Heavy Rains Impact Western Odisha: ନୂଆପଡ଼ାରୁ ସମ୍ବଲପୁର ଯାଏଁ ବର୍ଷାର ପ୍ରଭାବ, ପ୍ରସିଦ୍ଧ ହରିଶଙ୍କର ମନ୍ଦିରରେ ପାଣି

Jul 29, 2026 - 15:27
Heavy Rains Impact Western Odisha: ନୂଆପଡ଼ାରୁ ସମ୍ବଲପୁର ଯାଏଁ ବର୍ଷାର ପ୍ରଭାବ, ପ୍ରସିଦ୍ଧ ହରିଶଙ୍କର ମନ୍ଦିରରେ ପାଣି

ରାସ୍ତା ଘାଟ... ଘର ଦ୍ୱାର... ଜୁଆଡେ ଦେଖିବେ ଖାଲି ପାଣି ଆଉ ପାଣି।... ଲଗାଣ ବର୍ଷା ଏବେ ଚାରିଆଡେ ତାଣ୍ଡବ ରଚିଛି। ଅନେକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।...ତେବେ ନୂଆପଡ଼ା ଜିଲ୍ଲାରେ ତାଣ୍ଡବ ରଚିଛି ଲଘୁଚାଜନିତ ଲଗାଣ ବର୍ଷା l ଜିଲ୍ଲାରେ ହାରାହାରି ବୃଷ୍ଟିପାତ ୧୧୯.୩୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ନୂଆପଡ଼ା ବ୍ଲକରେ ସର୍ବାଧିକ ୧୬୪ ମିଲିମିଟର ବର୍ଷା ହୋଇଛି।

ପ୍ରବଳ ବର୍ଷାରେ ଏକାଧିକ ବ୍ରିଜ୍ ଓ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ବେଳେ କଣ୍ଡେତରା ଗାଁର ଅନେକ ଘରେ ପାଣି ପଶିଛି। ସୁନାବେଡ଼ା ଘାଟିରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି।...

ସେହିପରି ଲଗାଣ ବର୍ଷାରେ ବେହାଲ ସମ୍ବଲପୁର ସହର। ସହରର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାସ୍ତାଘାଟ ଜଳମଗ୍ନ ହୋଇଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପାଣି ଜମିବା ଯୋଗୁଁ ଲୋକମାନେ ଘରୁ ବାହାରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଜି ସକାଳ ସୁଦ୍ଧା ସମ୍ବଲପୁରରେ ୧୩୪.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଆହୁରି ପ୍ରବଳ ବର୍ଷାର ସମ୍ଭାବନା ରହିଛି।...

ଅନ୍ୟପଟେ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର ମନ୍ଦିରରେ ଚଳିତ ବର୍ଷ ପାଣି ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗନ୍ଧମାର୍ଦ୍ଦନ ପାହାଡ଼ରୁ ଝରି ଆସୁଥିବା ପାପ ନାଶିନୀ ଝରଣାରୁ ଗର୍ଜନ କରି ପାଣି ପ୍ରବାହିତ ହେଉଛି।....

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।