GST: ଏସୟୁଭିରୁ ଲକ୍ଜରୀ କାର ପର୍ଯ୍ୟନ୍ତ… GST ୪୦ ପ୍ରତିଶତ ହେଲେ ମଧ୍ୟ ହେବ ଶସ୍ତା, ଏହା ହେଉଛି ଗଣିତ
ବଡ କାର ଉପରେ ଟ୍ୟାକ୍ସ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି ଠିକ୍, କିନ୍ତୁ ସେଗୁଡିକର ମୂଲ୍ୟ ମଧ୍ୟ କମିବାକୁ ଯାଉଛି। ଅନେକ ବଡ ଗାଡିରେ ୧୦ ପ୍ରତିଶତ, କେତେକରେ ୮ ପ୍ରତିଶତ ଏବଂ କେତକରେ ୫ ପ୍ରତିଶତ ମୂଲ୍ୟ ହ୍ରାସ ହେବ। ଏହା ପଛରେ କାରଣ ହେଉଛି Ces
ବଡ କାର ଉପରେ ଟ୍ୟାକ୍ସ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି ଠିକ୍, କିନ୍ତୁ ସେଗୁଡିକର ମୂଲ୍ୟ ମଧ୍ୟ କମିବାକୁ ଯାଉଛି। ଅନେକ ବଡ ଗାଡିରେ ୧୦ ପ୍ରତିଶତ, କେତେକରେ ୮ ପ୍ରତିଶତ ଏବଂ କେତକରେ ୫ ପ୍ରତିଶତ ମୂଲ୍ୟ ହ୍ରାସ ହେବ। ଏହା ପଛରେ କାରଣ ହେଉଛି Cess ନାମକ ଏକ ଚାର୍ଜ ।
ଆସନ୍ତା ୨୨ରୁ ଅନେକ ଜିନିଷ ଶସ୍ତା ହେବାକୁ ଯାଉଛି। ଯେମିତି ଛୋଟ କାରରୁ ଆରମ୍ଭ କରି ଟିଭି ଏବଂ ଏୟାର କଣ୍ଡିସନର ପର୍ଯ୍ୟନ୍ତ। ୩୩ଟି ଆଜୀବନରକ୍ଷାକାରୀ ଔଷଧ, ବିରଳ ରୋଗ ଏବଂ ଗୁରୁତର ରୋଗ ପାଇଁ ଔଷଧ ମଧ୍ୟ ଟ୍ୟାକ୍ସ ମୁକ୍ତ ହେବ। ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ଉପରେ ମଧ୍ୟ ଟ୍ୟାକ୍ସ ଲାଗିବ ନାହିଁ। କିଛି ଜିନିଷ ମହଙ୍ଗା ମଧ୍ୟ ହେବ, ଯେମିତି ପାନ ମସଲା, ତମାଖୁ ଉତ୍ପାଦ ଏବଂ କୋଲ୍ଡ ଡ୍ରିଙ୍କ। ୪୦ ପ୍ରତିଶତ ଟ୍ୟାକ୍ସକୁ ଦେଖିଲେ ବଡ କାର ମଧ୍ୟ ମହଙ୍ଗା ହେବ ବୋଲି ଜଣାପଡୁଛି । କିନ୍ତୁ ଏହି ଟ୍ୟାକ୍ସ ସତ୍ତ୍ୱେ ବଡ଼ କାରର ମୂଲ୍ୟ ମଧ୍ୟ କମିବ । ଅନେକ ବଡ ଗାଡିରେ ୧୦ ପ୍ରତିଶତ, ୮ପ୍ରତିଶତ ଏବଂ ୫ ପ୍ରତିଶତ ମୂଲ୍ୟ ହ୍ରାସ ହେବ। ଏହା ପଛରେ କାରଣ ହେଉଛି Cess ନାମକ ଚାର୍ଜ।
