Footpath Encroachment in Rourkela: ରାଉରକେଲାରେ ମାଡି ଚାଲିଛି ଜବରଦଖଲ, ଫୁଟପାଥକୁ ମାଡି ବସିଛନ୍ତି

Jun 24, 2026 - 22:01
Footpath Encroachment in Rourkela: ରାଉରକେଲାରେ ମାଡି ଚାଲିଛି ଜବରଦଖଲ, ଫୁଟପାଥକୁ ମାଡି ବସିଛନ୍ତି

ରାଉରକେଲା ସହରରେ ମାଡି ଚାଲିଛି ଜବରଦଖଲ। ବିର୍ଷାମୁଣ୍ଡା ଛକରୁ ପାନପୋଷ ଛକ ଯାଏଁ ଫୁଟପାଥରେ ଜବର ଦଖଲ। ଉଠା ଦୋକାନୀଙ୍କ ଠାରୁ ଆରମ୍ଭ କରି ବଡ ବଡ ଦୋକାନ ମଧ୍ୟ ଫୁଟପାଥକୁ ମାଡି ବସିଛନ୍ତି। ଉଠା ଦୋକାନୀ ମାନେ ନିୟମ କାନୁନ ମାନୁନଥିବା ଦେଖିବାକୁ ମିଳିଛି। ସହର ସାରା ସମାନ ଅବସ୍ଥା ଥିବା ବେଳେ ଚଳାପଥ ଉପରେ ଦୁଇ ଚକିଆ ଠାରୁ ଆରମ୍ଭ କରି ଚାରି ଚକିଆ ଯାନ ପାର୍କିଂ ମଧ୍ୟ ହୋଇଛି। 

ଯାହାକୁ ନେଇ ସହରବାସୀ ମଧ୍ୟ  ଅତିଷ୍ଠ ହୋଇ ପଡିଲେଣି। ମହାନଗର ନିଗମ ଏନେଇ କଠୋର ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି। ଏନେଇ ମହାନଗର ନିଗମ କମିଶନରଙ୍କୁ ପଚାରିବାରୁ ସେ କହିଛନ୍ତି ଯେଉଁମାନେ ଜବରଦଖଲ କରିଥିଲେ ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ।