From Heroes to Targets: ଚାପରେ ବିତୁଛି ଅନେକ ଡାକ୍ତରଙ୍କ ଜୀବନ, କେବେ ପ୍ରଶଂସା ତ ପୁଣି କେବେ ମାଡ଼ ଗାଳି

Jul 01, 2026 - 20:52
From Heroes to Targets: ଚାପରେ ବିତୁଛି ଅନେକ ଡାକ୍ତରଙ୍କ ଜୀବନ, କେବେ ପ୍ରଶଂସା ତ ପୁଣି କେବେ ମାଡ଼ ଗାଳି

 କାନରେ ଷ୍ଟେଥୋ, ହାତରେ କଲମ ଆଉ ମୁହଁରେ ମିଠା ମିଠା କଥା। ବେଶ-ପୋଷାକ ଆଉ ପରିବେଶ-ପରିପାଟ୍ଟୀକୁ ଦେଖିଲେ ଡାକ୍ତରଟିଏ ବି ଦୁଃଖରେ ଥାଇପାରେ, ସେ କଥା ଚିନ୍ତା କରାଯାଇ ପାରେନା। ହେଲେ ଡ୍ୟୁଟିରେ ଥିବା ଡାକ୍ତରଟିଏ ବାହାରକୁ ଯେତିକି ଖୁସ୍ ମିଜାଜ୍ ଲାଗନ୍ତି, ସମସ୍ତଙ୍କ ଭିତରଟା କିନ୍ତୁ ସେମିତି ନଥାଏ।

ଜୀବନ ପାଇଁ ସଂଘର୍ଷ କରୁଥିବା ରୋଗୀର ହାତ ଧରି, ସେମାନଙ୍କୁ ନୂଆ ଜୀବନ ଦେଉଥିବା ଦ୍ବିତୀୟ ଇଶ୍ବର ବି ଦୁଃଖରେ ରୁହନ୍ତି, କାମର ଚାପ ଭିତରେ ଅଣନିଶ୍ବାସୀ ହୁଅନ୍ତି। ଡ୍ୟୁଟି ସମୟର ଅନିୟମିତତା, କର୍ତ୍ତବ୍ୟର ଭାରି ଚାପ ଆଉ ରୋଗୀଙ୍କୁ ନୂଆ ଜୀବନ ଦେବାର ଚ୍ୟାଲେଞ୍ଜ। ୟାରି ଭିତରେ ସେମାନେ ବି ଆଉ ନିଜକୁ ଓ ପରିବାରକୁ ସମୟ ଦେଇ ନପାରିବାର ଅବଶୋଷରେ ବିତାନ୍ତି ଯନ୍ତ୍ରଣାମୟ ଜୀବନ। 

ଭଗବାନଙ୍କ ଦ୍ବିତୀୟ ଅବତାର ବୋଲି ଅବତାରଣ କରାଯାଉଥିବା ଉକ୍ତିକୁ ସାରା ଦୁନିଆକୁ ଦେଖାଇଥିବା ଇଏ ସେଇ ଡାକ୍ତର ଓମକାର ହୋତା। ମାଲକାନଗିରି ସରକାରୀ ମେଡିକାଲରେ ଚାକିରି ବେଳେ ୨୦୧୭ରେ ଜଣେ ପ୍ରସୂତୀଙ୍କ ଜୀବନ ରକ୍ଷା ପାଇଁ ନିଜ କାନ୍ଧରେ ୧୦ କିଲୋମିଟର ଭାର ବୋହି ସାଉଁଟିଥିଲେ ଅଜଶ୍ର ପ୍ରଶଂସା। ହେଲେ ସେଭଳି ପ୍ରଶଂସା ଭିତରେ ବି ଏପଟେ ନିଜ ଜୀବନ ସହ ଅନେକ ସାଲିସ କରିବାକୁ ପଡ଼େ ବୋଲି କୁହନ୍ତି ସେ।...

