French Open: ସାବାଲେଙ୍କାଙ୍କୁ ବିଦାକଲେ ସନାଇଡର
ପ୍ୟାରିସ୍: ଚଳିତ ଫ୍ରେଞ୍ଚ ଓପନ୍ରେ ବଡ଼ ଖେଳାଳିଙ୍କ ବିପର୍ଯ୍ୟୟ ଧାରା ଜାରି ରହିଛି। ବୁଧବାର ମହିଳା ଏକକ କ୍ବାର୍ଟର ଫାଇନାଲ୍ରେ ରୁଷିଆର ଡାଏନା ସନାଇଡର ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ବେଲାଋଷର ଆଣିନା ସାବାଲେଙ୍କାଙ୍କୁ ହରାଇ ପ୍ରଥମ ଥର କୌଣସି ଗ୍ରାଣ୍ଡସ୍ଲାମ୍ର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି।
ବାମହାତୀ ଡାଏନା ଗୋଟିଏ ସେଟ୍ ତଥା ଡବଲ୍ ବ୍ରେକ୍ ଡାଉନ୍ରେ ପଛୁଆ ରହିବା ସତ୍ତ୍ବେ ଫ୍ରେଞ୍ଚ୍ ଓପନ୍ ଇତିହାସର ଅନ୍ୟତମ ସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରି ସାବାଲେଙ୍କାଙ୍କୁ ୩-୬, ୭-୫, ୬-୦ରେ ହରାଇ ଦେଇଥିଲେ। ୨୫ତମ ସିଡ୍ ସନାଇଡରଙ୍କ କ୍ୟାରିୟରର ମଧ୍ୟ ଏହା ସବୁଠୁ ବଡ଼ ବିଜୟ ଥିଲା। ଅନ୍ୟଏକ କ୍ବାର୍ଟର୍ ଫାଇନାଲ୍ରେ ଯୋଗ୍ୟତା ପର୍ଯ୍ୟାୟ ଦେଇ ମୁଖ୍ୟ ଡ୍ର’କୁ ଆସିଥିବା ମାଜା ଚୱାଲିନସ୍କା ଆଉ ଏକ ବିପର୍ଯୟ ସୃଷ୍ଟି କରି ରୁଷିଆର ଆନ୍ନା କଲିନସ୍କାୟାଙ୍କୁ ୭-୬, ୬-୩ ସେଟ୍ରେଙ୍କୁ ହରାଇ ଦେଇଥିଲେ।
ଆହୁରି ପଢ଼ନ୍ତୁ: ଫ୍ରେଞ୍ଚ ଓପନ୍: ଅମ୍ପାୟାରଙ୍କୁ ଆକ୍ଷେପ କରି ଭାଲେଜୋ ଦଣ୍ଡିତ
ଓପନ୍ ଏରା ଆରମ୍ଭ ହେବା ପରଠାରୁ ଯୋଗ୍ୟତା ପର୍ଯ୍ୟାୟରୁ ଯାଇ ଫ୍ରେଞ୍ଚ୍ ଓପନ୍ର ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିବାରେ ଦ୍ବିତୀୟ ଖେଳାଳି ହୋଇଥିଲେ ସେ। ୨୪ ବର୍ଷୀୟା ଚୱାଲିନସ୍କା ସେମିଫାଇନାଲ୍ରେ ସନାଇଡରଙ୍କୁ ଭେଟିବେ। ଅନ୍ୟ ସେମିଫାଇନାଲ୍ରେରୁଷିଆର ମୀରା ଆନ୍ଦ୍ରିଭା ଓ ୟୁକ୍ରେନ୍ର ମାର୍ତା କୋଷ୍ଟିକ୍ ମୁହାଁମୁହିଁ ହେବେ। ପୁରୁଷ ଏକକରେ ଜର୍ମାନୀର ଆଲେକଜାଣ୍ଡାର ଭେରେଭ ମଧ୍ୟ ସେମିଫାଇନାଲ୍ ଟିକେଟ ହାସଲ କରିଛନ୍ତି। ଫଳରେ ନିଜ ପ୍ରତମ ଗ୍ରାଣ୍ଡସ୍ଲାମ୍ ବିଜୟର ନିକଟତର ହୋଇଛନ୍ତି।
ଆହୁରି ଦେଖନ୍ତୁ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।