Hrithik Unfollowed:ରାଗିଗଲେ କି ହ୍ରିତିକ, କାହିଁକି ଅନଫଲୋ କରିଦେଲେ ସାଉଥର ସୁପରଷ୍ଟାରଙ୍କୁ ?

ଆଶ୍ଚର୍ଯ୍ୟଜନକ ଖବର ସେୟାର କରି କେଆର୍‌କେ ଏକ୍ସରେ ଲେଖିଛନ୍ତି, ବଲିଉଡ୍‌ରେ କେହି ସ୍ଥାୟୀ ବନ୍ଧୁ ନାହାନ୍ତି। ସବୁକିଛି ସଫଳତା ଓ ବିଫଳତା ଉପରେ ନିର୍ଭର କରେ। ଯେତେବେଳୁ ଓ୍ଵାର ୨ ଏକ ବିପର୍ଯ୍ୟୟ ସାବ୍ୟସ୍ତ ହୋଇଛି, ହ୍ରିତିକ ରୋଶନ ତେଲୁଗୁ ଅଭ

21 August 2025 05:10 PM IST
Hrithik Unfollowed:ରାଗିଗଲେ କି ହ୍ରିତିକ, କାହିଁକି ଅନଫଲୋ କରିଦେଲେ ସାଉଥର ସୁପରଷ୍ଟାରଙ୍କୁ ?

ଆଶ୍ଚର୍ଯ୍ୟଜନକ ଖବର ସେୟାର କରି କେଆର୍‌କେ ଏକ୍ସରେ ଲେଖିଛନ୍ତି, ବଲିଉଡ୍‌ରେ କେହି ସ୍ଥାୟୀ ବନ୍ଧୁ ନାହାନ୍ତି। ସବୁକିଛି ସଫଳତା ଓ ବିଫଳତା ଉପରେ ନିର୍ଭର କରେ। ଯେତେବେଳୁ ଓ୍ଵାର ୨ ଏକ ବିପର୍ଯ୍ୟୟ ସାବ୍ୟସ୍ତ ହୋଇଛି, ହ୍ରିତିକ ରୋଶନ ତେଲୁଗୁ ଅଭିନେତା ଜୁନିଅର ଏନଟିଆରଙ୍କ ସହ ବନ୍ଧୁତା ରଖିବାକୁ ଚାହୁଁନାହାନ୍ତି।

ଓ୍ଵାର ୨ ଅଗଷ୍ଟ ୧୪ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା, ଯାହା ୭ ଦିନରେ ଭାରତରେ ୧୯୯.୦୯ କୋଟି ଟଙ୍କାର କଲେକ୍ସନ କରିଛି । ସେହିପରି ବିଶ୍ୱବ୍ୟାପୀ ଆୟ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। କିନ୍ତୁ ଏବେ ଫିଲ୍ମର କଲେକ୍ସନରେ ହ୍ରାସ ଦେଖାଦେଇଛି । ଫିଲ୍ମଟି ୪୦୦ କୋଟି ଟଙ୍କାର ବଜେଟ୍ ଆୟ କରିପାରୁଛି କି ନାହିଁ ଏହା ଉପରେ ସମସ୍ତଙ୍କ ନଜର ରହିଛି ।

କମାଲ ଆର୍ ଖାନ (କେଆର୍‌କେ )ନିକଟରେ ଦାବି କରିଛନ୍ତି ଯେ ଓ୍ଵାର ୨ ବକ୍ସ ଅଫିସ୍‌ରେ ବିଫଳ ହେବା ପରେ ହ୍ରିତିକ ରୋଶନ ଜୁନିଅର ଏନଟିଆରଙ୍କୁ ଅନଫଲୋ କରିଦେଇଛନ୍ତି। ଆଶ୍ଚର୍ଯ୍ୟଜନକ ଖବର ସେୟାର କରି କେଆର୍‌କେ ଏକ୍ସରେ ଲେଖିଛନ୍ତି, ବଲିଉଡ୍‌ରେ କେହି ସ୍ଥାୟୀ ବନ୍ଧୁ ନାହାନ୍ତି। ସବୁକିଛି ସଫଳତା ଓ ବିଫଳତା ଉପରେ ନିର୍ଭର କରେ। ଯେତେବେଳୁ ଓ୍ଵାର ୨ ଏକ ବିପର୍ଯ୍ୟୟ ସାବ୍ୟସ୍ତ ହୋଇଛି, ହ୍ରିତିକ ରୋଶନ ତେଲୁଗୁ ଅଭିନେତା ଜୁନିଅର ଏନଟିଆରଙ୍କ ସହ ବନ୍ଧୁତା ରଖିବାକୁ ଚାହୁଁନାହାନ୍ତି। ଏହା କାରଣରୁ ହ୍ରିତିକ ଜୁନିଅର ଏନଟିଆରଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଦେଇଛନ୍ତି।

ଏହି ପୋଷ୍ଟ ସେୟାର ହେବା ମାତ୍ରେ ଏହା ଭାଇରାଲ ହୋଇଯାଇଛି ଏବଂ ପ୍ରଶଂସକମାନଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛି। କିନ୍ତୁ ହ୍ରିତିକଙ୍କ ପ୍ରଶଂସକମାନେ କେଆର୍‌କେଙ୍କ ଏହି ପୋଷ୍ଟର ଜବାବ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ହ୍ରିତିକ କେବେ ଫଲୋ କରିଥିଲେ ଯେ ଅନଫଲୋ କରିଦେଲେ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ସେ କେବେ ଫଲୋ କରି ନଥିଲେ।

ଆଉ ଜଣେ ୟୁଜର ଲେଖିଛନ୍ତି ହ୍ରିତିକ କେବେ ଜୁନିଅର ଏନଟିଆରଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରି ନଥିଲେ। ଏହା ପରେ କେଆର୍‌କେ ନିଜେ ଟ୍ରୋଲ୍ ହେବା ଆରମ୍ଭ ହୋଇଛନ୍ତି। ପ୍ରକୃତରେ ହ୍ରିତିକ ରୋଶନ କେବେ ଜୁନିଅର ଏନଟିଆରଙ୍କୁ ଫଲୋ କରି ନଥିଲେ। ତଥାପି ସେ ଓ୍ଵାର ୨ର ଷ୍ଟାର କିଆରା ଆଡଭାଣୀ ଏବଂ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କୁ ଫଲୋ କରୁଛନ୍ତି।

Disclaimer: This content has been automatically aggregated from television for informational purposes. To read the original article, please visit television.