Humanitarian Aid: ଭୂମିକମ୍ପ ପରେ ହାହାକାର: ସାହାଯ୍ୟ ପାଇଁ ଆଗେଇ ଆସିଲା ଭାରତ

ପୂର୍ବ ଆଫଗାନିସ୍ତାନରେ ରିକ୍ଟର ସ୍କେଲରେ ୬.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ଭାରତ ମାନବିକ ସହାୟତା ପଠାଇଛି।

02 September 2025 11:05 AM IST
Humanitarian Aid: ଭୂମିକମ୍ପ ପରେ ହାହାକାର: ସାହାଯ୍ୟ ପାଇଁ ଆଗେଇ ଆସିଲା ଭାରତ

ପୂର୍ବ ଆଫଗାନିସ୍ତାନରେ ରିକ୍ଟର ସ୍କେଲରେ ୬.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ଭାରତ ମାନବିକ ସହାୟତା ପଠାଇଛି।

ପୂର୍ବ ଆଫଗାନିସ୍ତାନରେ ମୃତ୍ୟୁର ତାଣ୍ଡବ ରଚିଛି ଭୂମିକମ୍ପ। ରବିବାର ରାତି ୧୧ଟା ୪୭ରେ ହୋଇଥିବା ଭୂମିକମ୍ପରେ ୮୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮୦୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନର ଏଭଳି ଅସମୟରେ ସହାୟତାର ହାତ ବଢାଇଛି ଭାରତ। ଭାରତ ଆଫଗାନିସ୍ତାନକୁ ମାନବିକ ସହାୟତା ପ୍ରଦାନ କରିଛି। ବୈଦେଶିକ ମନ୍ତ୍ରଣାଳୟ (MEA) ସୋମବାର X ରେ ଏକ ପୋଷ୍ଟରେ ନିଶ୍ଚିତ କରି କହିଛି, "ଭୂମିକମ୍ପ ପରେ ଭାରତ ଆଫଗାନିସ୍ତାନକୁ ମାନବିକ ସହାୟତା ପ୍ରଦାନ କରୁଛି।" ରିଲିଫ୍ ପ୍ରୟାସରେ ଚାଉଳ ବସ୍ତା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଭର୍ତ୍ତି ଟ୍ରକ୍ ରହିଛି।

ପୂର୍ବ ଆଫଗାନିସ୍ତାନରେ ରିକ୍ଟର ସ୍କେଲରେ ୬.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା, ଯାହା ପାକିସ୍ତାନ ଏବଂ ଭାରତ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ରିପୋର୍ଟ କରିଛି ଯେ ଏହା ପରେ ବି ୪ ରୁ ୫ ତୀବ୍ରତା ମଧ୍ୟରେ ଏକାଧିକ ଥର ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ୮ରୁ ୧୦ କିଲୋମିଟର ଗଭୀରତାରେ ଥିଲା।

ଜାତିସଂଘ ମାନବିକ ବ୍ୟାପାର ସମନ୍ୱୟ କାର୍ଯ୍ୟାଳୟ (UNOCHA) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନ ସୀମା ନିକଟରେ ଥିବା ନାଙ୍ଗରହାର ପ୍ରଦେଶର କାମା ଜିଲ୍ଲାରେ ଥିଲା। ରିପୋର୍ଟ ଅନୁତାୟୀ, କୁନାର, ଲାଘମାନ, ନାଙ୍ଗରହାର ଏବଂ ନୁରିସ୍ତାନ ପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। UNOCHA ଆକଳନ କରିଛି ଯେ ଅତି କମରେ ୧୨ ହଜାର ଲୋକ ଏହି ବିପର୍ଯ୍ୟୟରେ ସିଧାସଳଖ ପ୍ରଭାବିତ ହୋଇଛନ୍ତି।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର X ରେ ପୋଷ୍ଟ କରି ଲେଖିଛନ୍ତି"ଆଜି ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ମୱଲାୱି ଆମିର ଖାନ ମୁତାକିଙ୍କ ସହ କଥା ହେଲି। ଭୂମିକମ୍ପରେ ପ୍ରାଣହାନି ପାଇଁ ସମବେଦନା ଜଣାଇଲି। ଭାରତ ଆଜି କାବୁଲରେ ୧୦୦୦ ପରିବାର ତମ୍ବୁ ଯୋଗାଇ ଦେଇଛି। ଭାରତୀୟ ମିଶନ ଦ୍ୱାରା କାବୁଲରୁ କୁନାରକୁ ତୁରନ୍ତ ୧୫ ଟନ୍ ଖାଦ୍ୟ ସାମଗ୍ରୀ ପଠାଯାଉଛି। ଆସନ୍ତାକାଲିଠାରୁ ଭାରତରୁ ଆହୁରି ରିଲିଫ୍ ସାମଗ୍ରୀ ପଠାଯିବ। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଏହି କଷ୍ଟକର ସମୟରେ ଭାରତ ଆଫଗାନିସ୍ତାନ ସହିତ ଠିଆ ହୋଇଛି।”

Disclaimer: This content has been automatically aggregated from television for informational purposes. To read the original article, please visit television.