Gold And Silver: ବଢୁଛି ସୁନା ଦର, ଏବେ କିଣିବେ କି ନାହିଁ; ଜାଣନ୍ତୁ ଏକ୍ସପର୍ଟଙ୍କଠାରୁ
ଦିନକୁ ଦିନ ସୁନା ଦର ବୃଦ୍ଧି ପାଉଥିବା ବେଳେ ସୁନା କିଣିବା ପାଇଁ ସଠିକ୍ ସମୟ ବିଷୟରେ ଏକ୍ସପର୍ଟ କଣ କହୁଛନ୍ତି ଜାଣନ୍ତୁ।
ଦିନକୁ ଦିନ ସୁନା ଦର ବୃଦ୍ଧି ପାଉଥିବା ବେଳେ ସୁନା କିଣିବା ପାଇଁ ସଠିକ୍ ସମୟ ବିଷୟରେ ଏକ୍ସପର୍ଟ କଣ କହୁଛନ୍ତି ଜାଣନ୍ତୁ।
ସୁନା ଓ ରୂପା ମୂଲ୍ୟରେ ନିରନ୍ତର ବୃଦ୍ଧି ଜାରି ରହିଛି। ୨୪ ଓ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୧୦,୦୦୦ ଟଙ୍କା ପାର କରିଛି। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୧୦,୫୦୯ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୧୩୦୦ ଟଙ୍କା ରହିଛି। ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୨,୮୮୦ ଟଙ୍କା ହୋଇଛି। ଯାହା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଚଳିତ ବର୍ଷ ସୁଦ୍ଧା, ସୁନାର ମୂଲ୍ୟ ୩୪,୦୫୦ ଟଙ୍କା ବା ୪୩.୧୨ ପ୍ରତିଶତ ବୃଦ୍ଧି ପାଇଛି। ୩୧ ଡିସେମ୍ବର ୨୦୨୪ରେ ସୁନାର ମୂଲ୍ୟ ୭୮,୯୫୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା, ଯାହା ବର୍ତ୍ତମାନ ରେକର୍ଡ ସ୍ତରରେ ପହଞ୍ଚିଛି। ରୂପା ମୂଲ୍ୟ ୧ କିଲୋଗ୍ରାମ୍ ପିଛା ୧,୪୦,୦୦୦ ହୋଇଛି।
ସୁନା ଓ ରୂପାର ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ବିଶେଷଞ୍ଜମାନେ ବିଭିନ୍ନ ମତ ପ୍ରକାଶ କରିଛନ୍ତି। ଅର୍ଥନୀତି ବିଶେଷଜ୍ଞ ଓ ବଜାର ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ, ଭୂ-ରାଜନୈତିକ ଅନିଶ୍ଚିତତା ଓ ଆମେରିକୀୟ ଡଲାର ଦୁର୍ବଳ ହେବା ଫଳରେ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଉଛି।
ବିଶ୍ୱବ୍ୟାପୀ ଅର୍ଥନୈତିକ ଅସ୍ଥିରତା: ବିଶେଷଜ୍ଞମାନେ କୁହନ୍ତି ଯେ ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା, ଯେପରି ମୁଦ୍ରାସ୍ଫୀତି, ଭୂ-ରାଜନୈତିକ ସଙ୍କଟ, କିମ୍ବା ଅର୍ଥନୈତିକ ମାନ୍ଦାବସ୍ଥା, ସୁନା ଓ ରୂପାର ଚାହିଦା ବଢ଼ାଇଥାଏ। ଏହି ଧାତୁଗୁଡ଼ିକୁ ନିରାପଦ ବିନିଯୋଗ ଭାବେ ବିବେଚନା କରାଯାଏ, ଯେଉଁଥିପାଇଁ ମୂଲ୍ୟ ବୃଦ୍ଧି ହୁଏ।
ମୁଦ୍ରାର ମୂଲ୍ୟ ହ୍ରାସ: ଅର୍ଥନୀତି ବିଶେଷଜ୍ଞ ଅନୁସାରେ, ଡଲାରର ମୂଲ୍ୟ ହ୍ରାସ ହେଲେ, ସୁନା ଓ ରୂପାର ମୂଲ୍ୟ ବଢ଼ିଥାଏ। ଧାତୁଗୁଡ଼ିକର ମୂଲ୍ୟ ସାଧାରଣତଃ ଡଲାରରେ ମାପାଯାଏ, ତେଣୁ ଡଲାର ଦୁର୍ବଳ ହେଲେ ଏହାର ଦାମ ବଢ଼ିଥାଏ।
ସୁଧ ହାର ଓ ବଜାର ନୀତି: ଆର୍ଥିକ ବିଶେଷଜ୍ଞମାନଙ୍କ ମତରେ, କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ସୁଧ ହାର କମିଲେ, ସୁନା ଓ ରୂପାରେ ବିନିଯୋଗ ବଢ଼ିଥାଏ, ଯାହା ମୂଲ୍ୟ ବୃଦ୍ଧି କରିଥାଏ।
ଭାରତୀୟ ବଜାରରେ ଚାହିଦା: ଭାରତରେ, ବିଶେଷଜ୍ଞମାନେ କୁହନ୍ତି ଯେ ବିବାହ ଋତୁ, ଉତ୍ସବ ଋତୁ ଦୀପାବଳୀ ଓ ଅକ୍ଷୟ ତୃତୀୟା ସମୟରେ ସୁନାର ଚାହିଦା ବୃଦ୍ଧି ହେବା ମୂଲ୍ୟ ବୃଦ୍ଧି ହୋଇଥାଏ।
ବିଶେଷଜ୍ଞଙ୍କ ପରାମର୍ଶ:
ଯଦି ଆପଣ ୫-୧୦ ବର୍ଷ ପାଇଁ ବିନିଯୋଗ କରୁଛନ୍ତି, ତେବେ ବର୍ତ୍ତମାନ ସୁନା ଓ ରୂପା କିଣିବା ଭଲ ହୋଇପାରେ କାରଣ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି।
ଯଦି ଅଳ୍ପ ସମୟ ପାଇଁ ବିନିଯୋଗ କରୁଥିଲେ ବଜାର ଅସ୍ଥିରତା ଉପରେ ନଜର ରଖି ଅଳ୍ପ ପରିମାଣରେ କିଣିବା ଉଚିତ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
