Haryana man shot dead:ସର୍ବସାଧାରଣରେ ପରିସ୍ରା କରିବାକୁ ବାରଣ କଲେ, ଗୁଳି ଖାଇଲେ...

ଘଟଣା ସମ୍ପର୍କରେ କପିଲଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, “ସେ କେବଳ ଜଣେ ବ୍ୟକ୍ତିଙ୍କୁ ସର୍ବସାଧାଣରରେ ପରିସ୍ରା ନ କରିବାକୁ କହିଥିଲା। ବାସ୍‌ ଏହି ଛୋଟ କଥା ଯୋଗୁ ତାକୁ ଗୁଳି କରି ହତ୍ୟା କରାଯାଇଛି।”

08 September 2025 07:35 PM IST
Haryana man shot dead:ସର୍ବସାଧାରଣରେ ପରିସ୍ରା କରିବାକୁ ବାରଣ କଲେ, ଗୁଳି ଖାଇଲେ...

ଘଟଣା ସମ୍ପର୍କରେ କପିଲଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, “ସେ କେବଳ ଜଣେ ବ୍ୟକ୍ତିଙ୍କୁ ସର୍ବସାଧାଣରରେ ପରିସ୍ରା ନ କରିବାକୁ କହିଥିଲା। ବାସ୍‌ ଏହି ଛୋଟ କଥା ଯୋଗୁ ତାକୁ ଗୁଳି କରି ହତ୍ୟା କରାଯାଇଛି।”

ସର୍ବସାଧାରଣେ ପରିସ୍ରା କରୁଥିବା ଜଣେ ବ୍ୟକ୍ତିଙ୍କୁ ବାରଣ କରି ଜୀବନ ହରାଇଛନ୍ତି ଯୁବକ। ପରିସ୍ରା କରୁଥିବା ଲୋକକୁ ଅଟକାଇବାକୁ ଚେଷ୍ଟା କରି ୨୬ ବର୍ଷୀୟ ଗୁଳି ମାଡ଼ରେ ପ୍ରାଣ ହରାଇଛନ୍ତି। ଆମେରିକାର କାଲିଫର୍ଣ୍ଣିଆରେ ଜଣେ ୨୬ ବର୍ଷୀୟ ଭାରତୀୟ ଯୁବକଙ୍କ ସହ ଏପରି ଘଟଣା ଘଟିଛି। ଗୁଳି ମାଡ଼ରେ ପ୍ରାଣ ହରାଇଥିବା ୨୬ ବର୍ଷୀୟ ଯୁବକଙ୍କ ଘର ଭାରତର ହରିୟାଣାରେ।

ଜିନ୍ଦ ଜିଲ୍ଲାର ବରାହ କାଲା ଗାଁର ମୂଳବାସିନ୍ଦା କପିଲ ଗୁଳି ମାଡ଼ ପରେ ରାସ୍ତାରେ ଟଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ସମ୍ପର୍କରେ କପିଲଙ୍କ ପରିବାର ଲୋକ ସମସ୍ତଙ୍କୁ ସୂଚନା ଦେଇଛନ୍ତି।

ହରିୟାଣାରେ ଜନ୍ମ ଗ୍ରହଣ କରିଥିବା କପିଲ ୨୦୨୨ରେ ବେଆଇନ ଭାବେ ଅର୍ଥାତ ଡଙ୍କି ମାର୍ଗ ଦେଇ ଆମେରିକା ଯାଇଥିଲେ। ଆମେରିକାରେ ପହଞ୍ଚିବା ପାଇଁ ତାଙ୍କୁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ସେଠାରେ ସେ କାମ କରିବା ସହ ଘର ଲୋକଙ୍କ ପାଖକୁ ଟଙ୍କା ପଠାଉଥିଲେ। ପୂରା ପରିବାର ରୋଜଗାରିଆ ପୁଅ ଉପରେ ମଧ୍ୟ ନିର୍ଭର ରହିଥିଲା। ହେଲେ କପିଲଙ୍କୁ ସବୁଦିନ ପାଇଁ ହରାଇ ଦେଇଛନ୍ତି ତାଙ୍କ ପରିବାର ଲୋକ।

ଘଟଣା ସମ୍ପର୍କରେ କପିଲଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, “ସେ କେବଳ ଜଣେ ବ୍ୟକ୍ତିଙ୍କୁ ସର୍ବସାଧାଣରରେ ପରିସ୍ରା ନ କରିବାକୁ କହିଥିଲା। ବାସ୍‌ ଏହି ଛୋଟ କଥା ଯୋଗୁ ତାକୁ ଗୁଳି କରି ହତ୍ୟା କରାଯାଇଛି।”

ଗୁଳି ମାଡ଼ ସର୍ବସାଧାଣରେ ହୋଇଥିବାରୁ ସ୍ଥାନୀୟ ଲୋକ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। କପିଲଙ୍କୁ ସ୍ଥାନୀୟ ହସ୍ପିଟାଲକୁ ମଧ୍ୟ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କପିଲଙ୍କ ଗୋଟିଏ ଚାଷୀ ପରିବାର ପୁଅ। ଏବେ ବିଦେଶରୁ ତାଙ୍କ ମୃତଦେହ ଭାରତ ଆଣିବାକୁ ପରିବାର ଲୋକ ଅକ୍ଷମ। ପରିବାର ଲୋକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପୁଅକୁ ବିଦେଶ ପଠାଇଥିଲେ। ଏବେ ସେମାନଙ୍କ ପାଖରେ ମୃତଦେହ ଆଣିବାକୁ ଟଙ୍କା ନାହିଁ।

ଅନ୍ୟପକ୍ଷରେ ଆମେରିକା ପକ୍ଷରୁ ଅଭିଯୁକ୍ତର ନାଁ କିମ୍ବା ତା’ ସହ ଜଡ଼ିତ କୌଣସି ତଥ୍ୟ ଏଯାଏ ଜାରି କରାଯାଇ ନାହିଁ।

Disclaimer: This content has been automatically aggregated from television for informational purposes. To read the original article, please visit television.