High Court: ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦବୀ ପୂରଣ ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ
ଗତ ବର୍ଷ ଅଗଷ୍ଟ ମାସରୁ ସମସ୍ତ ପଦବୀ ଖାଲି ପଡ଼ିଥିଲେ ବି ନୂଆ ନିଯୁକ୍ତି ପାଇଁ କ'ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ହାଇକୋର୍ଟ ଜାଣିବାକୁ ଚାହିଁଛନ୍ତି । ଏହି ପ୍ରସଙ୍ଗରେ ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହା
ଗତ ବର୍ଷ ଅଗଷ୍ଟ ମାସରୁ ସମସ୍ତ ପଦବୀ ଖାଲି ପଡ଼ିଥିଲେ ବି ନୂଆ ନିଯୁକ୍ତି ପାଇଁ କ'ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ହାଇକୋର୍ଟ ଜାଣିବାକୁ ଚାହିଁଛନ୍ତି । ଏହି ପ୍ରସଙ୍ଗରେ ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦବୀ ପୂରଣ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ । ଗତ ବର୍ଷ ଅଗଷ୍ଟ ମାସରୁ ସମସ୍ତ ପଦବୀ ଖାଲି ପଡ଼ିଥିଲେ ବି ନୂଆ ନିଯୁକ୍ତି ପାଇଁ କ'ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ହାଇକୋର୍ଟ ଜାଣିବାକୁ ଚାହିଁଛନ୍ତି । ଏହି ପ୍ରସଙ୍ଗରେ ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପ୍ରତି ଜବାବ ପାଇଁ ଏକ ସପ୍ତାହ ସମୟ ଧାର୍ଯ୍ୟ କରିଛନ୍ତି କୋର୍ଟ ।
ମାମଲାରୁ ପ୍ରକାଶ ଯେ, ୨୦୨୪ ମସିହା ଅଗଷ୍ଟ ମାସରୁ ଓଡ଼ିଶା ଲୋକାୟୁକ୍ତରେ ଅଧ୍ୟକ୍ଷ ଓ ସଦସ୍ୟ ପଦବୀ ଖାଲି ପଡିଛି । ଯାହାକୁ ନେଇ ଦୁର୍ନୀତି ସଂକ୍ରାନ୍ତରେ ଯେଉଁ ଅଭିଯୋଗ ଦାଖଲ ହେଉଛି, ତାହାର ସମାଧାନ ଦିଗ ଏକ ପ୍ରକାର ବନ୍ଦ ହୋଇଯାଇଛି । ଲୋକାୟୁକ୍ତରେ ଜଣେ ଅଧ୍ୟକ୍ଷ ଓ ୪ ଜଣ ସଦସ୍ୟ ରହିବା ସହ ଲୋକୟୁକ୍ତ ଆଇନ ଧାରା ୬ ଅନୁଯାୟୀ ସଦସ୍ୟଙ୍କୁ କାର୍ଯ୍ୟକାଳ ସରିବାର ୩ ମାସ ପୂର୍ବରୁ ନୂଆ ସଦସ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ବ୍ୟବସ୍ଥା ରହିଛି । କିନ୍ତୁ ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗରେ ମାନବାଧିକାର କର୍ମୀ ପ୍ରବୀର ଦାସ ଏହି ମାମଲା ଦାୟର କରିଛନ୍ତି ।
ଗତ ବର୍ଷ ଅଗଷ୍ଟ ମାସରେ ଆୟୁକ୍ତଙ୍କ ସମସ୍ତ ସଦସ୍ୟଙ୍କ କାର୍ଯ୍ୟକାଳ ସରିଥିଲେ ସୁଦ୍ଧା ଅଧ୍ୟକ୍ଷ ଓ ସଦସ୍ୟ ପଦବୀ ନିଯୁକ୍ତି ଦିଗରେ ସରକାର ବ୍ୟାକଫୁଟରେ ରହିଛନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି । ତିନି ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
