Haiwan Movie: ଅକ୍ଷୟ ଓ ସୈଫଙ୍କ ନୂଆ ଅନ୍ଦାଜା, ନେଗେଟିଭ୍ ଭୂମିକାରେ ନଜର ଆସିବେ ଖିଲାଡି କୁମାର

Jun 29, 2026 - 15:22
Haiwan Movie: ଅକ୍ଷୟ ଓ ସୈଫଙ୍କ ନୂଆ ଅନ୍ଦାଜା, ନେଗେଟିଭ୍ ଭୂମିକାରେ ନଜର ଆସିବେ ଖିଲାଡି କୁମାର

ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ଆଗାମୀ ସିନେମା 'ହୈୱାନ'ର ରିଲିଜ ଡେଟ୍ ସାମ୍ନାକୁ ଆସିବା ପରେ ଏବେ ଏହାର କାହାଣୀକୁ ନେଇ ଏକ ରୋଚକ ଖୁଲାସା ହୋଇଛି। 'ମେଁ ଖିଲାଡ଼ି ତୁ ଅନାଡ଼ି' ପରି ଫିଲ୍ମରେ ସୈଫ ଅଲ୍ଲୀ ଖାନଙ୍କ ସହ ନିଜର କମେଡି କେମିଷ୍ଟ୍ରି ପାଇଁ ପ୍ରଶଂସିତ ଅକ୍ଷୟ କୁମାର ଏଥର ଏହି ସିନେମା ଅତ୍ୟନ୍ତ ଭୟଙ୍କର ଖଳନାୟକ (ନେଗେଟିଭ) ଚରିତ୍ରରେ ନଜର ଆସିବେ।

'ଭୂତ ବଙ୍ଗଲା' ସିନେମାର ଜବରଦସ୍ତ ସଫଳତା ପରେ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ପରବର୍ତ୍ତୀ ସିନେମା 'ହୈୱାନ' ପାଇଁ ପ୍ରସ୍ତୁତ କରାଯାଉଛି। 'ହୈୱାନ' ଆସନ୍ତା ୧୧ ସେପ୍ଟେମ୍ବରରେ ସିନେମା ହଲ୍‌ରେ ରିଲିଜ ହେବ ବୋଲି ଜଣାପଡ଼ିଛି।

ଏହି ସିନେମାର ସବୁଠୁ ବଡ଼ ବିଶେଷତା ହେଉଛି, ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଯୋଡ଼ି ସୈଫ ଅଲ୍ଲୀ ଖାନ୍ ଓ ଅକ୍ଷୟ କୁମାର ପୁଣିଥରେ ଏକାଠି ହୋଇ ପରଦାକୁ ଫେରୁଛନ୍ତି। ୧୯୯୪ ମସିହାରୁ ଏପର୍ଯ୍ୟନ୍ତ ଉଭୟ ୭ଟି ସିନେମାରେ କାମ କରିସାରିଛନ୍ତି। ୨୦୦୮ରେ ମୁକ୍ତିଲାଭ କରିଥିବା 'ଟଶନ୍' ପରଠାରୁ ପ୍ରାୟ ୧୮ ବର୍ଷ ଧରି ସେମାନେ କୌଣସି ଫିଲ୍ମରେ ଏକାଠି ନଜର ଆସିନଥିଲେ।

'ମେଁ ଖିଲାଡ଼ି ତୁ ଅନାଡ଼ି'ରେ ଏହି ଯୋଡ଼ିର ପୁନର୍ମିଳନ ଖବର ଫ୍ୟାନ୍ସଙ୍କ ଉତ୍ସାହକୁ ଅନେକ ଗୁଣ ବଢ଼ାଇ ଦେଇଛି। ତେବେ ଏଥର ଦର୍ଶକ ସେମାନଙ୍କର ପ୍ରସିଦ୍ଧ କମେଡି କେମିଷ୍ଟ୍ରି ନୁହେଁ, ବରଂ ସମ୍ପୂର୍ଣ୍ଣ ଭିନ୍ନ ଓ ଗମ୍ଭୀର ଅନ୍ଦାଜରେ ଉଭୟଙ୍କୁ ଦେଖିବାକୁ ପାଇବେ।

'ହୈୱାନ'ରେ ଅକ୍ଷୟ କୁମାରଙ୍କ ନେଗେଟିଭ୍ ଭୂମିକା

ସୈଫ ଅଲ୍ଲୀ ଖାନ୍‌ “Variety India” ସହ କଥାବାର୍ତ୍ତା ବେଳେ ଅକ୍ଷୟ କୁମାରଙ୍କ ସହ ପୁଣି ଥରେ କାମ କରିବାର ଅନୁଭୂତି ବିଷୟରେ କହିଛନ୍ତି। ସେ କହିଛନ୍ତି 'ଏ ୟେ ଦିଲ୍ଲଗୀ', 'ମେଁ ଖିଲାଡ଼ି ତୁ ଅନାଡ଼ି' ଏବଂ 'ତୁ ଚୋର ମେଁ ସିପାହୀ' ଭଳି ଫିଲ୍ମ ତୁଳନାରେ ସେମାନଙ୍କର ନୂଆ ଫିଲ୍ମ 'ହୈୱାନ' ସମ୍ପୂର୍ଣ୍ଣ ଭିନ୍ନ। ଏହି ଫିଲ୍ମରେ ଅକ୍ଷୟ କୁମାର ଜଣେ ଶକ୍ତିଶାଳୀ ନେଗେଟିଭ୍ (ଖଳନାୟକ) ଚରିତ୍ରରେ ନଜର ଆସିବେ, ଯାହା ଦର୍ଶକଙ୍କ ପାଇଁ ଏକ ନୂଆ ଅନୁଭବ ହେବ।

ସୈଫ କହିଛନ୍ତି ଯେ, ଯେଉଁ ଦର୍ଶକମାନେ ଏହି ଫିଲ୍ମରେ ତାଙ୍କ ଏବଂ ଅକ୍ଷୟଙ୍କ ପୁରୁଣା କମେଡି କେମିଷ୍ଟ୍ରି ଦେଖିବାକୁ ଆଶା କରୁଛନ୍ତି, ସେମାନଙ୍କୁ ଏଥର ସମ୍ପୂର୍ଣ୍ଣ ଭିନ୍ନ କିଛି ଦେଖିବାକୁ ମିଳିବ। 'ହୈୱାନ' ଆମର କମେଡି କେମିଷ୍ଟ୍ରି ଉପରେ ଆଧାରିତ ଫିଲ୍ମ ନୁହେଁ ବୋଲି ସୈଫ କହିଛନ୍ତି।

ଶେଷରେ ସୈଫ କହିଛନ୍ତି, 'ହୈୱାନ'ରେ କମେଡି ଭଳି କିଛି ନାହିଁ। ଏହି ଫିଲ୍ମର ସବୁଠାରୁ ଆକର୍ଷଣୀୟ କଥା ହେଉଛି, ଏଥର ଆମ ଦୁହିଁଙ୍କ ଚରିତ୍ର ମଧ୍ୟରେ ଥିବା ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ଗମ୍ଭୀର ଓ ଗଭୀର। ଏଥିରେ ମଜା-ମସ୍ତି କିମ୍ବା ହସ-ମଜାକ ନୁହେଁ, ବରଂ ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର ଏକ ନୂଆ ଏନର୍ଜି ଦେଖିବାକୁ ମିଳିବ।"