Flood: ଗାଁରେ ପଶିଲାଣି ବନ୍ୟା ପାଣି; ପ୍ରଶାସନ ନିଦା ବିଷ୍ଣୁ

ପ୍ରବଳ ବର୍ଷାରେ ବନ୍ୟା ପାଣି ମାଡି ଆସିଥିବା ବେଳେ ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁରରେ ଅନେକ ଗ୍ରାମ ଜଳବନ୍ଦୀ ହୋଇଯାଇଛି।। ବନ୍ୟା ଦାଉରୁ ରକ୍ଷା ପାଇଁ ଜଳ ଦେବୀ ବା ଜଳ ନାଗୁଆଣି ପୂଜା କରିଛନ୍ତି ଏହି ଗ୍ରାମବାସୀ।

27 August 2025 05:34 AM IST
Flood: ଗାଁରେ ପଶିଲାଣି ବନ୍ୟା ପାଣି; ପ୍ରଶାସନ ନିଦା ବିଷ୍ଣୁ

ପ୍ରବଳ ବର୍ଷାରେ ବନ୍ୟା ପାଣି ମାଡି ଆସିଥିବା ବେଳେ ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁରରେ ଅନେକ ଗ୍ରାମ ଜଳବନ୍ଦୀ ହୋଇଯାଇଛି।। ବନ୍ୟା ଦାଉରୁ ରକ୍ଷା ପାଇଁ ଜଳ ଦେବୀ ବା ଜଳ ନାଗୁଆଣି ପୂଜା କରିଛନ୍ତି ଏହି ଗ୍ରାମବାସୀ।

ଗାଁ ଭିତରେ ପଶିଲାଣି ବନ୍ୟା ପାଣି। ଗ୍ରାମବାସୀଙ୍କ ମନରେ ପଶିଲାଣି ଛନକା। ପାଣିରେ ଉବୁଟୁବୁ ଭଦ୍ରକର ଅନେକ ଅଞ୍ଚଳ। ଧାମନଗର ବ୍ଲକ ଅଧିନ ଅର୍ଜୁନ ପୁର ରେ ଅନେକ ଗ୍ରାମ ଜଳବନ୍ଦୀ। ଫଳରେ ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ମହିଳା ମାନେ ଜଳ ଦେବୀ ବା ଜଳ ନାଗୁଆଣିଙ୍କ ପୂଜାରେ ମଗ୍ନ। ଦିପ, ଧୂପ, ଫୁଲ ଓ ଚନ୍ଦନ ଦେଇ କରୁଛନ୍ତି ପୂଜା। ବିଶ୍ୱାସ ଅଛି ଜଳ ନାଗୁଆଣି ଶାନ୍ତି ହେଲେ ବନ୍ୟାର ପ୍ରକୋପ କମି ଯାଏ।

ବୈତରଣୀ ନଦୀରେ ତୃତୀୟ ଥର ବନ୍ୟା ଆସିବା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି ଧାମନଗର ବ୍ଲକର ନଦୀ ତଟବର୍ତ୍ତୀ ଅଂଚଳ। ବ୍ଲକର ହସନାବାଦ, ଅର୍ଜୁନପୁର, ପଧାନୀ ଏବଂ ସୋହଡା ପଞ୍ଚାୟତରେ ବନ୍ୟା ପାଣି ପ୍ରବେଶ କରିଛି। ଏହି ୪ଟି ପଞ୍ଚାୟତର ବିଭିନ୍ନ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରରେ ବନ୍ୟା ପାଣି ପ୍ରବେଶ କରିଛି। ଫଳରେ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଅଞ୍ଚଳର ଅନେକ ସାହି ଜଳବନ୍ଦୀରେ ଥିବାବେଳେ ଗାଇ-ଗୋରୁଙ୍କୁ ବାତ୍ୟା-ବନ୍ୟା ଆଶ୍ରୟ ସ୍ଥଳକୁ ଅଣାଯାଉଛି।

ବୈତରଣୀ ନଦୀର ଶାଖା କୋଚିଳା ନଦୀର ସଇଲୋ ଠାରେ ୫ ଶହ ମିଟର ବନ୍ଧ ଧସିଯାଇଛି। ବନ୍ଦକୁ ବଲ୍ଲା, ବାଲି ବସ୍ତା ଓ ଷ୍ଟିଲ୍‌ ପ୍ଲେଟ ଦେଇ ସୁରକ୍ଷା ପାଚେରୀ କରାଯାଇଚି। ଅନେକ ଲୋକ ଜଳ ବନ୍ଦୀରେ ଥିବାବେଳେ ଅନେକ ନଦୀ ବନ୍ଧରେ ପାଲ ଟାଙ୍ଗୀ ରହୁଛନ୍ତି। ଅନ୍ୟପକ୍ଷରେ ପାଳସାହୀ ପଞ୍ଚାୟତର ଗଡଗଡି ଗାଁରେ ନଦୀବନ୍ଧକୁ ପାଣି ଛୁଇଁବା ଯୋଗୁଁ ଲୋକେ ବନ୍ଧ ଉପରେ ମାଟି ଓ ବାଲି ବସ୍ତା ପକାଉଛନ୍ତି। ତେବେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦେଖି ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।

ବନ୍ୟା ପାଣି ଯୋଗୁଁ ଅଞ୍ଚଳବାସୀ ଏଭଳି ଦୁର୍ଦ୍ଦଶାରେ ଥିବା ବେଳେ ସେମାନଙ୍କ ପାଖରେ ଏପର୍ଯ୍ୟନ୍ତ ପ୍ରଶାସନ ନ ପହଞ୍ଚିବା ଓ ସେମାନଙ୍କୁ ସହଯୋଗ ନ ମିଳିବା ଅତ୍ୟନ୍ତ ଦୁଖଦାୟକ। ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବେ ବୋଲି ଆଶା।

Disclaimer: This content has been automatically aggregated from television for informational purposes. To read the original article, please visit television.