GDP: ଆଇଏମ୍‌ଏଫ୍‌ ପରେ ଏଡିବି କମାଇଲା ଅଭିବୃଦ୍ଧି ଆକଳନ

Jul 10, 2026 - 00:34
GDP: ଆଇଏମ୍‌ଏଫ୍‌ ପରେ ଏଡିବି କମାଇଲା ଅଭିବୃଦ୍ଧି ଆକଳନ

"ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଭାରତର ଅଭିବୃଦ୍ଧି ହ୍ରାସ ପାଇବ।

ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ସଂସ୍ଥା ସେଭଳି ଆକଳନ କରୁଛନ୍ତି।

ବୁଧବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ତାହାର ସଦ୍ୟତମ ଆକଳନରେ ଭାରତର ଅଭିବୃଦ୍ଧି ୬.୪ ପ୍ରତିଶତକୁ ହ୍ରାସ ପାଇବ ବୋଲି କହିଥିଲା।

Advertisment ଏସିଆନ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ (ଏଡିବି) ଗୁରୁବାର ଆକଳନ କରିଛି ଯେ ୨୦୨୬-୨୭ରେ ଭାରତର ଅଭିବୃଦ୍ଧି ହାର ୬.୬ ପ୍ରତିଶତକୁ ହ୍ରାସ ପାଇବ।

ଗତ ଏପ୍ରିଲ୍‌ରେ ଏହା କରିଥିଲା ୬.୯ ପ୍ରତିଶତର ଆକଳନ ତୁଳନାରେ ତାହା ଯଥେଷ୍ଟ କମ୍‌।

ତେ‌ବେ ୨୦୨୭-୨୮ର ୭.୪ ପ୍ରତିଶତ ଅଭିବୃଦ୍ଧି ହାରକୁ ଏଡିବି ଅପରିବର୍ତ୍ତିତ ରଖିଛି।

ଭାରତ ସମ୍ପର୍କରେ ଏଡିବି କହିଛି ଯେ ଇନ୍ଧନ ଦରବୃଦ୍ଧି ପରେ ପରିବାରଗୁଡ଼ିକର କ୍ରୟ ଶକ୍ତି କମ୍‌ ହୋଇଛି।

ସେଥିପାଇଁ ଅଭିବୃଦ୍ଧି ପ୍ରଭାବିତ ହେବ।

କିନ୍ତୁ ସେହି ହ୍ରାସର ମାତ୍ରାକୁ ଅଧିକ ବିଦେଶୀ ପୁଞ୍ଜି, ଇନ୍ଧନ ଟିକସରେ ହ୍ରାସ, ଋଣ ସହାୟତା, ସେବା ରପ୍ତାନିରେ ବୃଦ୍ଧି ଓ ସରକାରୀ ପୁଞ୍ଜିବ୍ୟୟ ଜରିଆରେ ଯଥେଷ୍ଟ ଭରଣା କରିବାକୁ ସରକାର ପ୍ରୟାସ କରୁଛନ୍ତି।

ଅନ୍ତର୍ଜାତୀୟ ସ୍ତରରେ ଭୂରାଜନୈତିକ ସଙ୍କଟ ଲାଗି ରହିବା ଓ ଏଲ୍‌ନିନୋ ପାଇଁ ଚାଷ କାମ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଭାରତର ଅଭିବୃଦ୍ଧି ତଳକୁ ଖସିବାର ବିପଦ ରହିଛି ବୋଲି ଏଡିବି କହିଛି।

ଆଇଏମ୍ଏଫ୍‌ ସଂସ୍କାର ଦାବି ଜୋର ଧରିଲା ଭାରତର ମୁଦ୍ରାସ୍ଫୀତି ହାର ୨୦୨୬-୨୭‌ରେ ୫.୨ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ମଧ୍ୟ ଏଡିବି ଆକଳନ କରିଛି।

ଗତ ଏପ୍ରିଲ୍‌ରେ ଏହା କରିଥିବା ୪.୫ ପ୍ରତିଶତ ଆକଳନ ତୁଳନାରେ ଏହା ଯଥେଷ୍ଟ ଅଧିକ।

ଅଶୋଧିତ ତେଲ ଦରରେ ବୃଦ୍ଧି ଓ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିବା କାରଣରୁ ଦେଶରେ ଦରଦାମ୍‌ ସ୍ଥିତି ବଢ଼ିବ ବୋଲି ଏହା ଜଣାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।