Four-Year-Old Falls Into 220-Foot Borewell: ‘ପ୍ରିନ୍ସ’ ଘଟଣା ରିପିଟ୍; ବୋରୱେଲ୍ ତଳେ ୪ ବର୍ଷର ଜୀବନ, ୨୨୦ ଫୁଟ୍ ଗଭୀର ବୋରୱେଲରେ ଖସିପଡ଼ିଲେ

Jun 30, 2026 - 19:43
Four-Year-Old Falls Into 220-Foot Borewell:  ‘ପ୍ରିନ୍ସ’ ଘଟଣା ରିପିଟ୍; ବୋରୱେଲ୍ ତଳେ ୪ ବର୍ଷର ଜୀବନ, ୨୨୦ ଫୁଟ୍ ଗଭୀର ବୋରୱେଲରେ ଖସିପଡ଼ିଲେ

ପଞ୍ଜାବରେ ପ୍ରିନ୍ସ ଘଟଣା ରିପିଟ୍। ପଞ୍ଜାବ ଅମ୍ବାଲା ଧନୌରା ଗାଁରେ ୨୨୦ ଫୁଟ୍ ଗଭୀର ବୋରୱେଲ୍ ରେ ଖସିପଡ଼ିଛି ୪ ବର୍ଷର ଶିଶୁ। ଘଟଣାସ୍ଥଳରେ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କରିବାକୁ ଲାଗିଛି। ଆଜି ସକାଳ ପ୍ରାୟ ୭ଟା ସମୟରେ ୪ ବର୍ଷର ଶିଶୁ ନିରବୈର ସିଂହ ଏକ ଖୋଲା ପଡ଼ିଥିବା ପ୍ରାୟ ୨୨୦ ଫୁଟ୍ ଗଭୀର ବୋରୱେଲ୍ ରେ ଖସିପଡ଼ିଛି। 

ବାପାଙ୍କ ସହ ଚାଷ ଜମିକୁ ଖାଦ୍ୟ ନେଇଯାଇଥିଲେ। ସେଠାରେ ଖେଳୁଥିବା ବେଳେ ଅସାବଧାନତାବଶତଃ ଖୋଲା ବୋରୱେଲ୍ ରେ ସେ ଖସିପଡ଼ିଛି। ସମୟ ବଢ଼ିବା ସହ ରେସ୍କ୍ୟୁ ଅପରେସନରେ ବାଧା ଉପୁଜିବା ଆଶଙ୍କା ରହିଛି। ଛୁଆ ପାଖରେ ଅକ୍ସିଜେନ୍ ପହଞ୍ଚାଇବା ସହ ଖାଦ୍ୟ ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି।

  • ବୋରୱେଲ୍ ତଳେ ୪ ବର୍ଷର ଜୀବନ
  • ପଞ୍ଜାବ ଅମ୍ବାଲାରେ ‘ପ୍ରିନ୍ସ’ ଘଟଣା ରିପିଟ୍
  • ପଞ୍ଜାବ ଅମ୍ବାଲା ଧନୌରା ଗାଁର ଘଟଣା
  • ୨୨୦ ଫୁଟ୍ ଗଭୀର ବୋରୱେଲରେ ଖସିପଡ଼ିଲେ
  • ୪ ବର୍ଷର ଶିଶୁ ନିରବୈରକୁ ଉଦ୍ଧାର କରିବାକୁ ଲାଗିଛି NDRF
  • ବାପାଙ୍କ ସହ ଚାଷ ଜମିକୁ ଯାଇଥିଲା ନିରବୈର