Heavy Rain: ବର୍ଷା ବିପର୍ଯ୍ୟୟ; ଜମ୍ମୁ-କାଶ୍ମୀରରେ ୨୩, ଆସାମରେ ୧୧ ଜଣଙ୍କ ମୃତ୍ୟୁ
"ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଂଶରେ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ଉପୁଜିଛି।
ଜମ୍ମୁ-କାଶ୍ମୀରରେ ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ରହିଛି ଏବଂ ଗତ ୨ ଦିନ ମଧ୍ୟରେ ବର୍ଷା ଓ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୨୩ରେ ପହଞ୍ଚିଛି।
ପୁଞ୍ଚ ଓ ରାଜୌରୀର ବନ୍ୟାପ୍ରଭାବିତ ଅଞ୍ଚଳରେ ଏବେ ବି ୭ ଜଣ ନିଖୋଜ ଅଛନ୍ତି।
ଲଗାଣ ବର୍ଷା ଯୋଗୁ ରିଲିଫ୍ ଓ ଉଦ୍ଧାର ଅପରେସନ୍ରେ ବାଧା ଉପୁଜିଛି।Advertisment ଅନ୍ୟପକ୍ଷେ ଆସାମରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି।
ଆସାମର ୧୧ ଜିଲ୍ଲାରେ ୩.୧୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।
ବ୍ରହ୍ମପୂତ୍ର, ଦିଖୋ, ଦେସାଙ୍ଗ ଓ ଧନଶିରୀ ସମେତ ଅନେକ ପ୍ରମୁଖ ନଦୀରେ ଏବେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ସେନା, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ଅଗ୍ନି ନିର୍ବାପକ ଓ ଇମର୍ଜେନ୍ସି ସେବା ସମେତ ଏକାଧିକ ସଂସ୍ଥା ଦ୍ବାରା ରିଲିଫ୍ ଓ ଉଦ୍ଧାର ଅପରେସନ୍ ଜାରି ରହିଛି।
ବନ୍ୟା ଯୋଗୁ ଆସାମରେ ୭୫୮ ଗ୍ରାମରେ ୩,୧୦,୮୦୦ ଲୋକ ପ୍ରଭାବିତ ହୋଇଛନ୍ତି।
୯ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଉପର ଆସାମର ବନ୍ୟାପ୍ରବଣ ଗ୍ରାମଗୁଡ଼ିକରୁ ଭାରତୀୟ ସେନା ୫୭୧ ଲୋକଙ୍କୁ ଉଦ୍ଧାର କରିଛି।
Baitarani Flood Review ବୈତରଣୀ କୂଳ ଲଂଘୁଛି, ମନ୍ତ୍ରୀ କହିଲେ, ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି ଅନ୍ୟପକ୍ଷେ ବୁଧବାର ଦେଶର ବିଭିନ୍ନ ଅଂଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆକଳନ କରିଛି।
ଉତ୍ତର, କେନ୍ଦ୍ରୀୟ, ପୂର୍ବ, ଉତ୍ତରପୂର୍ବ ଓ ପଶ୍ଚିମ ଭାରତରେ ଅତି ପ୍ରବଳ ବର୍ଷା ହେବା ନେଇ ଆଇଏମ୍ଡି ସତର୍କ ସୂଚନା ଜାରି କରିଛି।
ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡ ସମେତ ଏକାଧିକ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି।
Heavy Rain: ଆକସ୍ମିକ ବନ୍ୟାରେ ୧୪ ଘର ଓ ଗୁହାଳ ଭାସିଗଲା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।