ଯେତେବେଳେ ଆପଣ କାର କିଣନ୍ତି, ସାଧାରଣତଃ ଆପଣ ଅନ-ରୋଡ ମୂଲ୍ୟ ହିଁ ପଚାରିଥାଆନ୍ତି । ଅର୍ଥାତ୍ ଗାଡି ଆମକୁ କେତେ ଟଙ୍କା ପଡିବ। ଅଧିକ ହେଲେ ଏକ୍ସ-ଶୋରୁମ ମୂଲ୍ୟ ଉପରେ ଟିକେ ଧ୍ୟାନ ଦିଆଯାଏ। ଅର୍ଥାତ୍ ବେସ ପ୍ରାଇସରେ ରେଜିଷ୍ଟ୍ରେସନ ଏବଂ ବୀମା ମିଶାଇ ଗାଡିର ଅନ-ରୋଡ ମୂଲ୍ୟ ଦେଖାଯାଏ। କାରଣ କାର ଉପରେ GST ଏ ପର୍ଯ୍ୟନ୍ତ 28 ପ୍ରତିଶତ ଥିଲା, ତେଣୁ ତା ଉପରେ ଧ୍ୟାନ ଯାଇ ନଥାଏ। କିନ୍ତୁ କେବଳ GSTର କଥା ନୁହେଁ, କାରଣ କାର ଉପରେ Cess ନାମକ ଆଉ ଏକ ଟ୍ୟାକ୍ସ ଲାଗିଥାଏ। କାର ଉପରେ ରେ ଭିନ୍ନ ଭିନ୍ନ ସ୍ଲାବ ଅଛି।
କାରର ଇଞ୍ଜିନ, ବଡି, ଫୁଏଲ ଅନୁସାରେ ଏହା ୧ ରୁ ୨୨ ପ୍ରତିଶତ ପର୍ଯ୍ୟନ୍ତ ଲାଗିଥାଏ।ସରଳ ଭାଷାରେ କହିଲେ, ଯେତେ ବଡ ଏବଂ ମହଙ୍ଗା ଗାଡି, ସେତେ ଅଧିକ। ୪ ମିଟର ଲମ୍ବା, ୧୫୦୦ ଇଞ୍ଜିନ ଏବଂ ୧୭୦ ଗ୍ରାଉଣ୍ଡ କ୍ଲିୟାରାନ୍ସ ଥିବା ଗାଡି ଉପରେ ୨୨ ପ୍ରତିଶତ ଲାଗିଥାଏ। GST ସହିତ ମିଶାଇ ଟ୍ୟାକ୍ସ ୫୦ ପ୍ରତିଶତ ହୋଇଥାଏ। ଏହା ସବୁ ପୁରୁଣା ହିସାବ ଥିଲା। ନୂଆ ହିସାବରେ ଦେଖିଲେ, ଏହି ସେଗମେଣ୍ଟ ୪୦ ପ୍ରତିଶତ ଟ୍ୟାକ୍ସ ସ୍ଲାବକୁ ଚାଲିଗଲା, ତେଣୁ ଏହି କାରଗୁଡିକ ବହୁତ ମହଙ୍ଗା ହେବା ଉଚିତ। କିନ୍ତୁ ଏଠାରେ ଆସୁଛି GSTର ଆଉ ଏକ ନିୟମ।
ଏହି ନିୟମ ଅନୁସାରେ, ଯେଉଁ ପ୍ରଡକ୍ଟ ୪୦ ପ୍ରତିଶତ ଟ୍ୟାକ୍ସ ସ୍ଲାବରେ ଆସେ, ତା ଉପରେ Cess ଆପେ ଆପେ ଶେଷ ହୋଇଯାଏ। ଅର୍ଥାତ୍, ଯେଉଁ କାର ଉପରେ ୫୦ ପ୍ରତିଶତ ଟ୍ୟାକ୍ସ ଥିଲା, ତା ଉପରେ ଏବେ ୪୦ ପ୍ରତିଶତ ଲାଗିବ ଏବଂ ଯେଉଁ କାର ଉପରେ ୪୫ ପ୍ରତିଶତ ଥିଲା, ତା ଉପରେ ମଧ୍ୟ ୪୦ ପ୍ରତିଶତ। ଅର୍ଥାତ୍, ଏସୟୁଭିରୁ ମଲ୍ଟି-ୟୁଟିଲିଟି ଭେଇକଲ, ମଲ୍ଟି-ପରପସ ଭେଇକଲ ଏବଂ କ୍ରସଓଭର ୟୁଟିଲିଟି ଭେଇକଲ (XUV)ର ମୂଲ୍ୟରେ ୫ ରୁ ୧୦ ପ୍ରତିଶତ ହ୍ରାସ ହେବାକୁ ଯାଉଛି। ଜାତୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
