Flood Assistance: ଓଡ଼ିଶାକୁ ୫୦୦ କୋଟିର ବନ୍ୟା ସହାୟତା ଦେଲା କେନ୍ଦ୍ର
"ନୂଆଦିଲ୍ଲୀ/ଭୁବନେଶ୍ବର: ଓଡ଼ିଶାରେ ନିକଟରେ ହୋଇଥିବା ବନ୍ୟାଜନିତ କ୍ଷତିପୂରଣ ପାଇଁ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି।
କେନ୍ଦ୍ର ସରକାର ଏହି ସହାୟତା ରାତି ଏସ୍ଡିଆରଏଫ୍କୁ ସହାୟତା ଦେଇଛନ୍ତି।
କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସହକାରିତା ମନ୍ତ୍ରୀ ଅମିତ ଶାହ ବନ୍ୟା ଜନିତ ସହାୟତାକୁ ମଞ୍ଜୁରି ଦେଇଛନ୍ତି।
Advertisment ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୭ଟି ବନ୍ୟା ପ୍ରଭାବିତ ରାଜ୍ୟକୁ ୨,୧୧୭.୮୫ କୋଟି ଟଙ୍କା ବନ୍ୟା ସହାୟତା ପ୍ରଦାନ କରିଛନ୍ତି।
ଏହି ୭ଟି ରାଜ୍ୟ ମଧ୍ୟରେ ଅରୁଣାଚଳ ପ୍ରଦେଶ, ଆସାମ, ଗୁଜରାଟ, ମହାରାଷ୍ଟ, ଓଡ଼ିଶା, ହିମାଚଳ ପ୍ରଦେଶ ଏବଂ ନାଗାଲାଣ୍ଡ ସାମିଲ ଅଛି।
କେନ୍ଦ୍ର ସରକାର ଅରୁଣାଚଳ ପ୍ରଦେଶକୁ ୪୪.୫୫ କୋଟି ଟଙ୍କା, ଆସାମକୁ ୩୭୯.୩୫ କୋଟି ଟଙ୍କା, ଗୁଜରାଟକୁ ୫୦୦ କୋଟି ଟଙ୍କା, ମହାରାଷ୍ଟ୍ରକୁ ୫୦୦ କୋଟି ଟଙ୍କା, ଓଡ଼ିଶାକୁ ୫୦୦ କୋଟି ଟଙ୍କା, ହିମାଚଳ ପ୍ରଦେଶକୁ ୧୯୩.୯୫ କୋଟି ଟଙ୍କା ବନ୍ୟା ସହାତୟା ମିଳିଛି।
Administration failed: ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିବାରେ ପ୍ରଶାସନ ବିଫଳ: ବରୀ ବିଧାୟକ ଚଳିତ ସପ୍ତାହରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ପରେ ବନ୍ୟା ଯୋଗୁଁ କେନ୍ଦୁଝର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବଡ଼ଧରଣର ବନ୍ୟା ହୋଇଛି।
ସେହିପରି ବାଲେଶ୍ବର ଏବଂ ମୟୂରଭଂଜ ଜିଲ୍ଲାର କିଛି ଅଞ୍ଚଳରେ ବନ୍ୟା ହୋଇଛି।
ବୈତରଣୀ, ବ୍ରାହ୍ମଣୀ, ସାଳନ୍ଦୀ, ବୁଢାବଳଙ୍ଗରେ ବନ୍ୟା ଯୋଗୁଁ ଲୋକେ ବ୍ୟାପକ ପ୍ରଭାବିତ ହୋଇଛନ୍ତି।
ଚାଷଜମିକୁ ବ୍ୟାପକ କ୍ଷତିପହଞ୍ଚାଇଛି।
ସେହିପରି ହଜାର ହଜାର ଘରଦ୍ବାର ଭାଙ୍ଗିଥିବା ବେଳେ ଶହଶହ ଗାଈଗୋରୁ ମଧ୍ୟ ପ୍ରଭାବିତ ହୋଇଛନ୍ତି।
ମୌସୁମୀ ବର୍ଷା ବିତ୍ପାତରେ ଦେଶର ବିଭିନ୍ନ ରାଜ୍ୟ ବନ୍ୟା କବଳିତ ହୋଇଛନ୍ତି।
ଏହି ପରିସ୍ଥିତିରେ ଆବଶ୍ୟକ ରିଲିଫ, ଉଦ୍ଧାର ଓ ପୁନର୍ବାସ ସହାୟତା ଯୋଗାଇବାକୁ କେନ୍ଦ୍ର ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି।
ଏହିକ୍ରମରେ ୨ ହଜାର ୧୧୭ କୋଟି ୮୫ ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ମଞ୍ଜୁର କରାଯାଇଛି।
ଏହା ରାଜ୍ୟଗୁଡ଼ିକର ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ କେନ୍ଦ୍ରୀୟ ଅବଦାନ ଭାବେ ପ୍ରଦାନ କରାଯିବ।
ଏ ଭିତରେ ସାତୋଟି ବନ୍ୟା ପ୍ରଭାବିତ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସ୍ଡିଆର୍ଏଫ୍)ଙ୍କୁ ପ୍ରଥମ କିସ୍ତି କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଥିବା ବେଳେ ହିମାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ ଓ ଓଡ଼ିଶାକୁ ଦ୍ୱିତୀୟ କିସ୍ତି ଅର୍ଥରାଶି ମଞ୍ଜୁର କରାଯାଇଛି।
