Flood: ମହାନଦୀ ଉପରମୁଣ୍ଡରେ ବନ୍ୟା ବିଭୀଷିକା: ଓଡ଼ିଶାର ସୀମାନ୍ତ ଗାଁ’କୁ ଛୁଇଁଲା ବନ୍ୟାପାଣି

Aug 01, 2026 - 05:27
Flood: ମହାନଦୀ ଉପରମୁଣ୍ଡରେ ବନ୍ୟା ବିଭୀଷିକା: ଓଡ଼ିଶାର ସୀମାନ୍ତ ଗାଁ’କୁ ଛୁଇଁଲା ବନ୍ୟାପାଣି

"ଝାରସୁଗୁଡ଼ା: ଲଗାଣ ବର୍ଷା ପାଇଁ ମହାନଦୀର ଉପରମୁଣ୍ଡ ଓଡ଼ିଶା ସୀମାବର୍ତ୍ତୀ ଛତିଶଗଡ଼ରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି ହୋଇଛି।

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ ପାଖାପାଖି ପହଞ୍ଚିବା ପରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍‌ ଓ ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳର ସୀମାବର୍ତ୍ତୀ ଗାଁଗୁଡ଼ିକରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।

ଉପରମୁଣ୍ଡରୁ ଜଳପ୍ରବାହ ମାତ୍ରା ବୃଦ୍ଧି ପାଉଥିବାରୁ ହୀରାକୁଦର ୨୨ଟି ଗେଟ୍ ଖୋଲିବା ପରେ ମଧ୍ୟ ବନ୍ୟା ଆଶଙ୍କା ଟଳିନାହିଁ।

ସୀମାନ୍ତ ସେମିଲିଆ, ଚିଖିଲି, ମହୁଲପାଲି ସମେତ ଆଖପାଖ ଗାଁଗୁଡ଼ିକର ଚାଷଜମିକୁ ବନ୍ୟାପାଣି ଘେରିସାରିଛି।

ଏହାକୁ ନେଇ ଉଭୟ ଜିଲ୍ଲାର ପ୍ରାୟ ୧୨ଟି ଗାଁରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ସ୍ଥିତି ଅନୁଧ୍ୟାନ ପାଇଁ ଆଜି ରାତିରେ ସେମିଲିଆ ସମେତ ପ୍ରଭାବିତ ଗାଁ"ଗୁଡ଼ିକରେ ଜିଲ୍ଲାପାଳ ପହଞ୍ଚିଛନ୍ତି।Advertisment Horoscope 2026 August 01: ଜାଣନ୍ତୁ ଆଜିର ରାଶିଫଳ...

ଗତ ମଙ୍ଗଳବାରରୁ ଶୁକ୍ରବାର ମଧ୍ୟରେ ହୀରାକୁଦର ଉପରମୁଣ୍ଡ ଛତିଶଗଡ଼ରେ ହୋଇଥିବା ପ୍ରବଳ ବର୍ଷା ପାଇଁ ମହାନଦୀ କରାଳ ରୂପ ଧାରଣ କରିଛି।

ଗତ ୩ ଦିନ ହେଲା କ୍ରମାଗତ ଭାବେ ହୀରାକୁଦକୁ ଜଳପ୍ରବାହର ମାତ୍ରା ବଢ଼ିବାରେ ଲାଗିଥିବା ବେଳେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ତାହା ୪ ଲକ୍ଷ ୨୩ ହଜାର କ୍ୟୁସେକ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇଲାଣି।

ଆଜି ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରକୁ ୩ ଲକ୍ଷ ୮୬ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ଜଳସ୍ତର ୬୨୪ ଫୁଟ ରହିଥିଲା।

ଛତିଶଗଡ଼ର ୬ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସାଂଘାତିକ ଥିବା ବେଳେ ଓଡ଼ିଶା ସୀମାବର୍ତ୍ତୀ ଝାରସୁଗୁଡ଼ା ଜିଲ୍ଲାର ଚିଖିଲି, ସେମିଲିଆ, ଶୁଖାସୋଢ଼ା, ମହୁଲପାଲି ଆଦି ଗାଁ"ଗୁଡ଼ିକ ନିକଟରେ ବନ୍ୟାପାଣି ପହଞ୍ଚି ଚାଷଜମିକୁ ବୁଡ଼ାଇ ଦେଇଛି।

ଆଜି ଦିନ ୧୧ଟାରୁ ଅପରାହ୍ଣ ମଧ୍ୟରେ ଏକାଧିକ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରର ମୋଟ୍ ୨୨ଟି ଗେଟ୍ ଖୋଲାଯିବା ପରେ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ।

ଜଳପ୍ରବେଶର ମାତ୍ରା ବଢ଼ିବାରେ ଲାଗିଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି।

ସ୍ଥିତି ପରଖିବା ପାଇଁ ଆଜି ରାତିରେ ଜିଲ୍ଲାପାଳ କୁଣାଳ ମୋତିରାମ ଚହ୍ବାଣ ସେମିଲିଆ, ଚିଖିଲି ସମେତ ଆଖପାଖ ଗାଁରେ ପହଞ୍ଚିଛନ୍ତି।

ପଶ୍ଚିମ ଏସିଆ ସଂଘର୍ଷରେ ୧୬ ଭାରତୀୟଙ୍କ ମୃତ୍ୟୁ; ମୃତକଙ୍କ ମଧ୍ୟରେ ୧୦ ଜଣ ବାଣିଜ୍ୟିକ ଜାହାଜ ନାବିକ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।