Heavy Rain Batters Odisha: ବେହାଲ କଲାଣି ଲଘୁଚାପ; ଭିଜୁଛି ଭୁବନେଶ୍ୱରରୁ ବରଗଡ଼, ଆଜି ୫ ଜିଲ୍ଲାରେ ଅତିଭୀଷଣ ବର୍ଷା

ସାରା ରାଜ୍ୟରେ ଭୀଷଣ ବର୍ଷା । ଗତ ୨୪ ଘଣ୍ଟାରେ ବରଗଡ଼ର ସୋହେଲାରେ ସର୍ବାଧିକ ୨୦୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିଭଳି ଗଞ୍ଜାମରେ ୧୪୫.୪ ମିଲିମିଟର, ବରଗଡ଼ର ବରପାଲ୍ଲୀରେ ୧୪୫, ଛତ୍ରପୁରରେ ୧୩୪, ବିଜେପୁରରେ ୧୨୬, ବଲାଙ୍ଗିରରେ ୧୨୨, ପୁରୁଷୋତ୍ତମପୁରରେ ୧୧୫.୬, ମହେନ୍ଦ୍ରଗିରିରେ ୧୧୦.୨, ଗୋପାଳପୁରରେ ୧୦୬.୯ ଏବଂ ଆଳିରେ ୧.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ଏହାରି ଭିତରେ ବଙ୍ଗୋପସାଗରରେ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ କ୍ଷେତ୍ର। ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଂଚଳରେ ସ୍ପଷ୍ଟଚିହ୍ନିତ ହୋଇଛି। ଭୀଷଣରୁ ଅତିଭୀଷଣ ବର୍ଷା ନେଇ ୫ ଜିଲ୍ଲା କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଓ ସୋନପୁରକୁ ଜାରି ହୋଇଛି ରେଡ୍ ଆଲର୍ଟ ।
ସେହିଭଳି ୮ ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ ଓ କେନ୍ଦୁଝର । ସେହିଭଳି ବାକି ୧୭ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
- ବେହାଲ କଲାଣି ଲଘୁଚାପ
- ଭିଜୁଛି ଭୁବନେଶ୍ବରରୁ ବରଗଡ଼
- IMDର ରେଡ୍ ଆଲର୍ଟରେ ଓଡ଼ିଶା
- ଆଜି ୫ ଜିଲ୍ଲାରେ ଅତିଭୀଷଣ ବର୍ଷା
- କନ୍ଧମାଳ, ବୌଦ୍ଧ, ଅନୁଗୁଳକୁ ରେଡ୍ ଆଲର୍ଟ
- ସମ୍ବଲପୁର ଓ ସୋନପୁରକୁ ରେଡ୍ ଆଲର୍ଟଟ
- ୮ ଜିଲ୍ଲାରେ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
- ୟେଲୋ ଆଲର୍ଟରେ ୧୭ ଜିଲ୍ଲା
- ରେଡ୍ ଆଲର୍ଟ-କନ୍ଧମାଳ, ବୌଦ୍ଧ, ଅନୁଗୁଳ
- ରେଡ୍ ଆଲର୍ଟ- ସମ୍ବଲପୁର ଓ ସୋନପୁର
- ଅରେଞ୍ଜ ଆଲର୍ଟ- କଳାହାଣ୍ଡି, ରାୟଗଡ଼ା, ଗଜପତି
- ଅରେଞ୍ଜ ଆଲର୍ଟ-ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ ଓ କେନ୍ଦୁଝର