Fraud:  ଆର୍ଥିକ ଠକେଇ ମାମଲାରେ ଶୀର୍ଷରେ ମହାରାଷ୍ଟ୍ର

Aug 05, 2026 - 22:03
Fraud:  ଆର୍ଥିକ ଠକେଇ ମାମଲାରେ ଶୀର୍ଷରେ ମହାରାଷ୍ଟ୍ର

"ନୂଆଦିଲ୍ଲୀ: ଦେଶରେ ଗତ ତିନି ବର୍ଷ ମଧ୍ୟରେ ଆର୍ଥିକ ଠକେଇ ମାମଲାର ସଂଖ୍ୟା ଦ୍ରୁତ ଗତିରେ ବଢ଼ିଛି।

ଏହି ସମୟ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ମାମଲା ରୁଜୁ ହୋଇଥିବା ବେଳେ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ଦ୍ୱିତୀୟ, ହରିୟାଣା ତୃତୀୟ ଓ ତାମିଲନାଡୁ ଚତୁର୍ଥ ସ୍ଥାନରେ ରହିଛି।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ଉପସ୍ଥାପିତ ତଥ୍ୟରୁ ଏହା ଜଣାପଡ଼ିଛି।Advertisment ମନ୍ତ୍ରଣାଳୟ ପକ୍ଷରୁ ଏକ ଲିଖିତ ଉତ୍ତରରେ କୁହାଯାଇଛି ଯେ, ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍‌ (ଏନ୍‌ସିଆର୍‌ପି)ରେ ଗତ ତିନି ବର୍ଷ ମଧ୍ୟରେ ଲକ୍ଷାଧିକ ଆର୍ଥିକ ଠକେଇ ଅଭିଯୋଗ ପଞ୍ଜୀକୃତ ହୋଇଛି।

ଡିଜିଟାଲ୍‌ ପେମେଣ୍ଟ, ଅନଲାଇନ୍‌ ବ୍ୟାଙ୍କିଂ, ୟୁପିଆଇ, ନିବେଶ ଓ ପାର୍ସଲ୍‌ ଠକେଇ ଭଳି ମାମଲାରେ ବୃଦ୍ଧି ଦେଖାଯାଇଛି।

ସରକାରୀ ତଥ୍ୟ ଅନୁସାରେ, ମହାରାଷ୍ଟ୍ରରେ ସର୍ବାଧିକ ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଛି।

ହରିୟାଣା ତୃତୀୟ ଓ ତାମିଲନାଡୁ ଚତୁର୍ଥ ସ୍ଥାନରେ ଥିବାରୁ ଏହି ରାଜ୍ୟଗୁଡ଼ିକରେ ଅନ୍‌ଲାଇନ୍‌ ଆର୍ଥିକ ଅପରାଧର ପରିମାଣ ବଢ଼ିଥିବା ସ୍ପଷ୍ଟ ହୋଇଛି।

ଏହାବ୍ୟତୀତ ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ଗୁଜରାଟରେ ମଧ୍ୟ ବହୁ ସଂଖ୍ୟାରେ ଏଭଳି ମାମଲା ରୁଜୁ ହୋଇଛି।

ଗୃହ ମନ୍ତ୍ରାଳୟ କହିଛନ୍ତି, ସାଇବର ଆର୍ଥିକ ଠକେଇ ରୋକିବା ପାଇଁ "ଇଣ୍ଡିଆନ୍‌ ସାଇବର କ୍ରାଇମ୍‌ କୋଅର୍ଡିନେସନ୍‌ ସେଣ୍ଟର" (ଆଇ୪ସି) ମାଧ୍ୟମରେ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ସନ୍ଦିଗ୍ଧ ବ୍ୟାଙ୍କ ଖାତା ଓ ମୋବାଇଲ୍‌ ସଂଯୋଗକୁ ଚିହ୍ନଟ କରି ବନ୍ଦ କରିବା, ଠକେଇ ଟଙ୍କା ତୁରନ୍ତ ଅଟକାଇବା ଏବଂ ରାଜ୍ୟ ପୁଲିସ ସହ ସମନ୍ୱୟ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି।

Covid Business ‌Loan Fraud: ବ୍ରିଟେନରେ କୋଭିଡ ବ୍ୟବସାୟ ଋଣ ଠକେଇ ମାମଲାରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ମନ୍ତ୍ରାଳୟ ଆହୁରି କହିଛି, ଜାତୀୟ ସାଇବର ହେଲ୍ପଲାଇନ୍‌ ଓ ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍‌ ମାଧ୍ୟମରେ ଲୋକମାନେ ତୁରନ୍ତ ଅଭିଯୋଗ କରିପାରୁଛନ୍ତି।

ଠକେଇର ଶିକାର ହେବା ପରେ ଯେତେ ଶୀଘ୍ର ଅଭିଯୋଗ କରାଯିବ, ଟଙ୍କା ଫେରସ୍ତ ପାଇବାର ସମ୍ଭାବନା ସେତେ ଅଧିକ ରହିବ।

ଲୋକଙ୍କୁ ଅଜଣା ଲିଙ୍କ୍‌, ନକଲି ନିବେଶ ଯୋଜନା ଓ ଅପରିଚିତ ବ୍ୟକ୍ତିଙ୍କ ସହ ଓଟିପି କିମ୍ବା ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ସେୟାର ନ କରିବାକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।