Horoscope 2026 August 04: ଜାଣନ୍ତୁ ଆଜିର ରାଶିଫଳ...

Aug 04, 2026 - 00:11
Horoscope 2026 August 04: ଜାଣନ୍ତୁ ଆଜିର ରାଶିଫଳ...

"‌ମେଷ: ଆପଣଙ୍କ ରାସ୍ତାରେ ଲାଗି ରହିଥିବା ବାଧା ଦୂର ହେବ।

ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ।

ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।

ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ।

Advertisment ବୃଷ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ।

ଅନ୍ୟମାନଙ୍କର ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତୁ।

ରୋଜଗାର ଖୋଜୁଥିବା ଯୁବକଙ୍କୁ ଉପାର୍ଜନ ମିଳିବ।

ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ମିଥୁନ: ପୂଜାପାଠରେ ସମୟ ବିତିବ।

ପଡ଼ୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢ଼ାଇବେ।

ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ।

ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ରହିବ।

କର୍କଟ: ଚାଲେଞ୍ଜକୁ ଦୃଢ଼ଭାବେ ମୁକାବିଲା କରନ୍ତୁ।

ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହୋଇପାରନ୍ତି।

ବେପାରରେ ଲାଭ ହେବ।

ସପରିବାର ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିପାରନ୍ତି। ‌  ସିଂହ: ଆପଣ ନିଜ କାମରେ ସଫଳତା ଓ ଲାଭ ପାଇବେ।

ଅନ୍ୟମାନଙ୍କ କାମରେ ନିଜର ମତ ଦିଅନ୍ତୁ ନାହିଁ।

ଘରକୁ କୌଣସି ନୂଆ ବନ୍ଧୁର ଆଗମନ ହେବ।

ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।

କନ୍ୟା: କୌଣସି ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ।

ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ।

ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ।

ମହିଳାଙ୍କ ଲାଗି ଭଲ ଦିନଟିଏ।

ଆହୁରି ପଢ଼ନ୍ତୁ- Supreme Court: ରାଜ୍ୟଙ୍କର ଏଫଆଇଆର ପ୍ରତ୍ୟାହାର କରିବାର ସ୍ୱାଧୀନତା ଅଛି କିନ୍ତୁ ଗୁରୁତର ଅପରାଧୀଙ୍କୁ ଆଶ୍ୱସ୍ତି ମିଳିବ ନାହିଁ ତୁଳା: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ।

ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।

ସଙ୍ଗୀତରେ ରୁଚି ରଖୁଥିବା ଲୋକଙ୍କୁ ଭଲ ଗୁରୁ ମିଳିବ।

ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ବିଛା: ପରୋପକାର କାର୍ଯ୍ୟରେ ସମୟ ଦେବେ।

ଜମିରେ ନିବେଶ ଲାଗି ଭଲ ଦିନଟିଏ।

ଆପଣଙ୍କ ପିଲା ବ୍ୟବସାୟ କାମରେ ସହଯୋଗ କରିବେ।

ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।

ଧନୁ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ।

ବହୁ ଦିନର ଆଶା ପୂରଣ ହେବ।

ପ୍ରସାଧନ ଦୋକାନୀଙ୍କୁ ଯଥେଷ୍ଟ ଲାଭ ମିଳିବ।

ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ‌ ମକର: ବ୍ୟବସାୟୀଙ୍କୁ ଆଶାଠାରୁ ଅଧିକ ଲାଭ ହେବ।

ସ୍ବଭାବରେ ଟିକେ ବିରକ୍ତି ରହିବ।

ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ‌ କୁମ୍ଭ: ନୂଆ କାମରେ ରୁଚି ବଢ଼ିବ।

ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ।

ସାମାଜିକ ପରିସର ବୃଦ୍ଧି ହେବ।

ପାରିବାରିକ ଜୀବନ ସୁଖମୟ ହେବ।

ଛାତ୍ରଙ୍କୁ କୌଣସି ଭଲ ଖବର ମିଳିବ।

ମୀନ: ସେମାନଙ୍କ ସହିତ ସମୟ ଅତିବାହିତ କରନ୍ତୁ ଯେଉଁମାନେ ଆପଣଙ୍କୁ ପ୍ରୋତ୍ସାହିତ କରନ୍ତି।

ଅଫିସରେ ଅଧିକ ସମୟ ପରିଶ୍ରମ କଲେ ବାକିଥିବା କାମ ପୂରା ହୋଇଯିବ।

ପ୍ରେମ ଜୀବନ ଭଲ ରହିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।