ଓଡ଼ିଶା ପାଇଁ ମଞ୍ଜୁର ହୋଇଥିବା ସହାୟତା ରାଶିର ପରିମାଣ ରହିଛି ୫୦୦ କୋଟି ଟଙ୍କା।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ନେଇ ଏକ ବିବୃତ୍ତିରେ ସ୍ପଷ୍ଟ କରିଛି।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଚଳିତ ବର୍ଷ ମୌସୁମୀ ଋତୁ ଆରମ୍ଭରୁ ହିଁ ଭାରତ ସରକାର ରାଜ୍ୟ ସରକାରଗୁଡ଼ିକ ସହ ପ୍ରତ୍ୟକ୍ଷ ସମନ୍ୱୟ ରଖି ବନ୍ୟା ପରିସ୍ଥିତି ଉପରେ କ୍ରମାଗତ ନଜର ରଖିଛନ୍ତି।
ଆବଶ୍ୟକ ସ୍ଥଳେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ପୂର୍ବ-ମୁତ୍ତୟନ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଲଜିଷ୍ଟିକାଲ୍ ସହାୟତା ସମେତ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଇଛନ୍ତି।
କ୍ଷୟକ୍ଷତିର ଆକଳନ କରିବା ପାଇଁ ଅରୁଣାଚଳ ପ୍ରଦେଶ ଏବଂ ଆସାମକୁ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ (ଆଇଏମ୍ସିଟି) ଗସ୍ତ କରିଛନ୍ତି।
ବନ୍ୟା ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆସାମ ପାଇଁ ଦୁଇଟି କେନ୍ଦ୍ରୀୟ ଟିମ୍ ଗଠନ କରାଯାଇଛି।
ସେହିପରି ନାଗାଲାଣ୍ଡ ସରକାରଙ୍କ ଅନୁରୋଧ କ୍ରମେ ସେହି ରାଜ୍ୟ ପାଇଁ ମଧ୍ୟ ଗୋଟିଏ କେନ୍ଦ୍ରୀୟ ଗଠନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ଏହି ବିବୃତ୍ତିରେ ସୂଚିତ କରାଯାଇଛି।
ଏହା ବ୍ୟତୀତ, ରିଲିଫ୍ ସମ୍ବନ୍ଧୀୟ ସମ୍ବଳର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ପ୍ରଯୁଜ୍ୟ ନିର୍ଦ୍ଦେଶାବଳୀ ଅଧୀନରେ ଥିବା ନଥିପତ୍ର ଆବଶ୍ୟକତାକୁ କୋହଳ କରି ଅରୁଣାଚଳ ପ୍ରଦେଶ, ଆସାମ, ଗୁଜରାଟ ଏବଂ ମହାରାଷ୍ଟ୍ର ଏସ୍ଡିଆର୍ଏଫ ପାଇଁ କେନ୍ଦ୍ରୀୟ ଭାଗର ପ୍ରଥମ କିସ୍ତିର ଅଗ୍ରିମ ରାଶି ମଧ୍ୟ ମଞ୍ଜୁର କରାଯାଇଛି।
ପ୍ରଭାବିତ ରାଜ୍ୟଗୁଡ଼ିକ ପାଇଁ ମଞ୍ଜୁର ହୋଇଥିବା ସହାୟତା ମଧ୍ୟରେ ୨୦୨୬-୨୭ ଆର୍ଥିକ ବର୍ଷ ଏସ୍ଡିଆର୍ଏଫ ପାଇଁ କେନ୍ଦ୍ରୀୟ ଭାଗର ପ୍ରଥମ କିସ୍ତିକୁ ଅଗ୍ରୀମ ଭାବେ ଅରୁଣାଚଳ ପ୍ରଦେଶକୁ ପ୍ରଦାନ କରାଯାଇଛି।
ଏହାର ପରିମାଣ ୪୪.୫୫ କୋଟି ଟଙ୍କା।
ସେହିପରି ପ୍ରଥମ କିସ୍ତୀର ଅଗ୍ରୀମ ଭାବେ ଆସାମକୁ ୩୭୯.୩୫ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଗୁଜରାଟ ପାଇଁ ୫୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି।
୨୦୨୬-୨୭ ଏସ୍ଡିଆର୍ଏଫ୍ ପାଇଁ ପ୍ରଥମ କିସ୍ତି ପାଇସାରିଥିବା ହିମାଚଳ ପ୍ରଦେଶକୁ କେନ୍ଦ୍ରୀୟ ଭାଗର ଦ୍ୱିତୀୟ କିସ୍ତିର ଅଗ୍ରୀମ ଭାବେ ୧୯୩.୯୫ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ମହାରାଷ୍ଟ୍ର ପାଇଁ ପ୍ରଥମ କିସ୍ତିର ଅଗ୍ରୀମ ଭାବେ ୫୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି।
ଏହି ଅନୁମୋଦନ ସହିତ, ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକର ଚାଲୁ ରହିଥିବା ରିଲିଫ୍ ଏବଂ ପ୍ରତିକ୍ରିୟାମୂଳକ ପଦକ୍ଷେପକୁ ସୁଦୃଢ଼ କରିବା ପାଇଁ ମୋଟ ୨,୧୧୭.୮୫ କୋଟି ଟଙ୍କା ଉପଲବ୍ଧ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।