Govinda:୧୮ ବର୍ଷ ହେଲା ଦେଇନାହାଁନ୍ତି ଗୋଟିଏ ହିଟ୍ ...ତଥାପି ଇନକମରେ ନମ୍ବର ୱାନ୍
‘କୁଲି ନମ୍ବର ୱାନ’ ଏବଂ ‘ହିରୋ ନମ୍ବର ୱାନ’ ଭଳି ଫିଲ୍ମଗୁଡ଼ିକ ପ୍ରତ୍ୟେକ ଘରେ ଲୋକପ୍ରିୟ ହୋଇଥିଲା ଏବଂ ଏହା ଦ୍ବାରା ତାଙ୍କ ଆୟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଯଦିଓ ଏକ ସମୟ ଏପରି ମଧ୍ୟ ଆସିଥିଲା ଯେତେବେଳେ ତାଙ୍କ କ୍ୟାରିୟର ଧୀମା
‘କୁଲି ନମ୍ବର ୱାନ’ ଏବଂ ‘ହିରୋ ନମ୍ବର ୱାନ’ ଭଳି ଫିଲ୍ମଗୁଡ଼ିକ ପ୍ରତ୍ୟେକ ଘରେ ଲୋକପ୍ରିୟ ହୋଇଥିଲା ଏବଂ ଏହା ଦ୍ବାରା ତାଙ୍କ ଆୟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଯଦିଓ ଏକ ସମୟ ଏପରି ମଧ୍ୟ ଆସିଥିଲା ଯେତେବେଳେ ତାଙ୍କ କ୍ୟାରିୟର ଧୀମା ପଡ଼ିଯାଇଥିଲା। କିନ୍ତୁ ସେ ଦମଦାର କମବ୍ୟାକ୍ ବି କରିଥିଲେ ।
ଦିନେ ଗୋବିନ୍ଦା ବଲିଉଡର ନମ୍ବର ୱାନ୍ ହିରୋ ଥିଲେ । ସେ ଏଭଳି ଜଣେ ଷ୍ଟାର ଯିଏ ଏକାସାଙ୍ଗରେ ଆପଣଙ୍କୁ ହସାଇ ପାରନ୍ତି, ନଚାଇ ପାରନ୍ତି ଏବଂ ତାଳି ମାରିବାକୁ ବାଧ୍ୟ କରିପାରନ୍ତି। ତାଙ୍କର ରଙ୍ଗୀନ ଅନ୍ଦାଜ, ଚମତ୍କାର କମିକ ଟାଇମିଂ ଏବଂ ନୃତ୍ୟ ଟ୍ୟାଲେଣ୍ଟ ତାଙ୍କୁ ନମ୍ବର ୱାନ ହିରୋର ମାନ୍ୟତା ଦେଇଥିଲା ।
ଏକ ସାଧାରଣ ପରିବାରରୁ ଆସିଥିବା ଗୋବିନ୍ଦା ଆଜି ଏକ ଆଡ଼ମ୍ବରପୂର୍ଣ୍ଣ ଜୀବନ ଯାପନ କରୁଛନ୍ତି। ଗୋବିନ୍ଦା ୧୯୮୬ ମସିହାରେ ଫିଲ୍ମ ‘ଇଲଜାମ’ ମାଧ୍ୟମରେ ବଲିଉଡରେ ପାଦ ଦେଇଥିଲେ। ଏହାପରେ ସେ କେବେ ପଛକୁ ଫେରି ଚାହିଁ ନାହାଁନ୍ତି। ନିର୍ଦ୍ଦେଶକ ଡେଭିଡ ଧଓ୍ଵନଙ୍କ ସହ ତାଙ୍କ ଯୋଡ଼ି ଅନେକ ସୁପରହିଟ ଫିଲ୍ମ ଦେଇଛି ଏବଂ ଗୋବିନ୍ଦାଙ୍କୁ ବଲିଉଡର କମେଡି କିଙ୍ଗ କରି ଦେଇଛି।
‘କୁଲି ନମ୍ବର ୱାନ’ ଏବଂ ‘ହିରୋ ନମ୍ବର ୱାନ’ ଭଳି ଫିଲ୍ମଗୁଡ଼ିକ ପ୍ରତ୍ୟେକ ଘରେ ଲୋକପ୍ରିୟ ହୋଇଥିଲା ଏବଂ ଏହା ଦ୍ବାରା ତାଙ୍କ ଆୟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଯଦିଓ ଏକ ସମୟ ଏପରି ମଧ୍ୟ ଆସିଥିଲା ଯେତେବେଳେ ତାଙ୍କ କ୍ୟାରିୟର ଧୀମା ପଡ଼ିଯାଇଥିଲା। କିନ୍ତୁ ସେ ଦମଦାର କମବ୍ୟାକ୍ ବି କରିଥିଲେ ।
