06 JUNE 2026

Welcome!

Unlock your personalized experience.
Sign Up

GULF: ଗଲ୍‌ଫରେ ଯୁଦ୍ଧ ପରିସ୍ଥିତି ତେଜିଲା, କୁଏତ ଉପରେ ଭୀଷଣ ଆକ୍ରମଣ

Jun 03, 2026 - 22:03
GULF: ଗଲ୍‌ଫରେ ଯୁଦ୍ଧ ପରିସ୍ଥିତି ତେଜିଲା, କୁଏତ ଉପରେ ଭୀଷଣ ଆକ୍ରମଣ

କୁଏତ: ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସାମରିକ ସଂଘର୍ଷ ଆଜି ପୁଣି ଭୀଷଣ ରୂପ ନେଇଛି। ଇରାନପକ୍ଷରୁ କୁଏତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ କରି କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଆତ୍ମଘାତୀ ଡ୍ରୋନ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି ଅତର୍କିତ ତଥା ଭୀଷଣ ଆକ୍ରମଣରେ ବିମାନବନ୍ଦରର କର୍ମଚାରୀ, ସୁରକ୍ଷାକର୍ମୀ ଏବଂ ସାଧାରଣ ଯାତ୍ରୀଙ୍କୁ ମିଶାଇ ଅତିକମରେ ୬୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। କୁଏତରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ମୃତ୍ୟୁକୁ ଆଧିକାରିକ ଭାବେ ସ୍ପଷ୍ଟ କରିଥିବା ବେଳେ ଭାରତର ବିଦେଶ ମନ୍ତ୍ରାଳୟ ଆକ୍ରମଣକୁ କଡ଼ା ନିନ୍ଦା କରିଛି। ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁବିମାନବନ୍ଦରରେ ସମସ୍ତ ଉଡ଼ାଣ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଥିଲା ଏବଂ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ‘କୁଏତ ଏୟାରୱେଜ୍’ ବିମାନ ଚଳାଚଳ ପୁଣି ଆରମ୍ଭ କରିଛି।

ଆହୁରି ପଢନ୍ତୁ: Russia: ରୁଷ୍‌ ନିୟନ୍ତ୍ରିତ ଅଞ୍ଚଳରେ ୟୁକ୍ରେନର ଡ୍ରୋନ୍‌ ଆକ୍ରମଣ, ୭ ମୃତ

ଆଜି ଇରାନ ନିଜର ଆକ୍ରମଣ ପରିସରକୁ ବୃଦ୍ଧି କରି ବାହାରିନକୁ ମଧ୍ୟ ଟାର୍ଗେଟ କରିଛି। ବାହାରିନରେ ଅବସ୍ଥିତ ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଞ୍ଚମ ନୌସେନା ବାହିନୀ ମୁଖ୍ୟାଳୟ ଉପରେ ସଫଳ ଆକ୍ରମଣ କରାଯାଇଥିବା ନେଇ ଇରାନ ଦାବି କରିଛି। ତେବେ ବାହାରିନ ଓ ଆମେରିକା ସେନା ମିଳିତ ଭାବେ ଇରାନର ଡ୍ରୋନ ଓ ମିସାଇଲକୁ ଆକାଶମାର୍ଗରେ ହିଁ ଧ୍ୱଂସ କରିଦେଇଥିବା ପେଣ୍ଟାଗନ୍ ସ୍ପଷ୍ଟ କରିଛି। ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଆମେରିକା ସେନା ଇରାନର କେଶମ ଦ୍ୱୀପ ଉପରେ ଜୋରଦାର ବିମାନ ଆକ୍ରମଣ କରିଛି। ଇରାନର ବରିଷ୍ଠ ସାମରିକ ପରାମର୍ଶଦାତା ମୋହସେନ ରେଜାଇ ଆମେରିକାକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ୱାସିଂଟନ ନିଜର ସୀମା ପାର କଲେ ଭୟାବହ ସ୍ଥିତିର ସମ୍ମୁଖୀନ ହେବ।

ଆହୁରି ପଢନ୍ତୁ: Boyanika: ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ରେଶମ ଓଡ଼ିଶାରେ ଡିଜାଇନର ହସ୍ତତନ୍ତ କଲେକ୍ସନ

ଆଜି ଆମେରିକା ଓ ଇରାନ ପରସ୍ପରର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରିବା ଏବଂ ଇରାନ କୁଏତ ବିମାନ ବନ୍ଦରରେ ଧ୍ବଂସଲୀଳା ସୃଷ୍ଟି କରିବା ପରେ ଯୁଦ୍ଧବିରତି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା ଏବେ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସଂବେଦନଶୀଳ ତୈଳ ପରିବହନ ମାର୍ଗ ହର୍ମୁଜ ପ୍ରଣାଳୀ ପ୍ରତି ସୁରକ୍ଷା ବିପଦ ଦେଖାଦେଇଥିବାରୁ, ବିଶ୍ୱ ବଜାରରେ ଆଗକୁ ଅସ୍ଥିରତା ବଢ଼ିବା ଆଶଙ୍କା କରାଯାଉଛି।

ଆହୁରି ପଢନ୍ତୁ: Westbengal: ଋତବ୍ରତ ବାନାର୍ଜୀ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ନିଯୁକ୍ତ

ୟୁଏଇର ବୈଦେଶିକ ବ୍ୟାପାର ବିଭାଗ ଆଜି ଇରାନ ଦ୍ବାରା ବେସାମରିକ ଭିତ୍ତିଭୂମି ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛି ଏବଂ ଗଲ୍ଫ ଦେଶଗୁଡ଼ିକୁ ନିଜର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ ଦେଇଛି। ଅନ୍ୟପଟେ ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ଦକ୍ଷିଣ ଲେବାନନରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ମଧ୍ୟ ଏହି ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।