Horoscope 2026 July 10: ଜାଣନ୍ତୁ ଆଜିର ରାଶିଫଳ

Jul 10, 2026 - 00:15
Horoscope 2026 July 10: ଜାଣନ୍ତୁ ଆଜିର ରାଶିଫଳ

"‌ମେଷ: ଆପଣଙ୍କ ଲାଗି ଦିନଟି ସନ୍ତୋଷଜନକ ସାବ୍ୟସ୍ତ ହେବ।

ପରିବାରରେ ମାଙ୍ଗଳିକ କାର୍ଯ୍ୟର ଯୋଜନା କରିବେ।

ଛାତ୍ରୀ ନିଜର କ୍ୟାରିୟର ସମ୍ବନ୍ଧୀୟ ପଠନୀୟ ସମସ୍ୟାକୁ ସହପାଠୀଙ୍କ ସହ ବାଣ୍ଟିବେ।Advertisment ବୃଷ: ବନ୍ଧୁ ବା ପରିଚିତ ନିଜର କାମ ପାଇଁ ଆପଣଙ୍କୁ ବ୍ୟସ୍ତ ରଖିବେ।

ପ୍ଲାଷ୍ଟିକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।

ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: କ୍ୟାରିୟର ବଢ଼ିଆ କରିବା ପାଇଁ କୌଣସି ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ନେବେ।

ଲାଗି ରହିଥିବା ଚିନ୍ତା ସମାପ୍ତ ହେବ।

ସନ୍ତାନ ତରଫରୁ ଖୁସି ଖବର ପାଇବେ।

ଆପଣ କୌଣସି ମହତ୍ବପୂର୍ଣ୍ଣ କାମ ପୂରା କରିବେ।

କର୍କଟ: ଦିନଟି ଆପଣଙ୍କ ଲାଗି ଆନନ୍ଦ ଭରା ରହିବ।

ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ।

ସନ୍ଧ୍ୟାରେ ଜୀବନସାଥୀ ସହ ବାହାରେ ଖାଇବା ଓ ବୁଲିବାରେ ଶାନ୍ତି ପାଇବେ।

ସ୍ବାସ୍ଥ୍ୟ ସଂପୂର୍ଣ୍ଣରୂପେ ଭଲ ରହିବ।

ସିଂହ: ପୂଜାପାଠରେ ସମୟ ବିତିବ।

ଆବଶ୍ୟକତା ବେଳେ କେହି ସାହାଯ୍ୟକାରୀ ଆପଣଙ୍କୁ ସାହାଯ୍ୟ କରିବେ।

ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ।

ଛାତ୍ରଛାତ୍ରୀ ସୋସିଆଲ୍ ମିଡ଼ିଆରେ ଅଧିକ ସମୟ ବିତାଇବେ।

କନ୍ୟା: ଦିନଟି ବ୍ୟସ୍ତତା ଭରା ରହିବ।

ଆପଣ କୌଣସି ବଡ଼ କାମ ପୂରା କରିବା ପାଇଁ ଦାୟିତ୍ବ ପାଇବେ।

କାହାରିକୁ ଆପଣଙ୍କ ମନର କଥା କହିବେ।

ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ।

ତୁଳା: ଅଧିକତର ଯୋଜନା ସଂପୂର୍ଣ୍ଣ ହୋଇପାରେ।

ଜୀବନସାଥୀ ସହିତ ସମ୍ବନ୍ଧରେ ତାଳମେଳ ରହିବ।

ପୁଅଙ୍କୁ ସଫଳତା ମିଳିବା ଯୋଗୁଁ ଘରେ ଖୁସିର ବାତାବରଣ ରହିବ।

ଶିକ୍ଷାର୍ଥୀ ଆଳସ୍ୟ ତ୍ୟାଗ କରନ୍ତୁ। ‌ ବିଛା: ଆପଣ ନିଜର ଶକ୍ତିକୁ ସଂପୂର୍ଣ୍ଣରୂପେ ଅନୁଭବ କରିବେ।

ଅଳଙ୍କାର ଡ଼ିଜାଇନିଙ୍ଗ କରୁଥିବା ଲୋକ ସଫଳ ହେବେ।

ଆପଣଙ୍କ ପରିଶ୍ରମ ଦେଖି ତଳିଆ କର୍ମଚାରୀ ଶିଖିବାକୁ ଚେଷ୍ଟା କରିବେ। ‌ ଧନୁ: ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଲାଗି ଦିନଟି ଶୁଭ।

କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେଇ ପାରନ୍ତି।

ଆପଣଙ୍କ ସମ୍ବନ୍ଧରେ ନୂଆ ଚେତନା ସଂଚାର ହେବ।

ଆପଣଙ୍କୁ କେହି ସାହାଯ୍ୟ ମାଗି ପାରନ୍ତି।

ମକର: ନୂଆ କାମ କରିବା ପାଇଁ କାହାରିଠୁ ପରାମର୍ଶ ନେଇ ପାରନ୍ତି।

ପ୍ରତିଟି ମାମଲାରେ ସକାରାତ୍ମକ ବନାଇ ରହନ୍ତୁ, ଧୈର୍ଯ୍ୟ ବିନମ୍ରତା ବଜାୟ ରଖନ୍ତୁ।

ଡ଼ାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ।‌ କୁମ୍ଭ: ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କିମ୍ବା ପରାମର୍ଶରେ ଲାଭ ହୋଇପାରେ।

ଅନ୍ୟମାନଙ୍କର ଆବଶ୍ୟକତା ଓ ଭାବନାକୁ ନେଇ ସଂବଦେନଶୀଳ ହୋଇପାରନ୍ତି।

କାମରେ ମନ ଲାଗିବ।

ମୀନ: ଶାନ୍ତିରେ କାମଧନ୍ଦା ପୂରା କରିବାକୁ ଚେଷ୍ଟା କରନ୍ତୁ।

ଜୀବନସାଥୀର ଭାବନାକୁ ବୁଝିବାରେ ବହୁ ପରିଣାମରେ ସଫଳତା ମିଳିପାରେ।

ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ମଉଜ ମସ୍ତିରେ ସମୟ ବିତିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।