Hirakud: ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେଲା ଏବର୍ଷର ପ୍ରଥମ ବନ୍ୟାଜଳ
"ସମ୍ବଲପୁର : ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ଜଳ ନିଷ୍କାସିତ ହୋଇଛି।
ସକାଳ ୧୧ଟା ପରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲିଛି | ପରମ୍ପରା ଅନୁସାରେ ପ୍ରଥମେ ହୀରାକୁଦ ପଟୁ ୭ ନମ୍ବର, ପରେ ଆବଶ୍ୟକତା ଅନୁସାରେ ଅନ୍ୟ ଗେଟ୍ ଖୋଲାଯାଇଛି ।
ମିଳିଥିବା ସୂଚନା ମୁତାବକ ଆଜି ୪ଟି ଗେଟ(ବାମ ପାର୍ଶ୍ୱରୁ ୩ଟି, ଡାହାଣ ପାର୍ଶ୍ୱରୁ ୧ଟି) ଖୋଲାଯାଇଥିବାବେଳେ ୧ ଲକ୍ଷ କ୍ୟୁସେକଜଳ ନିଷ୍କାସିତ ହେବ ।
ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪.୯୩ ଫୁଟ ରହିଛି | ୧ ଲକ୍ଷ ୪୧ ହଜାର ୪୩୮ କ୍ୟୁସେକ ପାଣି ହୀରାକୁଦକୁ ପ୍ରବେଶ କରୁଥିବାବେଳେ ସାଧାରଣତଃ ହୀରାକୁଦରୁ ଛଡ଼ାଯାଉଥିବା ବନ୍ୟାଜଳ ଖଇରମାଳ ଏବଂ ବରମୁଳ ପହଞ୍ଚିବା ପାଇଁ ୧୨ରୁ ୧୬ ଘଣ୍ଟା ଲାଗିଯାଏ।
୩୬ରୁ ୪୮ ଘଣ୍ଟା ମଧ୍ୟରେ ଏହା ମୁଣ୍ଡଳିରେ ପହଞ୍ଚିଥାଏ।Advertisment ଆହୁରି ପଢନ୍ତୁ: Green Energy: ଭାରତ ହେବ ସବୁଜ ଶକ୍ତିର ବିଶ୍ୱ କେନ୍ଦ୍ର: ୨୦୭୦ ସୁଦ୍ଧା ନେଟ୍ ଶୂନ୍ୟ ନିର୍ଗମନ ଲକ୍ଷ୍ୟ ଏଥିପାଇଁ ହୀରାକୁଦ ଗେଟ୍ ଖୋଲିବା ପୂର୍ବରୁ ସେଠାରେ ସତର୍କ ସୂଚନା ଜାରି କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ହୀରାକୁଦ ଜଳଭଣ୍ଡାରର ଅଚଳ କ୍ଷମତା (ଡେଡ୍ ଷ୍ଟୋରେଜ) ଜଳସ୍ତର ୫୯୦ ଫୁଟ ହୋଇଥିବା ବେଳେ ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ।
ବନ୍ୟା ନିୟନ୍ତ୍ରଣ ତଥା ବନ୍ଧର ସୁରକ୍ଷାକୁ ଦୃଷ୍ଟିରେ ରଖି ଗେଟ ଖୋଲାଯାଇଥାଏ।
ବନ୍ୟାଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ତଳମୁଣ୍ଡରେ ମହାନଦୀ ତଥା ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ।
ତେଣୁ, ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ପାଇଁ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ପରାମର୍ଶ ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।