Flood In Jajpur: ବନ୍ୟା କବଳରୁ ୨ ଗର୍ଭବତୀ ଉଦ୍ଧାର; ୮୦ ବର୍ଷୀୟ ବୃଦ୍ଧ ଗୁରୁତର
"ଦଶରଥପୁର (ଚନ୍ଦ୍ରଶେଖର ସାହୁ): ବୈତରଣୀର ଶାଖା ନଦୀ କାଣୀର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ଡୋଭାବିଲପାଟଣା ଠାରେ ୨ଟି ଘାଇ ସୃଷ୍ଟି ହେବା ଫଳରେ ତରପଦା ପଞ୍ଚାୟତର ଗଣ୍ଡକୁଳ, ତରପଦା ୧ ନମ୍ବର ଏବଂ ୨ ନମ୍ବର ୱାର୍ଡ଼ ସମ୍ପୂର୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।
Advertisment ପ୍ରଶାସନ କିମ୍ବା ଲୋକପ୍ରତିନିଧି ସେଠାରେ ପହଂଚିବା ସମ୍ଭବ ହୋଇପାରିନାହିଁ।
ଲୋକେ ବନ୍ୟାଜଳ ମାଡ଼ି ଆସିବାରୁ କିଏ ନିଜ ଛାତ ଉପରେ ତ ଆଉ କିଏ ପଡୋଶୀଙ୍କ ଛାତ ଉପରେ ଆଶ୍ରୟ ନେଇଥିବା ଦେଖାଯାଇଛି।
ଗତକାଲି ଠାରୁ ଖାଇନଥିବା ଅଭିଯୋଗ ହୋଇଛି।
ସବୁଠୁ ଆଶ୍ଚୟର କଥା ହେଉଛି ଛାତ ଉପରେ ୨ ଜଣ ଗର୍ଭବତୀ ରହିଥିବା ଖବର ପାଇ ଦଶରଥପୁର ଅଗ୍ନିଶମ ବାହିନୀ ବୋଟ ଦ୍ୱାରା ଘାଇ ମୁହାଣ ସ୍ଥାନରେ ପହଂଚି ଉଦ୍ଧାର କରାଯାଇଥିଲା।
ସେମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଛଡ଼ା ଯାଇଛି।
ଏହାଛଡା ୮୦ ବର୍ଷର ଜଣେ ବୃଦ୍ଧା ଘରୁ ଉଦ୍ଧାର କରି ଛାତ ଉପରକୁ ନେଉଥିବା ବେଳେ ତାଙ୍କ ଛାତିରେ ଆଘାତ ଲାଗି ପ୍ରାୟ ୪ ଇଞ୍ଚ ଛାତି ଚିରି ହୋଇଯାଇଛି।
ଖାଲି ଏହି ପରିବାର ନୁହେଁ ଏକାଧିକ ପରିବାର ଏମିତି ଅବସ୍ଥାରେ ରହିଥିବା ଜଣାପଡିଛି।
ଏଭଳି ଅବସ୍ଥାରେ ଲୋକେ ରହିଥିବା ଦେଖିବାକୁ ମିଳିଛି।
ମୁକାବିଲା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଚ ପାଲଟିଛି।
ଅହିୟାସ-ତରପଦା ମୁଖ୍ୟ ରାସ୍ତାରେ ପ୍ରାୟ ୪ ଫୁଟ ଉଚ୍ଚତାରେ ବନ୍ୟା ସ୍ରୋତ ପ୍ରବାହିତ ହେବାରୁ ୨ ଟି ୱାର୍ଡ଼ ର ଲୋକେ ପଦାକୁ ବାହାରି ପାରୁନାହାନ୍ତି।
ସ୍ଥାନୀୟ ଯୁବକମାନେ ରଶି ଲଗାଇ ଯାତାୟାତ କରିବାକୁ ଚେଷ୍ଟା କରୁଥିବାବେଳେ ଏହା ସମ୍ଭବ ହୋଇପାରୁନାହିଁ।
ତରପଦା ୧ ଏବଂ ୨ ନମ୍ୱର ୱାର୍ଡ଼ର ବୃଦ୍ଧ, ବୃଦ୍ଧା, ଛୋଟ ପିଲା, ରୋଗୀ, ଗର୍ଭବତୀଙ୍କୁ ଉଦ୍ଧାର କରିବା ଏବଂ ୨ ଦିନ ହେଲା ଲୋକ ଓପାସରେ ରହିଥିବାରୁ ସେମାନଙ୍କୁ ଉଦ୍ଧାର ଏବଂ ଖାଦ୍ୟ ପହଂଚାଇବା ପ୍ରଶାସନ ପାଇଁ ଚ୍ୟାଲେଞ୍ଚ ସାଜିଛି।
Rain In Odisha: ୩୦ ହଜାର ଲୋକ ଜଳବନ୍ଦି; ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜସ୍ୱ ମନ୍ତ୍ରୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।