Hughes App fraud case: ହ୍ୟୁଜ ଆପ୍ ଠକେଇ: ମାଷ୍ଟର ମାଇଣ୍ଡ ଗିରଫ

Hughes App fraud case: ହ୍ୟୁଜ ଆପ୍ ଠକେଇ: ମାଷ୍ଟର ମାଇଣ୍ଡ ଗିରଫ

01 September 2025 02:05 PM IST
Hughes App fraud case: ହ୍ୟୁଜ ଆପ୍ ଠକେଇ: ମାଷ୍ଟର ମାଇଣ୍ଡ ଗିରଫ

Hughes App fraud case: ହ୍ୟୁଜ ଆପ୍ ଠକେଇ: ମାଷ୍ଟର ମାଇଣ୍ଡ ଗିରଫ

କଟକ:  ହ୍ୟୁଜ ଆପ୍ ଠକେଇ ମାମଲାର ମାଷ୍ଟର ମାଇଣ୍ଡ ଗିରଫ। ମାଷ୍ଟର ମାଇଣ୍ଡ ପାର୍ଥ ସାରଥି ଦାସକୁ ବାଲେଶ୍ୱର ଚାନ୍ଦିପୁରରୁ ବାନ୍ଧିଲା କଟକ ସାଇବର ଥାନା ପୋଲିସ। ଅଭିଯୁକ୍ତ ପାର୍ଥ ଜଣେ ପୂର୍ବତନ ସେନା କର୍ମଚାରୀ ବୋଲି ଜଣାପଡଛି। ପାର୍ଥ କଟକ ରାଜେନ୍ଦ୍ର ନଗର ଅଞ୍ଚଳରେ ରହୁଥିଲା। ସେ ହ୍ୟୁଗ ଆପ ସଂସ୍ଥାର କଟକ ମୁଖ୍ୟ ଭାବେ କାମ କରୁଥିଲା। ପ୍ରଥମେ ଲୋକଙ୍କୁ ଆକାଉଣ୍ଟ ଖୋଲିବା ପାଇଁ କହୁଥିଲା। ଆଉ ସେହି ଲୋକଙ୍କ ଜରିଆରେ ଏକାଧିକ ଲୋକଙ୍କ ଆକାଉଣ୍ଟ ଖୋଲାଉଥିଲା। ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଛନ୍ତି ପାର୍ଥ।

ଲୋକଙ୍କୁ ଠକିବା ପରେ ବାଦାମବାଡ଼ିରେ ଥିବା ଅଫିସ ବନ୍ଦ କରିବା ସବ ଆପ୍ଲିକେସ ମଧ୍ୟ ବନ୍ଦ କରିଦେଇଥିଲା । ପରେ ଦରଘାବଜାର ଅଞ୍ଚଳର ଠକାମିର ଶିକାର ହୋଇଥିବା ଏକାଧିକ ବ୍ୟକ୍ତି ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ। ମାମଲାରେ ଏଯାଏଁ ୨ ଜଣଙ୍କୁ ଧରିଛି ପୋଲିସ। ପାର୍ଥ ସାରଥୀଙ୍କୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବ ପୋଲିସ।

Disclaimer: This content has been automatically aggregated from television for informational purposes. To read the original article, please visit television.