‘ପାର୍ଟନର’ (୨୦୦୭) ଏବଂ ‘ଭାଗମଭାଗ’ ଭଳି ଫିଲ୍ମଗୁଡ଼ିକ ମାଧ୍ୟମରେ ସେ ପୁଣିଥରେ ପ୍ରମାଣ କରିଥିଲେ ଯେ ସେ କେତେ ପ୍ରତିଭାଶାଳୀ। ରିପୋର୍ଟ ଅନୁସାରେ, ଗୋବିନ୍ଦାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୭୦ କୋଟି ଟଙ୍କା। ସେ ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୬ କୋଟି ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ପ୍ରାୟ ୨ କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି।
ଫିଲ୍ମ ବ୍ୟତୀତ ଗୋବିନ୍ଦା ରାଜନୀତି ଏବଂ ପ୍ରଡକ୍ସନରେ ମଧ୍ୟ ଭାଗ୍ୟ ପରୀକ୍ଷା କରିଛନ୍ତି । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ସାଂସଦ ମଧ୍ୟ ଥିଲେ। ଯଦିଓ ରାଜନୀତି ଏବଂ ପ୍ରଡକ୍ସନରେ ତାଙ୍କୁ ବଡ଼ ସଫଳତା ମିଳିନଥିଲା, କିନ୍ତୁ ସେ ଅଭିନୟ ବାହାରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଚେଷ୍ଟା କରିଛନ୍ତି।
ସେ ନିଜ ଆୟର ଏକ ବଡ଼ ଅଂଶ ରିଅଲ ଇଷ୍ଟେଟରେ ନିବେଶ କରିଛନ୍ତି। ତାଙ୍କର ଭାରତରେ ଅନେକ ସ୍ଥାନରେ ପ୍ରୋପଟି ରହିଛି । ତାଙ୍କର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ହେଉଛି ମୁମ୍ବାଇର ଜୁହୁ ଅଞ୍ଚଳରେ ଅବସ୍ଥିତ ପ୍ରାୟ ୧୬ କୋଟି ଟଙ୍କା ମୂଲ୍ୟର ଏକ ବଙ୍ଗଳା, ଯେଉଁଠାରେ ସେ ବର୍ତ୍ତମାନ ରହୁଛନ୍ତି। ଏହା ବ୍ୟତୀତ ତାଙ୍କ ପାଖରେ ରୁୟା ପାର୍କରେ ଆଉ ଏକ ବଙ୍ଗଳା ଅଛି ଯାହାକୁ ସେ ଭଡ଼ାରେ ଦେଇଛନ୍ତି।
ମୁମ୍ବାଇର ମଢ଼ ଆଇଲ୍ୟାଣ୍ଡରେ ଏକ ଘର ଅଛି ଯାହା ପ୍ରାୟତଃ ଫିଲ୍ମ ସୁଟିଂ ପାଇଁ ବ୍ୟବହୃତ ହୁଏ। କୋଲକାତାରେ ଏକ ବଙ୍ଗଳା ଅଛି। ଲକ୍ଷ୍ନୋରେ ପ୍ରାୟ ୯୦,୦୦୦ ବର୍ଗଫୁଟର ଏକ ବଡ଼ ଫାର୍ମହାଉସ ଏବଂ ରାୟଗଡ଼ରେ ଫାର୍ମହାଉସ ମଧ୍ୟ ଅଛି। ଗୋବିନ୍ଦାଙ୍କୁ ଷ୍ଟାଇଲିସ କାରର ସଉକ ଅଛି। ତାଙ୍କ ଗ୍ୟାରେଜରେ ଅନେକ ମହଙ୍ଗା ଗାଡ଼ି ରହିଛି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
