁ ବୋଲି କୋର୍ଟ କହିଛନ୍ତି । ଏହା କେବଳ ଏକ ସାଧାରଣ ମାର୍ଗଦର୍ଶିକା ।

ମାମଲାର ଗୁରୁତ୍ୱ ଦେଖି କୋର୍ଟ ଏହି ଅର୍ଥରାଶିକୁ ବଢ଼ାଇ ବା କମାଇ ପାରିବେ । ଜଷ୍ଟିସ ଅଚଲ ସଚଦେବ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମୋଟ ଆୟ କହିଲେ କେବଳ ଟିକସ ଏବଂ ଜରୁରୀକାଳୀନ କଟାଯିବା ପରେ ମିଳୁଥିବା ଦରମାକୁ ହିଁ ବୁଝାଇବ ।

କୋର୍ଟ କହିଛନ୍ତି ଯେ ଛାଡ଼ପତ୍ର ପରେ ବି ସ୍ତ୍ରୀ ସମ୍ମାନର ସହ ବଞ୍ଚିବା ପାଇଁ ଭରଣପୋଷଣ ପାଇବାକୁ ହକଦାର । ଏହି ମାମଲାରେ ପରିବାର କୋର୍ଟଙ୍କ ପୁରୁଣା ନିଷ୍ପତ୍ତିକୁ ବଦଳାଇ ମହିଳାଙ୍କ ଭତ୍ତାକୁ ୧୨ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ହାଇକୋର୍ଟ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।