Goat Theft Accused Found Dead: ନିଖୋଜ ଛେଳି ଚୋରର ମୃତଦେହ ଉଦ୍ଧାର, ୭ ଦିନ ପରେ ନଦୀରୁ ମିଳିଲା
୭ ଦିନ ପରେ ନଦୀରୁ ଉଦ୍ଧାର ହେଲା ନିଖୋଜ ଛେଳି ଚୋରର ମୃତଦେହ। ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା କୋଇଲିଝର ଗାଁରୁ ଗତ ୧୦ ତାରିଖରେ ରାଉରକେଲାରୁ ୪ ଜଣ ଛେଳି ଚୋରାଇ ନେଇଯାଇଥିଲେ। ତେବେ ଏହି ସମୟରେ ଗାଁ ଲୋକ ତିନି ଜଣକୁ ମାଡି ବସିଥିଲେ।
ହେଲେ ଅନ୍ୟ ଜଣେ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିଲା। ଅଗ୍ନିଶମ ବିଭାଗ ଖୋଜି ଥିଲେ ସୁଦ୍ଧା ତାଙ୍କ ପତ୍ତା ମିଳିନଥିଲା। ଗତକାଲି ବଣାଇ ଥାନାର ବାର ତେଙ୍ଗଳା ବାଲିଘାଟ ନିକଟରେ ମୃତଦେହକୁ କିଛି ଲୋକ ଦେଖି ଖବର ଦେଇଥିଲେ। ପରେ ଚାନ୍ଦିପୋଷ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ବ୍ୟବଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି।...
ନିଖୋଜ ଛେଳି ଚୋରର ମୃତଦେହ ଉଦ୍ଧାର
୭ ଦିନ ପରେ ନଦୀରୁ ଉଦ୍ଧାର ହେଲା ମୃତଦେହ
ସୁନ୍ଦରଗଡ କୋଇଲିଝରରେ ୪ ଜଣଙ୍କୁ ଧରିଥିଲେ ଲୋକେ
ଛେଳି ଚୋରି ଅଭିଯୋଗରେ ମାଡି ବସିଥିଲେ
ଜଣେ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିଲେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।