Flood In Keonjhar: ହାଟଡିହିରେ ବନ୍ୟା ବିଭୀଷିକା: ୩୧, ୭୮୦ ଲୋକ ପ୍ରଭାବିତ

Jul 29, 2026 - 23:02
Flood In Keonjhar: ହାଟଡିହିରେ ବନ୍ୟା ବିଭୀଷିକା: ୩୧, ୭୮୦ ଲୋକ ପ୍ରଭାବିତ

"ହାଟଡିହି (କିଶୋର ଆଚାର୍ଯ୍ୟ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି।

ବର୍ଷାର ପ୍ରକୋପ କମିଯାଇଛି।

କିନ୍ତୁ ବନ୍ୟା ପରିସ୍ଥିତିରେ ସୁଧାର ଆସି ପାରିନିl ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଅନେକ ଗ୍ରାମ ଜଳବନ୍ଦୀ ହୋଇପଡ଼ିଛିl ଲୋକଙ୍କ ଘର ଭିତରେ ବନ୍ୟା ଜଳ ଲହଡି ମାରୁଥିବା ବେଳେ ବିଭିନ୍ନ ଗ୍ରାମକୁ ଯୋଗାଯୋଗ ସମ୍ପୂର୍ଣ ଭାବେ ବିଛିନ୍ନ ହୋଇପଡିଛି।

Advertisment ବନ୍ୟା ଭୟରେ ଅନେକ ଲୋକ ମଙ୍ଗଳବାର ରାତିରୁ ଘରୁ ବାହାରକୁ ପଳାଇ ଆସିଥିଲେ।

ଡ଼ିମିରିଆ, ହାବଳେଶ୍ୱର,ଶାଳବଣି,ଜମ୍ଭରା, ଆଇତିପୁର, ସିଂଡୋଭ, ମଙ୍ଗରାଜପୁର, ଗେଡ଼ମା, ମଧୁପୁର, ରାଘବପୁର, ଜଳସରପୁର, ଅମୃତପୁର, ରତକଣା, ତରଭା, କରଗୋଳା, ସମଣା, ଚାପୁଣ୍ଡିଆ, ଅଣତିରା, ତେଲସିଙ୍ଗା ପ୍ରଭୃତି ଗ୍ରାମ ଜଳବନ୍ଦୀ ହୋଇପଡିଛି।

ରାସ୍ତାଉପରେ ପ୍ରାୟ ୫/୬ ଫୁଟ ଉଚ୍ଚତାର ବନ୍ୟା ଜଳ ପ୍ରବାହିତ ହେଉଛି।

ଯାତାୟାତ ସମ୍ପୂର୍ଣ ଭାବେ ବନ୍ଦ ହୋଇଯାଇଛି।

ବିଦ୍ୟୁତ ସରବରାହରେ ବିଭ୍ରାଟ ମଧ୍ୟ ଉପୁଜିଛି l  ବ୍ଲକ ଅଧୀନ ବନ୍ୟା ପ୍ରଭାବିତ ୯ଟି ପଞ୍ଚାୟତର ୪୦ଟି ଗ୍ରାମର ୩୧ ହଜାର ୭୮୦ ଜଣ ଲୋକ ପ୍ରଭାବିତ ହୋଇଛନ୍ତିl ସେଥି ମଧ୍ୟରୁ ୩୦ଟି ଗ୍ରାମ ସମ୍ପୂର୍ଣ ଭାବେ ପ୍ରଭାବିତ ହୋଇଥିବା ବେଳେ ୧୦ଟି ଗ୍ରାମ ଆଂଶିକ ଭାବେ ପ୍ରଭାବିତ ହୋଇଛି।

୧୨୭ ଜଣ ଛୋଟ ଛୁଆଙ୍କୁ ମିଶାଇ ଅଦ୍ୟାବଧି ମୋଟ ୧ ହଜାର ୬୭୨ ଜଣଙ୍କୁ ଉଦ୍ଧାର କରାଯାଇଛି।

ସେମାନଙ୍କୁ ୩ଟି ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୫ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ (ବିଦ୍ୟାଳୟ)ରେ ରଖାଯାଇଛି।

ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବାହିନୀ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ହାଟଡିହି ବିଡ଼ିଓ ରଞ୍ଜନ ପରିଡା କହିଛନ୍ତି ଯେ ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି।

ବ୍ଲକରେ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି।

ବାତ୍ୟା ଆଶ୍ରୟ ସ୍ଥଳୀରେ ଥିବା ଲୋକ ମାନଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି।

ବିଭିନ୍ନ ପଞ୍ଚାୟତରେ ସରକାରୀ କର୍ମଚାରୀ ମାନେ ନିୟୋଜିତ ଅଛନ୍ତି।

Flood In Odisha: ବନ୍ୟା ବଢ଼ାଉଛି ଚିନ୍ତା କେନ୍ଦୁଝର ସିଡିଓ କୁମାର ନାଗ ଭୂଷଣ, ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ତହସିଲଦାର ସଞ୍ଜୟ ସାମନ୍ତରାୟ, ବିଡ଼ିଓ ରଞ୍ଜନ କୁମାର ପରିଡା ପ୍ରମୁଖ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ସହ ସମୀକ୍ଷା କରିଛନ୍ତି।

ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ମଣ୍ଡଳ ସଭାପତି ହରମୋହନ ଶାସିନୀ, ଯୁଧିଷ୍ଠିର ମଲିକ ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଧରି ବିଭିନ୍ନ ବନ୍ୟା ଅଞ୍ଚଳ ଗ୍ରସ୍ତ କରି ପରିସ୍ଥିତି ଦିଗରେ ଅନୁଧ୍ୟାନ କରିବା ସହିତ ବିପନ୍ନ ମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।