Health: ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ
"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
୯୫% ପ୍ରତିଶତ ରୋଗୀଙ୍କୁ ବାରିପଡାସ୍ଥ ପଣ୍ତିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି।
Advertisment ତେବେ ଆଜି ଜଣେ ରୋଗୀଙ୍କ ଦେହ ଅସୁସ୍ଥ ହେବାରୁ ପ୍ରଥମେ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ତେବେ ସେଠାରେ ଡାକ୍ତର ନଥିବାରୁ ତାଙ୍କ ପରିବାର ଲୋକେ ଉତ୍ତମ ଚିକିତ୍ସା ପାଇଁ ରାଇରାଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
Consumers Protest: ବିଦ୍ୟୁତ ବିଭାଗ ଉପରେ ପୁଞ୍ଜିଭୂତ ଅସନ୍ତୋଷକୁ ନେଇ ଗଣ ଆନ୍ଦୋଳନ: ଆଜି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ ଚିକିତ୍ସାରେ ବିଳମ୍ବ ହେବାରୁ ଗୁରୁତର ହୋଇଥିଲେ।
ପରବର୍ତ୍ତୀ ସମୟରେ ଜଣେ ଆୟୁଷ ଡାକ୍ତର ରୋଗୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
ମୃତକ ଜଣକ ହେଉଛନ୍ତି ବିଶୋଇ ଥାନା ଅନ୍ତର୍ଗତ ତମ୍ବାଝରି ଗ୍ରାମର ରମେଶ ଚନ୍ଦ୍ର ମୁର୍ମୁ।
ଏନେଇ ବିଶୋଇ ଥାନାରେ ଏକ ମାମଲା ରୁଜୁ ହୋଇଛି।
ଡାକ୍ତରଙ୍କ ଆନ୍ଦୋଳନ ପାଇଁ ଦୀର୍ଘ ସମୟ ଧରି ବ୍ୟବଚ୍ଛେଦ ନହୋଇ ଶବ ପଡ଼ି ରହିଥିଲା।
ପରବର୍ତ୍ତୀ ସମୟରେ ଶବ ବ୍ୟବଚ୍ଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଯାଇଛି।
ରମେଶଙ୍କ ମୃତ୍ୟୁ ଚିକିସ୍ୟା ଅଭାବରୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
"