ପ୍ରଶ୍ନ ଉଠୁଛି, ଓଡ଼ିଶାରେ ଏଭଳି ମହାନ ବୃତ୍ତିରେ ଥିବା ଡାକ୍ତରମାନେ ଏତେ ଚାପରେ କାହିଁକି ? ଦ୍ବିତୀୟ ଭଗବାନ ହୋଇ ବି, ସେମାନଙ୍କ ଦୁଃଖର କାରଣ କଣ ? ଏହାର ଉତ୍ତର ହେଉଛି, ରାଜ୍ୟରେ ଗୁରୁତର ଡାକ୍ତର ସଙ୍କଟ। ରାଜ୍ୟରେ ରୋଗୀ ସଂଖ୍ୟା ତୁଳନାରେ ଡାକ୍ତରଙ୍କର ଉତ୍କଟ ଅଭାବ। ଦେଶରେ ଜନସଂଖ୍ୟା ତୁଳନାରେ ପ୍ରତି ୮୧୧ ଜଣରେ ଜଣେ ଡାକ୍ତର ଥିବା ବେଳେ ରାଜ୍ୟର ସେ ଅନୁପାତ ୧ ହଜାର ୭୩୫ରେ ଜଣେ।

ସେହିଭଳି ଦେଶରେ ପ୍ରତି ୧୦୦୦ ଜନସଂଖ୍ୟାରେ ୧.୨୩ ପ୍ରତିଶତ ଡାକ୍ତର ଥିବା ବେଳେ ଓଡ଼ିଶାରେ ସେ ଅନୁପାତ ମାତ୍ର ୦ ଦଶମିକ ୫୮ ପ୍ରତିଶତ। ତଥ୍ୟ କହୁଛି, ରାଜ୍ୟରେ ମୋଟ ୧୫ ହଜାର ୭୯୩ ଡାକ୍ତର ଆବଶ୍ୟକ ପଡୁଥିବା ବେଳେ ଅଛନ୍ତି ମାତ୍ର ୯ ହଜାର ୮୨୬। ଅର୍ଥାତ ପ୍ରାୟ ୩୮ ପ୍ରତିଶତ ଡାକ୍ତର ପଦବୀ ଖାଲି। ସେପଟେ ଉପାନ୍ତ ଅଞ୍ଚଳର ସରକାରୀ ମେଡିକାଲକୁ ଯିବାକୁ ଅନେକ ଅମଙ୍ଗ ହେବା ବି ସେଠି, ଦାୟିତ୍ବରେ ଥିବା ଡାକ୍ତରଙ୍କ ଚାପକୁ ଆହୁରି ବଢାଇ ଦେଉଛି।...

ଖାଲି ଡାକ୍ତର ନୁହେଁ, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବା ନର୍ସି ଓ ପାରା ମେଡିକାଲ ଷ୍ଟାଫଙ୍କ ସଂଖ୍ୟା ଆହୁରି ତଦ୍ରୁପ। ଓଡ଼ିଶାରେ ୨୮ ହଜାର ୯୮୧ ପଦବୀ ଥିବା ବେଳେ ପୂରଣ ହୋଇଛି ୧୩ ହଜାର ୮୯୬ ପଦବୀ। ଯାହାକି ପ୍ରାୟ ୪୮ ପ୍ରତିଶତ ପଦବୀ ଖାଲି।

ସେହିଭଳି ଫାର୍ମାସିଷ୍ଟ, ଲାବୋରଟାରୀ ଟେକନିସିଆନ, ରେଡିଓ ଗ୍ରାଫର୍ସ ଓ ଆଖି ଚିକିତ୍ସା କ୍ଷେତ୍ରରେ ବି ବର୍ଷ ବର୍ଷ ଧରି ବହୁ ସଂଖ୍ୟାରେ ପଦବୀ ପୂରଣ ହୋଇପାରୁନଥିବାରୁ ଏହା ଆମ ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ଦିନକୁ ଦିନ ଦୟନୀୟ ସ୍ଥିତି ଆଡ଼କୁ ପହଞ୍ଚାଇ ଦେଉଛି, ଆଉ ଏସବୁର ଚାପ ପଡୁଛି ଡାକ୍ତରଙ୍କ ଉପରେ।.....