Gujrat: ୨ବର୍ଷର ପୁଅକୁ ୧୩ ମହଲାରୁ ଫିଙ୍ଗିଦେଲା ମାଆ, ପରେ ନିଜେ ଡେଇଁ କଲା ଆତ୍ମହତ୍ୟା

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଯେଉଁ ସ୍ଥାନରେ ଏହି ଘଟଣା ଘଟିଛି, ସେଠାରୁ ମାତ୍ର ୨୦ ମିଟର ଦୂରରେ ଏକ ଗଣେଶ ପେଣ୍ଡାଲ ଥିଲା। ତଥାପି, ବହୁତ ସମୟ ପର୍ଯ୍ୟନ୍ତ କେହି ଏହି ଘଟଣା ବିଷୟରେ ଜାଣି ପାରିନଥିଲେ।

05 September 2025 09:00 AM IST
Gujrat: ୨ବର୍ଷର ପୁଅକୁ ୧୩ ମହଲାରୁ ଫିଙ୍ଗିଦେଲା ମାଆ, ପରେ ନିଜେ ଡେଇଁ କଲା ଆତ୍ମହତ୍ୟା

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଯେଉଁ ସ୍ଥାନରେ ଏହି ଘଟଣା ଘଟିଛି, ସେଠାରୁ ମାତ୍ର ୨୦ ମିଟର ଦୂରରେ ଏକ ଗଣେଶ ପେଣ୍ଡାଲ ଥିଲା। ତଥାପି, ବହୁତ ସମୟ ପର୍ଯ୍ୟନ୍ତ କେହି ଏହି ଘଟଣା ବିଷୟରେ ଜାଣି ପାରିନଥିଲେ।

ଦୁଇ ବର୍ଷର ଶିଶୁଟି କେବେ ଭାବି ନଥିବ ଯେ ଯେଉଁ ମା’ ତାକୁ ଜନ୍ମ ଦେଇଥିଲା, ସେହି ମା’ ଦିନେ ଏକ ବିଲଡିଂର ୧୩ତମ ମହଲାରୁ ଫିଙ୍ଗି ମାରିଦେବ। ଘଟଣାଟି ଗୁଜରାଟର ସୁରଟରେ ଘଟିଛି । ପୁଅକୁ ବିଲଡିଂର ତଳକୁ ଫିଙ୍ଗିବା ପରେ ଅଭିଯୁକ୍ତ ମହିଳା ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ବୁଧବାର ସନ୍ଧ୍ୟାରେ ଘଟିଥିଲା।

ଏହି ଘଟଣାର ଏକ ସିସିଟିଭି ଫୁଟେଜ୍‌ ଗୁରୁବାର ଦିନ ସାମ୍ନାକୁ ଆସିଛି। ପୋଲିସ ମୃତଦେହଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଲିସ ମୃତକ ମହିଳାଙ୍କ ପରିଚୟ ପୂଜା ଭାବେ ଚିହ୍ନଟ କରିଛି।

ଗଣେଶ ପେଣ୍ଡାଲ ଠାରୁ ମାତ୍ର ୨୦ ଫୁଟ ଦୂରରେ ପଡ଼ିଥିଲା ମୃତଦେହ

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଯେଉଁ ସ୍ଥାନରେ ଏହି ଘଟଣା ଘଟିଛି, ସେଠାରୁ ମାତ୍ର ୨୦ ମିଟର ଦୂରରେ ଏକ ଗଣେଶ ପେଣ୍ଡାଲ ଥିଲା। ତଥାପି, ବହୁତ ସମୟ ପର୍ଯ୍ୟନ୍ତ କେହି ଏହି ଘଟଣା ବିଷୟରେ ଜାଣି ପାରିନଥିଲେ। ସୋସାଇଟିରେ ରହୁଥିବା ଜଣେ ବ୍ୟକ୍ତି ମା’ ଓ ପୁଅକୁ ଚଟାଣରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଏହି ଘଟଣା ସୁରତର ଅଲଥାଣ ଅଞ୍ଚଳରେ ଘଟିଛି। ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି

ଫୁଟେଜ୍‌ରେ ଦେଖାଯାଉଛି ଯେ, ମହିଳା ପ୍ରଥମେ ତାଙ୍କ ପୁଅକୁ ନେଇ ଲିଫ୍ଟ ଦ୍ୱାରା ଉପର ମହଲାକୁ ଯାଇଥିଲେ। ଏହାପରେ ସେ ସେଠାରୁ ତାଙ୍କ ପୁଅକୁ ତଳକୁ ଫିଙ୍ଗି ଦେଇଥିଲେ। ଶିଶୁଟି ତଳକୁ ଖସିପଡ଼ୁଥିବା ଫୁଟେଜ୍‌ ସାମ୍ନାକୁ ଆସିଛି। ଶିଶୁଟି ଖସିପଡ଼ିବାର କିଛି ସେକେଣ୍ଡ ପରେ ମହିଳା ମଧ୍ୟ ଡେଇଁ ଆତ୍ମହତ୍ୟା କରିଥିଲେ। ମା’ ଓ ପୁଅର ମୃତଦେହ ପରସ୍ପରଠାରୁ କିଛି ମିଟର ଦୂରରେ ପଡ଼ିଥିଲା। ପରେ ଏହି ଘଟଣାର ସୂଚନା ସ୍ଥାନୀୟ ପୋଲିସକୁ ଦିଆଯାଇଥିଲା।

ମୃତ୍ୟୁର କାରଣ ସ୍ପଷ୍ଟ ନୁହେ

ପୋଲିସର ପ୍ରାଥମିକ ତଦନ୍ତରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ଯେ ମହିଳା ପ୍ରଥମେ ତାଙ୍କ ପୁଅକୁ ବିଲଡିରୁ କାହିଁକି ଫିଙ୍ଗିଥିଲେ ଏବଂ ପରେ ନିଜେ କାହିଁକି ଡେଇଁ ଆତ୍ମହତ୍ୟା କରିଥିଲେ। ମହିଳାଙ୍କ ପରିବାର ଠାରୁ ମଧ୍ୟ ଆତ୍ମହତ୍ୟାର କୌଣସି କାରଣ ସ୍ପଷ୍ଟ ହୋଇପାରି ନାହିଁ। ପରିବାରଟିର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ଥିଲା । ତେଣୁ ମୃତ୍ୟୁର କାରଣ କ’ଣ ତାହାର ତଦନ୍ତ ଚାଲିଛି। ପୋଲିସ ମୃତକ ପୂଜାଙ୍କ ମୋବାଇଲ ଫୋନ୍‌କୁ ଜବତ କରି ତା’ର ତଦନ୍ତ ଆରମ୍ଭ କରିଦେଇଛି।

Disclaimer: This content has been automatically aggregated from television for informational purposes. To read the original article, please visit television.