Fresh Bomb Scare: ଦୁଇଟି ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ, ବୋମାରେ ଉଡ଼ାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ମେଲ୍
ରାଜ୍ୟର ୨ଟି ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ। ଜଗତସିଂହପୁର ଓ ଝାରସୁଗୁଡ଼ା କୋର୍ଟକୁ ବୋମା ଧମକ ଆସିଛି। ବୋମାରେ ଉଡ଼ାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ମେଲ୍। ରେଜିଷ୍ଟ୍ରାରଙ୍କ ଇ-ମେଲ୍ କୁ ଧମକ ଆସିଥିବା ସୂଚନା ମିଳିଛି। ସମସ୍ତ ଆଇନଜୀବୀ ଓ କର୍ମଚାରୀଙ୍କୁ ତୁରନ୍ତ କୋର୍ଟ ପରିସର ଖାଲି କରିବାକୁ କୁହାଯାଇଥିଲା । କୋର୍ଟ କ୍ୟାମ୍ପସରେ ପୋଲିସ୍ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ତଲାସୀ କରିଛନ୍ତି।
ସେହିପରି ଗତକାଲି ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଳା କୋର୍ଟକୁ ମଧ୍ୟ ବୋମା ଧମକ ଆସିଥିଲା। ଏକ ଅଜଣା ମେଲ୍ ଆଇଡିରୁ ଗ୍ୟାସ୍ ବମ୍ ଦ୍ବାରା କୋର୍ଟକୁ ଉଡ଼ାଇଦେବା ପାଇଁ ଧମକ ଆସିଥିଲା। ଖବର ପାଇ ସ୍ଥାନୀୟ ପୋଲିସ ଓ ବୋମା ନିଷ୍କ୍ରୀୟକାରୀ ଦଳ ପହଞ୍ଚି ତନାଘନା କରିଥିଲେ। କୌଣସି ବୋମାର ସନ୍ଧାନ ମିଳିନଥିବାରୁ ଏହା ଏକ ଗୁଜବ ହୋଇଥାଏ ବୋଲି କୁହାଯାଇଥିଲା । ...
୨ଟି କୋର୍ଟକୁ ପୁଣି ବୋମା ଧମକ
ରାଜ୍ୟର ୨ଟି ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ
ଜଗତସିଂହପୁର ଓ ଝାରସୁଗୁଡ଼ା କୋର୍ଟକୁ ବୋମା ଧମକ
ବୋମାରେ ଉଡ଼ାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ମେଲ୍
ରେଜିଷ୍ଟ୍ରାରଙ୍କ ଇ-ମେଲ୍ କୁ ଧମକ ଆସିଥିବା ସୂଚନା
କୋର୍ଟ କ୍ୟାମ୍ପସରେ ପୋଲିସ୍ ଓ ବୋମା ନିଷ୍କ୍ରୀୟକାରୀ ଟିମ୍
କୋର୍ଟ ପରିସର ଖାଲି କରି ତଲାସୀ ଅଭିଯାନ ଜାରି
ଗତକାଲି ଗଜପତି ଜିଲ୍ଲା କୋର୍ଟକୁ ଆସିଥିଲା ଧମକପୂର୍ଣ୍ଣ ମେଲ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।