25 JULY 2026

Welcome!

Unlock your personalized experience.
Sign Up

Freedom fighter: ଶତାୟୁ ସ୍ବାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କ ପରଲୋକ

Jul 25, 2026 - 07:59
Freedom fighter: ଶତାୟୁ ସ୍ବାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କ ପରଲୋକ

ଡେରାବିଶ: କେନ୍ଦ୍ରାପଡ଼ା ଜିଲ୍ଲାର ଶତାୟୁ ସ୍ବାଧୀନତା ସଂଗ୍ରାମୀ ତଥା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସଂଘର ସଭାପତି ବିମ୍ବାଧର ମୁଦୁଲିଙ୍କର ଗୁରୁବାର ବିଳମ୍ବିତ ରାତିରେ କଟକ ବଡ଼ ଡାକ୍ତରଖାନାରେ ପରଲୋକ ଘଟିଛି। ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା। ୧୯୨୩ ଡିସେମ୍ବର ୫ ତାରିଖରେ ଜନ୍ମିତ ବିମ୍ବାଧର ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମାତ୍ର ୧୧ ବର୍ଷ ବୟସରେ ଘରୁ ଲୁଚି ପଳାଇ ଗାନ୍ଧୀଜୀଙ୍କ ଐତିହାସିକ ପଦଯାତ୍ରାରେ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଜିଲ୍ଲାର ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ପୁରୁଷୋତ୍ତମ ନାୟକଙ୍କ ନେତୃତ୍ବରେ ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ। 

Bahuda Yatra 2026 ବାହୁଡିଲେ କାଳିଆ ସାଆନ୍ତ; ଲୋକାରଣ୍ୟ ବଡ଼ଦାଣ୍ଡ

ବହୁ ବିଶିଷ୍ଟ ବ୍ୟକ୍ତି ନୀଳିକଣାସ୍ଥିତ ତାଙ୍କ ବାସଭବନରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେରା, ପୂର୍ବତନ ବିଧାୟକ ଚିନ୍ମୟପ୍ରସାଦ ବେହୁରାଙ୍କ ସମେତ ପ୍ରାଶାସନିକ ଅଧିକାରୀ, ରାଜନେତା ଓ ଜନସାଧାରଣ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ଜାତୀୟ ପତାକାରେ ଆବୃତ କରାଯାଇଥିଲା ବେଳେ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଥିଲା। ପରେ ଏକ ଶୋଭାଯାତ୍ରାରେ ମରଶରୀରକୁ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା। ପୁତୁରା କୈଳାସଚନ୍ଦ୍ର ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ମୁଦୁଲିଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଳି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପକେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ ସାହୁ, ବରିଷ୍ଠ ବିଜେଡି ନେତା ରବି ସାମଲ, ବିଜେପି ନେତା ଉମାକାନ୍ତ ପଟ୍ଟନାୟକ ଓ ତେଜେଶ୍ବର ପରିଡ଼ା, ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ମହାନ୍ତି, ରତିକାନ୍ତ କାନୁନଗୋ, ପ୍ରଫୁଲ୍ଲ ଦାସ, ବିଶିଷ୍ଟ ସମବାୟବିତ୍‌ ତଥା କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋଅପରେଟିଭ୍‌ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁ ଶୋକବ୍ୟକ୍ତ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।