Headmaster Faces Sexual Harassment Allegations: ଫେଭର୍ ମାଗୁଥିଲେ ହେଡ୍ ମାଷ୍ଟର୍, ଫ୍ଲାଇଙ୍ଗ କିସ୍ ଦେଉଥିଲେ, ରୋମାନ୍ସ ପାଇଁ ଡାକୁଥିଲେ
ଫେଭର୍ ମାଗୁଥିଲେ ହେଡ୍ ମାଷ୍ଟର। ଫ୍ଲାଇଙ୍ଗ କିସ୍ ଦେଉଥିଲେ, ରୋମାନ୍ସ ପାଇଁ ଡାକୁଥିଲେ। ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲାର ରଙ୍ଗିଲା ସାର୍। ସାର୍ ଆମର ଫାଇଙ୍ଗ୍ କିସ୍ ଦେଉଛନ୍ତି। ତାଙ୍କୁ ଦେଖି ଛାତ୍ରଛାତ୍ରୀ ବି ଆବାକାବା। କଳାହାଣ୍ଡି ଜିଲ୍ଲାର ଏକ SC-ST ହାଇସ୍କୁଲର ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେର। ତାଙ୍କର କଳା କାରନାମାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।
ପ୍ରଧାନ ଶିକ୍ଷକ ଜଣକ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ସ୍କୁଲର ମାଟ୍ରନ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ । ହେଡ୍ ମାଷ୍ଟର ଫେଭର୍ ମାଗୁଛନ୍ତି । ମାଟ୍ରନଙ୍କ ସହିତ ତିନି ଜଣ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା ସହିତ ଜାତିଆଣ ଆକ୍ଷେପ କରୁଛନ୍ତି । ଏପରିକି ତାଙ୍କ କଥାରେ ରାଜି ନହେଲେ ଦରମା କାଟିଦେବାକୁ ଧମକ ଦେଉଛନ୍ତି ହେଡ୍ ମାଷ୍ଟ୍ରେ। ଯାହାର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଳଜଳ ଦିଶୁଛି ପ୍ରଧାନ ଶିକ୍ଷକଙ୍କ କଳା କାରନାମା। ସ୍କୁଲ ଭିତରେ, ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ମହିଳା କର୍ମଚାରୀଙ୍କୁ ମେହେର ବାବୁ ମାରୁଛନ୍ତି ଫ୍ଲାଇଙ୍ଗ କିସ୍। ଏହା ସହିତ କେଉଁ କେଉଁ ମହିଳା କର୍ମଚାରୀଙ୍କ ସହିତ ରୋମାନ୍ସ କରିଛନ୍ତି ସେ ବିଷୟରେ ମଧ୍ୟ କହୁଛନ୍ତି ।
ଘଟଣା ସଂପର୍କରେ ମାଟ୍ରନଙ୍କଠାରୁ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ପ୍ରଶାସନ। ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ତଦନ୍ତ ଆରମ୍ଭ କରିଥିବା ବେଳେ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେବେ ବୋଲି କହିଛନ୍ତି। ଏନେଇ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।