Heart Attack:ହାର୍ଟ ସର୍ଜନଙ୍କୁ ହାର୍ଟ ଆଟାକ୍‌, ରୋଗୀ ସେବା କରୁ କରୁ ଟଳି ପଡିଲେ

ହସ୍ପିଟାଲ ରାଉଣ୍ଡରେ ବାହାରି ରୋଗୀଙ୍କ ଚିକିତ୍ସା କରୁଥିଲେ। କାହାକୁ କ’ଣ ମେଡିସିନ୍ ଦିଆଗଲା, କାହାର କେମିତି ସ୍ୱାସ୍ଥ୍ୟ ଅଛି ତାହା ତନ୍ନ ତନ୍ନ କରି ଦେଖୁଥିଲେ। ଏତିକି ବେଳେ ଅନ୍ୟର ଜୀବନ ବଞ୍ଚାଉଥିବା ମଣିଷ ରୂପି ଭଗବାନଙ୍କୁ ମାଡି ବସିଲା ଯ

31 August 2025 01:20 PM IST
Heart Attack:ହାର୍ଟ ସର୍ଜନଙ୍କୁ ହାର୍ଟ ଆଟାକ୍‌, ରୋଗୀ ସେବା କରୁ କରୁ ଟଳି ପଡିଲେ

ହସ୍ପିଟାଲ ରାଉଣ୍ଡରେ ବାହାରି ରୋଗୀଙ୍କ ଚିକିତ୍ସା କରୁଥିଲେ। କାହାକୁ କ’ଣ ମେଡିସିନ୍ ଦିଆଗଲା, କାହାର କେମିତି ସ୍ୱାସ୍ଥ୍ୟ ଅଛି ତାହା ତନ୍ନ ତନ୍ନ କରି ଦେଖୁଥିଲେ। ଏତିକି ବେଳେ ଅନ୍ୟର ଜୀବନ ବଞ୍ଚାଉଥିବା ମଣିଷ ରୂପି ଭଗବାନଙ୍କୁ ମାଡି ବସିଲା ଯମ। ହଠାତ ଟଳି ପଡିଲେ ଡାକ୍ତର। ,

ହସ୍ପିଟାଲ ରାଉଣ୍ଡରେ ବାହାରି ରୋଗୀଙ୍କ ଚିକିତ୍ସା କରୁଥିଲେ। କାହାକୁ କ’ଣ ମେଡିସିନ୍ ଦିଆଗଲା, କାହାର କେମିତି ସ୍ୱାସ୍ଥ୍ୟ ଅଛି ତାହା ତନ୍ନ ତନ୍ନ କରି ଦେଖୁଥିଲେ। ଏତିକି ବେଳେ ଅନ୍ୟର ଜୀବନ ବଞ୍ଚାଉଥିବା ମଣିଷ ରୂପି ଭଗବାନଙ୍କୁ ମାଡି ବସିଲା ଯମ। ହଠାତ ଟଳି ପଡିଲେ ଡାକ୍ତର। ଦେଖୁ ଦେଖୁ ଉଡିଗଳା ପ୍ରାଣବାୟୁ। ରୋଗୀଙ୍କ ଚିକିତ୍ସା କରୁ କରୁ ଚାଲିଗଲା ଜୀବନ। ହାର୍ଟ ଆଟାକ୍‌ର ଶିକାର ହେଲେ ହାର୍ଟ ସର୍ଜନ୍‌। ମାତ୍ର ୩୯ ବର୍ଷ ବୟସରେ ଜଣେ ଡାକ୍ତରଙ୍କ ଏଭଳି ଅଚାନକ ମୃତ୍ୟୁ ଏବେ ସମସ୍ତଙ୍କୁ ବିଚଳିତ କରିଛି ।

ଗତ କିଛି ବର୍ଷ ହେବ ହୃଦଘାତ ଜନିତ ରୋଗ ଏବଂ ଅଚାନକ ମୃତ୍ୟୁକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି । କେହି ନାଚୁଥିବା ବେଳେ ହଠାତ୍ ଟଳି ପଡୁଛନ୍ତି ତ ଆଉ କିଏ ବିବାହ କରିବାକୁ ଯାଇଥିବା ବେଳେ ହୃଦଘାତର ଶିକାର ହୋଇ ଆଖି ବୁଜୁଛନ୍ତି । ଏମିତି ଆଉ ଏକ ମାମଲା ସାମ୍ନାକୁ ଆସିଛି ଚେନ୍ନାଇରୁ।

