Gold Medal: ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ପାରା ଖେଳାଳି ଶର୍ମିଳା
"ଗ୍ଲାସ୍ଗୋ: ଭାରତୀୟ ପାରା ସଟ୍ପୁଟର୍ ଶର୍ମିଳା ଧନକଡ଼ ଇତିହାସ ରଚିଛନ୍ତି।
ପ୍ରଥମ ଭାରତୀୟ ପାରା ଖେଳାଳି ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ସୋମବାର ରାତିରେ ଖେଳାଯାଇଥିବା ମହିଳା ଏଫ୍୫୭ ସଟ୍ପୁଟ୍ରେ ଶର୍ମିଳା ଚଳିତ ଋତୁର ଶ୍ରେଷ୍ଠ ଥ୍ରୋ ୯.୮୧ ମିଟର ସହ ପ୍ରଥମ ସ୍ଥାନରେ ପୋଡ଼ିୟମ୍ ଫିନିସ୍ କରିଥିଲେ।Advertisment ଇଭେଣ୍ଟ୍ରୁ ଭାରତର ୩ ପଦକ ଏଥିସହ ଏହି କ୍ରୀଡ଼ାର ପାରା ଆଥ୍ଲେଟ୍ସରେ ଭାରତର ୨୦ ବର୍ଷରୁ ସ୍ବର୍ଣ୍ଣ ପଦକ ମରୁଡ଼ିର ଅନ୍ତ ଘଟିଥିଲା।
ଶର୍ମିଳାଙ୍କ ସହ ଏହି ଇଭେଣ୍ଟ୍ରେ ଆଉ ଜଣେ ଭାରତୀୟ ଶିଳ୍ପା କେ ଶୀଲା ମଧ୍ୟ ପୋଡିୟମ୍ ଫିନିସ୍ କରିଥିଲେ।
ସେ ବ୍ୟକ୍ତିଗତ ଶ୍ରେଷ୍ଠ ଥ୍ରୋ ୭.୬୨ ମିଟର ସହ ତୃତୀୟ ସ୍ଥାନରେ କାଂସ୍ୟ ପଦକ କରାୟତ୍ତ କରିଥିଲେ।
ଫଳରେ ଭାରତ ଏହି ଇଭେଣ୍ଟ୍ରୁ ୩ ପଦକ ପାଇଛି।
BCCI: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ଲାଗି ଭାରତୀୟ ଦଳ ଘୋଷିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।