HP Police Constable Recruitment: ଶୀଘ୍ର କରନ୍ତୁ ଆବେଦନ: କନଷ୍ଟେବଳ ନିଯୁକ୍ତିର ଶେଷ ତାରିଖ ଅଗଷ୍ଟ ୧୦
"ନୂଆଦିଲ୍ଲୀ: ଯଦି ଆପଣ ହିମାଚଳ ପ୍ରଦେଶର ବାସିନ୍ଦା ଏବଂ ପୁଲିସ ପୋଷାକ ପିନ୍ଧି ଦେଶ ଏବଂ ରାଜ୍ୟ ସେବା କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ହିମାଚଳ ପ୍ରଦେଶ ପୁଲିସ କନଷ୍ଟେବଳ ନିଯୁକ୍ତି -୨୦୨୬ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ନିଯୁକ୍ତି ଅଧୀନରେ ୭୩୪ଟି ପୁଲିସ କନଷ୍ଟେବଳଙ୍କୁ ନିଯୁକ୍ତି ଦିଆଯିବ।
ଅନଲାଇନ୍ ଆବେଦନ ପ୍ରକ୍ରିୟା ୨୦୨୬ ଜୁଲାଇ ୧୦ରୁ ଆରମ୍ଭ ହୋଇଥିବା ବେଳେ ଏହାର ଶେଷ ତାରିଖ ଅଗଷ୍ଟ ୧୦ ରହିଛି।Advertisment କାହା ପାଇଁ କେତେ ଆସନ ଉପଲବ୍ଧ?
ମହିଳା ସଶକ୍ତିକରଣକୁ ଧ୍ୟାନରେ ରଖି ମହିଳାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟକ ପଦବୀ ସଂରକ୍ଷିତ କରାଯାଇଛି।
ପୁରୁଷ କନଷ୍ଟେବଳ ପାଇଁ ୪୯୧ଟି ପଦବୀ ରହିଥିବା ବେଳେ ମହିଳା କନଷ୍ଟେବଳ ପାଇଁ ୨୪୩ଟି ପଦବୀ ରହିଛି।ଯେଉଁ ପ୍ରାର୍ଥୀମାନେ ଏହି ନିଯୁକ୍ତିରେ ଅଂଶଗ୍ରହଣ କରିବାକୁ ଚାହାଁନ୍ତି, ସେମାନେ ଏକ ସ୍ୱୀକୃତିପ୍ରାପ୍ତ ସ୍କୁଲ କିମ୍ବା ବୋର୍ଡରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ।
ସାଧାରଣ ବର୍ଗର ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ରହିବା ଆବଶ୍ୟକ।
ଯଦି ଆପଣ ଏସସି, ଏସଟି, କିମ୍ବା ଓବିସି ଭଳି ସଂରକ୍ଷିତ ବର୍ଗର ପ୍ରାର୍ଥୀ ଅଟନ୍ତି, ତେବେ ସରକାରୀ ନିୟମ ଅନୁଯାୟୀ ବୟସ ସୀମା ଛାଡ଼ର ସୁବିଧା ଦିଆଯିବ।
ଦ୍ଵିତୀୟ ପତ୍ନୀଙ୍କ ସହ ସମ୍ପର୍କ ଅବୈଧ ହେଲେ ବି ଅନୈତିକ ନୁହେଁ: ହାଇକୋର୍ଟ ଶାରୀରିକ ମାନଦଣ୍ଡ ପୁଲିସ ଚାକିରିରେ ଶାରୀରିକ ସୁସ୍ଥତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ତେଣୁ, ବିଭାଗ କିଛି ଉଚ୍ଚତା ଆବଶ୍ୟକତା ସ୍ଥିର କରିଛି।
ସାଧାରଣ ବର୍ଗର ପୁରୁଷଙ୍କ ଅତି କମରେ ୫ଫୁଟ ୬ ଇଞ୍ଚ ଓ ମହିଳାଙ୍କ ୫ଫୁଟ ୨ଇଞ୍ଚ ଉଚ୍ଚତା ରହିବା ଆବଶ୍ୟକ।
ଯେଉଁ ପ୍ରାର୍ଥୀମାନଙ୍କର ଉଚ୍ଚତା ନିର୍ଦ୍ଧାରିତ ମାନଦଣ୍ଡ ଅତିକ୍ରମ କରିବ ସେମାନଙ୍କୁ ଚୟନ ପ୍ରକ୍ରିୟାରେ ଅତିରିକ୍ତ ନମ୍ବର ଦିଆଯିବ।
ଏହା ଆପଣଙ୍କୁ ମେରିଟ୍ ତାଲିକାରେ ସିଧାସଳଖ ଲାଭ ଦେବ।
ନିଯୁକ୍ତି ପ୍ରକ୍ରିୟା ପୁଲିସ କନଷ୍ଟେବଲ୍ ହେବା ପାଇଁ ଆପଣଙ୍କୁ ମୋଟ ପାଞ୍ଚଟି ପର୍ଯ୍ୟାୟ ଦେଇ ଯିବାକୁ ପଡିବ।
ସେଗୁଡ଼ିକ ମଧ୍ୟରେ ଶାରୀରିକ ମାନଦଣ୍ଡ, ଦକ୍ଷତା ପରୀକ୍ଷା,ଲିଖିତ ପରୀକ୍ଷା,ଡକ୍ୟୁମେଣ୍ଟ ଯାଞ୍ଚ ଓ ଡାକ୍ତରୀ ପରୀକ୍ଷା ସାମିଲ ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।