Gold: କେନ୍ଦ୍ରୀୟ ବ୍ୟାଙ୍କ କିଣିଲେ ୫୧ ଟନ୍‌ ସୁନା

Aug 05, 2026 - 18:28
Gold: କେନ୍ଦ୍ରୀୟ ବ୍ୟାଙ୍କ କିଣିଲେ ୫୧ ଟନ୍‌ ସୁନା

"ନୂଆଦିଲ୍ଲୀ: ଗତ ଜୁନ୍‌ ମାସରେ ବିଶ୍ବର ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ୫୧ ଟନ୍‌ ସୁନା କିଣିଥିବା ବିଶ୍ବ ସୁନା ପରିଷଦ ପକ୍ଷରୁ କୁହାଯାଇଛି।

ସୁନା କିଣାରେ ପୋଲାଣ୍ଡ ଓ ଚୀନ ଆଗରେ ଥିଲେ।

ଏଥି ସହିତ ଉଜବେକିସ୍ତାନ, କଜଖସ୍ତାନ, ଜୋର୍ଡାନ, ଚେକ୍‌ ଗଣରାଜ୍ୟ, ଘାନା ଓ ଜର୍ଜିଆର କେନ୍ଦ୍ରୀୟ ବ୍ୟାଙ୍କ ବି ସୁନା କିଣିଥିଲେ।

ରୁଷ ଓ ତୁର୍କୀର କେନ୍ଦ୍ରୀୟ ବ୍ୟାଙ୍କ ସୁନା ବିକିଥିଲେ।

Advertisment ଚଳିତ ବର୍ଷର ପ୍ରଥମ ଛଅ ମାସରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ୧୦୨ ଟନ୍‌ ସୁନା କିଣିଛନ୍ତି।

ଗତ ମାର୍ଚ୍ଚରେ ସେମାନେ ୩୦ ଟନ୍‌ ସୁନା ମିଳିତ ଭାବେ ବିକିଥିଲେ।

ତାପରଠାରୁ ଲାଗାତାର ଭାବେ ସୁନା କିଣୁଛନ୍ତି।

ଗତ ଏପ୍ରିଲରେ ୧୭ ଟନ୍‌ ଓ ମେ ମାସରେ ୪୧ ଟନ୍‌ ସୁନା କିଣିଥିଲେ।

ଜୁନ୍‌ ମାସରେ ପୋଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ସର୍ବାଧିକ ୧୯ ଟନ୍‌ ସୁନା କିଣିଥିଲା।

ଏହା ବ୍ୟତୀତ ଚୀନ୍‌ ୧୫ ଟନ୍‌, ଉଜବେକିସ୍ତାନ ୯ ଟନ, କଜଖସ୍ତାନ ୭ ଔନ୍‌ ସୁନା କିଣିଥିଲେ।

ଜୋର୍ଡାନ ୩ ଟନ୍‌, ଚେକ୍‌ ଗଣରାଜ୍ୟ ୨ ଟନ୍‌, ଜର୍ଜିଆ ୧ ଟନ୍‌, ଘାନା ୧ ଟନ୍‌ ସୁନା କିଣିିଥିଲେ।

ତୁର୍କୀ ୨ ଟନ୍‌ ସୁନା କିଣିଥିଲା ଓ ସମାନ ପରିମାଣର ସୁନା ବିକ୍ରି ମଧ୍ୟ କରିଥିଲା।

ଚଳିତ ବର୍ଷର ପ୍ରଥମ ଛଅ ମାସରେ ପୋଲାଣ୍ଡ ୮୨ ଟନ୍‌, ଉଜବେକିସ୍ତାନ ୪୧ ଟନ୍‌, ଚୀନ ୪୦ ଟନ୍‌, କଜଖସ୍ତାନ ୨୭ ଟନ୍‌, ଚେକ୍‌ ଗଣରାଜ୍ୟ ୧୧ ଟନ୍‌ଏ ସିଙ୍ଗାପୁର ୧୦ ଟନ୍‌, ଚିଲି ୮ ଟନ୍‌, ଜୋର୍ଡାନ ୬ ଔନ୍‌ ଓ ଘାନା ୬ ଟନ୍‌ ସୁନା କିଣିଛନ୍ତି।

ଏହି ସମୟ ଭିତରେ ରୁଷ୍‌ ୮୩ ଟନ୍‌ ସୁନା ବିକ୍ରି କରିଛି।

France: ଫ୍ରାନ୍ସ ସଂଗ୍ରହାଳୟରୁ ୪୦ କୋଟିର ଅଳଙ୍କାର ଲୁଟି ନେଲେ ଚୋର: ଉଚ୍ଚ ସୁରକ୍ଷା ବ୍ୟବସ୍ଥା କାମ ଦେଲାନି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।