Heavy Rain: ତେଲକୋଇରେ ବର୍ଷା ବିତ୍ପାତ: ବାହ୍ୟ ଜଗତରୁ ବିଛିନ୍ନ
"ତେଲକୋଇ: (ବିରଞ୍ଚି କୁମାର ବେହେରା) କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳରେ ୨୪ ଘଣ୍ଟାର ଲଗାଣ ବର୍ଷା ବିତ୍ପାତରେ ଲୋକେ ବେହାଲ ହୋଇ ପଡିଛନ୍ତି।
ତେଲକୋଇ-ଜଗମୋହନପୁର ପୂର୍ତ୍ତ ରାସ୍ତାର ହନୁମନ୍ତିଆ ନାଳରେ ନିର୍ମାଣାଧୀନ ପୋଲର ସେଣ୍ଟ୍ରିଂ ଧୋଇନେବା ସହ ଡ୍ରାଇଭର୍ସନ ରାସ୍ତା ମଧ୍ୟ ଧୋଇ ନେଇଛି।ଫଳରେ ତେଲକୋଇକୁ ଏକ ପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି।ସମାକୋଇ ନଦୀର ଡାକବଙ୍ଗଳା ନିକଟରେ ମଧ୍ୟ ନିର୍ମାଣାଧୀନ ପୋଲର ସେଣ୍ଟ୍ରିଂ ମଧ୍ୟ ଧୋଇ ହୋଇ ଯାଇଛି।
ଫଳରେ ନିର୍ମାଣାଧୀନ ପୋଲ ଗୁଡ଼ିକର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।Advertisment ପୋଲ ଉପରେ ୧୨ ଫୁଟ୍ ଉଚ୍ଚର ବନ୍ୟାଜଳ ସେହିପରି କରଦାଙ୍ଗି ଘୁରୁଡିଆ ନାଳ ପୋଲ ଉପରେ ମଧ୍ୟ ୧୨ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି।ସେହିପରି ପାଞ୍ଚମୁଣ୍ଡିଆ ନାଳରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହେବାରୁ ପୋଲ ଧସି ପଡ଼ିଛି।ଫଳରେ କରଦାଙ୍ଗି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି।
ଅନ୍ୟ ପକ୍ଷରେ ତେଲକୋଇରୁ ୪୯ ନଂ ଜାତୀୟ ରାଜପଥକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।ଗତକାଲି ଭୋର ୪ଟାରୁ ଆଜି ଭୋର ୪ଟା ପର୍ଯ୍ୟନ୍ତ ଲଗାଣ ବର୍ଷା ଯୋଗୁଁ ରାସ୍ତା,ପୋଲ ଓ ଚାଷ କିଆରୀରେ ମଧ୍ୟ ଘାଇ ସୃଷ୍ଟି ହୋଇଛି।ହନୁମନ୍ତିଆ ନାଳରେ ପ୍ରବଳ ବର୍ଷା ପାଣି ପ୍ରବାହିତ ଯୋଗୁଁ ଏକ ଦନ୍ତାହାତୀ ଅଟକି ରହିଥିଲା।ପରେ ବର୍ଷାପାଣି ସୁଅ କମିବା ପରେ ହାତୀଟି ସୁରକ୍ଷିତ ଭାବେ ନିକଟସ୍ଥ ହନୁମନ୍ତିଆ ଜଙ୍ଗଲକୁ ଚାଲି ଯାଇଛି।
କରଦାଙ୍ଗି ଘୁରୁଡିଆ ନାଳରେ ବର୍ଷା ପାଣି ସୁଅରେ ଏକ କାର ନାଳରେ ଭାସି ଯାଇଛି।
କରଦାଙ୍ଗି ପଞ୍ଚାୟତ ସରେଇ ଗ୍ରାମର ଗୋଲଖ ପାତ୍ରଙ୍କ ପୁଅ ପ୍ରବୀଣ ପାତ୍ର ଏକ ଅଲଟୋ କାର ଯୋଗେ ଘୁରୁଡିଆ ପୋଲ ପାର ଘରକୁ ଫେରୁଥିବା ବେଳେ ହଠାତ୍ ଗାଡିର ଷ୍ଟାର୍ଟ ବନ୍ଦ ହୋଇଗଲା।ଫଳରେ ପାଣି ସୁଅରେ କାରଟି ଭାସି ଯାଇଥିବା ଅଭିଯୋଗ କରିଛନ୍ତି।
Encounter: କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସକୁ ଚମ୍ପୁଆ ପୁଲିସର ଏନକାଉଣ୍ଟର "