Flood water: ଅଚ୍ୟୁତପୁର କାଜ ଡେଇଁଲା ବନ୍ୟା ଜଳ: ବାଲିପାଟଣାରେ ବନ୍ୟା ଆଶଙ୍କା, ମୁକାବିଲା ପାଇଁ ପ୍ରଶାସନ ସଜାଗ

Jul 31, 2026 - 08:09
Flood water: ଅଚ୍ୟୁତପୁର କାଜ ଡେଇଁଲା ବନ୍ୟା ଜଳ: ବାଲିପାଟଣାରେ ବନ୍ୟା ଆଶଙ୍କା, ମୁକାବିଲା ପାଇଁ ପ୍ରଶାସନ ସଜାଗ

"ବାଲିପାଟଣା: ଆଜି ଅପରାହ୍ଣରୁ ଭାର୍ଗବୀ ନଦୀ ବନ୍ୟାଜଳ ଅଚ୍ୟୁତପୁର କାଜ ଡେଇଁ ଧନୁଆ ନଈକୁ ଗଡ଼ିବା ଆରମ୍ଭ କରିଛି।

ଆସନ୍ତାକାଲି ସୁଦ୍ଧା ତଳ ଅଞ୍ଚଳରେ ଥିବା ବହୁ ଗାଁ"ରେ ପାଣି ମାଡ଼ିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।ବନ୍ୟା ଯୋଗୁ ଶହଶହ ହେକ୍ଟର ଧାନ ଓ ପରିବା ଫସଲ ଜଳମଗ୍ନ ହେବା ଆଶଙ୍କା ଘନେଇଛି।

ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା କରିବାକୁ ବାଲିପାଟଣା ବ୍ଲକ୍‌ ପ୍ରଶାସନ ସଜାଗ ହୋଇଛି।

ବନ୍ୟା ପାଇଁ ନୋଡାଲ୍‌ ଅଫିସର ଭାବେ ଜିଲ୍ଲା ପ୍ରକଳ୍ପ ଅଧିକରୀ ଜ୍ୟୋତିଶଙ୍କର ସାହୁ ବାଲିପାଟଣା ବ୍ଲକ ଦାୟିତ୍ୱରେ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଆଜି ରାତିରେ ବାଲିପାଟଣା ଆସି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି।

ବିଡିଓ ଶୁଭ୍ରାଂଶୁ ଶେଖର ପାଢ଼ୀ, ତହସିଲଦାର କଳ୍ପନା ଦାସ, ଅତିରିକ୍ତ ତହସିଲଦାର ସୌରଭ କୁମାର ବଡୁ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା.

ଶ୍ରୀକାନ୍ତ ବେହେରାଙ୍କ ସମେତ, ବିଦ୍ୟୁତ୍‌ , ଅଗ୍ନିଶମ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ର, ପାନୀୟ ଜଳ ଯୋଗାଣ ଏବଂ ବିଭିନ୍ନ ବିଭାଗ ସହ ଆଲୋଚନା କରିଛନ୍ତି।

Advertisment Blood Donation: ରକ୍ତ ନୁହେଁ, ଜଣେ ଯୁବକ ପାଇଁ ଦୌଡ଼ିଲା ମାନବିକତା!

ବାଲିପାଟଣାରେ ବନ୍ୟା ଆଶଙ୍କାମୁକାବିଲା ପାଇଁ ପ୍ରଶାସନ ସଜାଗ୭ ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର ବିଡିଓ ଶ୍ରୀ ପାଢ଼ୀଙ୍କ ସୂଚନା ଅନୁସାରେ ବିଭିନ୍ନ ବିଭାଗ ଏବଂ ଜନ ପ୍ରତିନିଧିଙ୍କ ସହ ବୈଠକ କରି ଆଲୋଚନା କରାଯାଇଛି।

ବିଭିନ୍ନ ବିଭାଗ, ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ  ବନ୍ୟା ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବାଲିପାଟଣା ବ୍ଲକ୍‌ର ପମ୍ପାଲୋ, ରାଜସ, ଆଳିସି ଶାସନ, କୁରୁଞ୍ଜିପୁର, ତୁରିନ୍ତିରା ଓ ସୋମଣାଶାସନ ଆଦି  ୬ ପଞ୍ଚାୟତର ୧୮ଟି ଗାଁ ବନ୍ୟାରେପ୍ରଭାବିତ ହୋଇଥାଏ।

ଗର୍ଭବତୀ ଓ ଅସୁସ୍ଥଙ୍କୁ ହସ୍ପିଟାଲ୍‌କୁ ସ୍ଥାନାନ୍ତର ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ କୁହାଯାଇଛି।

ଜଳବନ୍ଦୀ ଅଞ୍ଚଳରେ ଆବଶ୍ୟକ କ୍ଷେତ୍ରରେ ଯାତାୟାତ ପାଇଁ ୨ ଟି ବୋଟ୍‌ ପ୍ରସ୍ତୁତ କରି ରଖାଯାଇଛି।

କୁରଞ୍ଜିପୁର ପଞ୍ଚାୟତ ଓ ରାଜସ ପଞ୍ଚାୟତରେ ୨ଟି ବାତ୍ୟା ଆଶ୍ରୟସ୍ଥଳରେ ଆଲୋକ, ପାଣି ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସହ ପ୍ରସ୍୍ତୁତ କରାଯାଇଛି।

ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକାରୀ ଡା.

ବେହେରାଙ୍କ ସୂଚନା ଅନୁସାରେ ୭ ଜଣ ଆସନ୍ନ ପ୍ରସବାଙ୍କୁ ବିଭିନ୍ନ ମେଡିକାଲ ଏବଂ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ମେଡିକାଲ ୨ ଟି ଟିମ ସମ୍ପୂର୍ଣ ସଜାଗ ଅଛି।

ସାପକାମୁଡ଼ା ରୋଗୀଙ୍କ ପାଇଁ  ଇଞ୍ଜେକ୍ସନ ଉପଲବ୍ଧ ରହିଛି।

Horoscope 2026 July 31: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।