ସେବାଥା ମେଡିକାଲ କଲେଜ। ଏଠକାର ୩୯ ବର୍ଷୀୟ କନସଲଟାଣ୍ଟ ହାର୍ଟ ସର୍ଜନ ଗ୍ରାଡଲିନ ରୟ। ଅଗଷ୍ଟ ୨୮ ତାରିଖ ଗୁରୁବାର ସକାଳ ପ୍ରାୟ ୬ଟା। ୱାର୍ଡ ରାଉଣ୍ଡରେ ବାହାରିଥିଲେ। ଏହି ସମୟରେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଆଉ ଚେତାଶୂନ୍ୟ ହୋଇ ପଡିଥିଲେ ସେ । ତାଙ୍କ ସହକର୍ମୀ ତାଙ୍କୁ ସିପିଆର୍ ଦେଇଥିଲେ। ଷ୍ଟେଣ୍ଟିଙ୍ଗ ସହିତ ତତ୍କାଳ ଏଞ୍ଜିଓପ୍ଲାଷ୍ଟି, ଇଣ୍ଟ୍ରା-ଏଓର୍ଟିକ ବେଲୁନ ପମ୍ପ, ଏପରିକି ଇସିଏମଓ ମଧ୍ୟ ଦେଇଥିଲେ। କିନ୍ତୁ ଆଟାକ୍ ଏତେ ଗମ୍ଭୀର ଥିଲା ଯେ ଶତଚେଷ୍ଟା ପରେ ମଧ୍ୟ ଡାକ୍ତରଙ୍କୁ ବଞ୍ଚାଯାଇ ପାରିଲାନାହିଁ ।

ଗ୍ରାଡଲିନ ରୟଙ୍କ ଜଣେ ସହକର୍ମୀ ଏହି ଦୁଃଖଦ ଖବରକୁ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, କେବଳ ଗ୍ରାଡଲିନ ନୁହଁନ୍ତି ନିକଟରେ ଭାରତରେ ଅନେକ ଯୁବ ଡାକ୍ତର ପ୍ରାୟତଃ ୩୦ ଏବଂ ୪୦ ବର୍ଷ ବୟସ ମଧ୍ୟରେ ହିଁ ହଠାତ୍ ହୃଦଘାତର ଶିକାର ହୋଇଛନ୍ତି । ଦୁଃଖର କଥା ହେଉଛି ଯେଉଁ ଡାକ୍ତର ଅନ୍ୟର ହୃଦୟ ବଞ୍ଚାଇବା ପାଇଁ ନିଜ ଜୀବନ ସମର୍ପଣ କରିଦିଅନ୍ତି, ସେମାନେ ପ୍ରାୟତଃ ନିଜ ହୃଦୟର ଯତ୍ନ ନେବାକୁ ଭୁଲିଯାଆନ୍ତି ।

ଅଧିକ ସମୟ ଧରି କାମ କରିବା , ନିତିଦିନିଆ ଜୀବନର ସନ୍ତୁଳନ ବିଗିଡ଼ିଯିବା , ପ୍ରେସରରେ କାମ କରିବା , ରୋଗୀ ପରିବାରର ନିରନ୍ତର ଚାପ, ଅପରେସନ ଥିଏଟରରେ ଅଧିକ ସମୟ ପର୍ଯ୍ୟନ୍ତ ଛିଡ଼ା ହୋଇ ରହିବା କିମ୍ବା ଓପିଡିରେ ଅଧିକ ସମୟ ପର୍ଯ୍ୟନ୍ତ ବସି ରହିବା, ଖାଦ୍ୟପେୟର ଅନିୟମିତତା, ହସ୍ପିଟାଲର କ୍ୟାଣ୍ଟିନର ଖାଦ୍ୟ ଏବଂ ବାରମ୍ବାର କଫିର ସେବନ ମଧ୍ୟ ବିପଦଜ୍ଜନକ ହୋଇପାରେ । ତେଣୁ ଡାକ୍ତରମାନେ ମଧ୍ୟ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ।

Disclaimer: This content has been automatically aggregated from television for informational purposes. To read the original article, please visit television.