Gold Price Surge: ସୁନା କହୁଛି ମତେ ଛୁଅଁନା ! ଆଜି ପୁଣି ସର୍ବକାଳୀନ ରେକର୍ଡସ୍ତରରେ ସୁନା ଦର

ସର୍ବକାଳୀନ ରେକର୍ଡ ସ୍ତରରେ ସୁନା ଦର। ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୬ ହଜାର ଟଙ୍କା ଟପିଥିବା ବେଳେ ୨୨ କ୍ୟାରେଟ୍ ସୁନା ଗହଣା ଦର ବି ଲକ୍ଷେ ମୁହାଁ ହୋଇଛି।

03 September 2025 09:45 PM IST
Gold Price Surge: ସୁନା କହୁଛି ମତେ ଛୁଅଁନା ! ଆଜି ପୁଣି ସର୍ବକାଳୀନ ରେକର୍ଡସ୍ତରରେ ସୁନା ଦର

ସର୍ବକାଳୀନ ରେକର୍ଡ ସ୍ତରରେ ସୁନା ଦର। ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୬ ହଜାର ଟଙ୍କା ଟପିଥିବା ବେଳେ ୨୨ କ୍ୟାରେଟ୍ ସୁନା ଗହଣା ଦର ବି ଲକ୍ଷେ ମୁହାଁ ହୋଇଛି।

ଆଜି ପୁଣି ସର୍ବକାଳୀନ ରେକର୍ଡ ସ୍ତରରେ ସୁନା ଦର। ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୬ ହଜାର ଟଙ୍କା ଟପିଥିବା ବେଳେ ୨୨ କ୍ୟାରେଟ୍ ସୁନା ଗହଣା ଦର ବି ଲକ୍ଷେ ମୁହାଁ ହୋଇଛି। ସୁନା ଦରରେ ନିଆଁ ଲାଗିବା ପରେ ଉଭୟ ଗ୍ରାହକ ଓ ବ୍ୟବସାୟୀ ହତାଶ। ସେପଟେ ଟ୍ରମ୍ପଙ୍କ ଟାରିଫ ପାଗଳାମୀ ସହ ଦୁର୍ବଳ ଟଙ୍କା ଏହା ପଛର ବଡ଼ କାରଣ ବୋଲି ଅର୍ଥନୀତି ବିଶାରଦ କହିଥିବା ବେଳେ, ଆଗକୁ ଦରବୃଦ୍ଧି ଜାରି ରହିବ ବୋଲି ଆକଳନ କରାଯାଉଛି ।

ସୁନା ଦର ଗତମାସ ଲକ୍ଷେ ଟପିଥିବା ବେଳେ, ଆଜି ପୁଣି ରେକର୍ଡ ଭାଙ୍ଗି ସର୍ବୋଚ୍ଚ ଦାମରେ ପହଞ୍ଚିଛି । ଭୁବନେଶ୍ୱରରେ ୧୦ ଗ୍ରାମ୍ ୨୪ କ୍ୟାରେଟ ସୁନାର ମୂଲ୍ୟ ରହିଛି ୧ ଲକ୍ଷ ୬ ହଜାର ୯୭୦ ଟଙ୍କା। ୨୨ କ୍ୟାରେଟ୍ ସୁନା ଗହଣାର ଦର ରହିଛି ୧୦ ଗ୍ରାମ୍ କୁ ୯୮ ହଜାର ୫୦ ଟଙ୍କା। ସ୍ଥାନ ଅନୁସାରେ ସୁନା ଦରରେ ସାମାନ୍ୟ ପାର୍ଥକ୍ୟ ରହୁଥିଲେ ବି, ସବୁଠି ହତାଶ ଉଭୟ ଗ୍ରାହକ ଓ ବ୍ୟବସାୟୀ। ସୁନା ଦର ବଢିବା ଯୋଗୁଁ ଖାଁ ଖାଁ ସୁନା ଦୋକାନ, ଚିନ୍ତାରେ ସୁନା ବ୍ୟବସାୟୀ। ଆଉ ଏପଟେ ଆକାଶ ଛୁଆଁ ଦର ଶୁଣି ନୂଆ ସୁନା କିଣିବାକୁ ଆଉ କାହାର ଇଚ୍ଛା କି ସାହସ ନାହିଁ। କିଏ ପୁରୁଣା ସୁନା ସହ ଅଳ୍ପ କିଛି ଟଙ୍କା ମିଶାଇ ନୂଆ ଅଳଙ୍କାର ନେଉଛନ୍ତି, ତ ଆଉ କିଏ ସନ୍ତୁଷ୍ଟ ହେଉଛନ୍ତି ୱାନ୍ ଗ୍ରାମ୍ ଗୋଲ୍ଡ ଆଭୁଷଣରେ। 

କାହିଁକି ହୁ ହୁ ହୋଇ ବଢୁଛି ସୁନା ଦର ? କେବଳ ଟ୍ରମ୍ପଙ୍କ ଟାରିଫ୍ ମାଡ଼, ନା ରହିଛି ଆଉ କିଛି କାରଣ ? ଆଗକୁ ସୁନାଦର କମିବ ନା ଆହୁରି ବଢ଼ିବ ? ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଟ୍ରମ୍ପଙ୍କ ଟାରିଫ୍ ପାଗଳାମୀ କେବଳ ଭାରତ ନୁହେଁ, ବିଶ୍ୱ ବଜାରରେ ବଡ଼ ପ୍ରଭାବ ପକାଇଛି। ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍  ଲଗାଇବା ସୁନା ଦର ବଢ଼ିବା ପଛର ଗୋଟିଏ ପ୍ରମୁଖ କାରଣ। ତେବେ ଏଥିସହ ଆହୁରି କେତେକ ବଡ଼ କାରଣ ହେଉଛି- ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଛି। ସୁନାରେ ଅଧିକ ନିବେଶ ବଢ଼ୁଛି। କେନ୍ଦ୍ରୀୟ ବ୍ୟାଙ୍କ୍ ମାନେ ଅଧିକରୁ ଅଧିକ ସୁନା କିଣି ନିଜ ଗୋଲ୍ଡ ରିଜର୍ଭ ବଢ଼ାଉଛନ୍ତି। ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଜାରି ଥିବାବେଳେ, ଆଗକୁ ସୁନା ଓ ରୂପା ଦର ଆହୁରି ବଢ଼ିବ ବୋଲି ସେ ଆକଳନ କରିଛନ୍ତି। କେବଳ ସୁନା ନୁହେଁ, ରୁପା ଦର ବି ବୃଦ୍ଧି ପାଇ କେଜି ପ୍ରାୟ ୧ ଲକ୍ଷ ୩୨ ହଜାର ୪ଶହ ଟଙ୍କାରେ ପହଞ୍ଚିଛି।

Disclaimer: This content has been automatically aggregated from television for informational purposes. To read the original article, please visit television.