Flood: ଦଶରଥପୁରରେ ଭିନ୍ନ ଦୃଶ୍ୟ: ଦୁଇ ରୋଗୀଙ୍କୁ ଧରି ଘାଇ ମୁହଁରେ ବିତୁଛି ଜୀବନ
"ଦଶରଥପୁର: ସୁ ସୁ କରି ହଠାତ ମାଡ଼ି ଆସିଲା ବନ୍ୟାଜଳ।
କେହି କିଛି ଜାଣିବା ଆଗରୁ ଘରେ ପଶିଗଲା ବନ୍ୟା ଜଳ।
ଦିନ ପ୍ରାୟ ୨ ଟା ସମୟରେ ବୈତରଣୀ ନଦୀ ଶାଖା କାଣୀ ନଦୀର ତରପଦା ପଂଚାୟତ ଡୋଭାଵିଲ ପାଟଣା ଠାରେ ୨ଟି ଘାଇ ହେବା ପରେ ଗାଁରେ ପଶିଥିଲା ବନ୍ୟା ଜଳ।
ଲୋକେ ଖାଇବା ପୂର୍ବରୁ ବନ୍ୟା ଜଳ ମାଡ଼ି ଆସିବାରୁ ଆସବାବପତ୍ର ସୁରକ୍ଷିତ ସ୍ଥାନକୁ ନେବା ସମ୍ଭବ ହୋଇନଥିଲା।
କିନ୍ତୁ ଏହାରି ଭିତରେ ଦେଖବାକୁ ମିଳିଛି ଲୋମଟାଙ୍କୁରା ଦୃଶ୍ୟ।
ଗୋଟିଏ ଘରେ ୨ ଜଣ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ସୁରକ୍ଷା ପରିବାର ପାଇଁ ଚ୍ୟାଲେଞ୍ଜ ପାଲଟିଥିଲା।
ଦୁଇ ଦୁଇଟି ରୋଗୀଙ୍କୁ ଧରି ଘାଇ ମୁହଁରେ ବିତୁଛି ଜୀବନ।Advertisment ପଲଙ୍କ ତଳେ ୨ ଫୁଟ ବନ୍ୟା ପାଣି ଏକ ସଡ଼କ ଦୁର୍ଘଟଣାରେ ଭୋଳା ଶଙ୍କର ପଣ୍ଡା (୨୫)ଙ୍କ ମାନସିକ ବିକୃତି ହେବା ସହିତ ଶରୀରରେ ବହୁ କ୍ଷତାକ୍ତ ରହିଛି।
ସେହିପରି ପ୍ରତୀକ୍ଷା ପ୍ରିୟଦର୍ଶିନୀ କର (୧୯)ଙ୍କର ମଧ୍ୟ ଏକ ବିବାହ ଭୋଜିରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯାଇଛି।
ଘର ପଲଙ୍କ ଉପରେ ପ୍ରତୀକ୍ଷା ପଲଙ୍କ ତଳେ ୨ ଫୁଟ ବନ୍ୟା ପାଣି।
ସେହିପରି ମାନସିକ ରୋଗୀ ଭୋଳାଙ୍କୁ ଛାତ ଉପରେ ରଖିଛନ୍ତି ପରିବାର ଲୋକ।
ତାଙ୍କୁ ସୁରକ୍ଷିତ ସ୍ଥାନ ନେବାକୁ ସମୟ ପାଇନଥିବା ପରିବାର ଲୋକେ କହିଛନ୍ତି।
କିଛି ସମୟ ପରେ ଚତୁଃପାର୍ଶ୍ଵରେ ପାଣି ହୋଇଯିବାରୁ ଖାଇବା ପିଇବା ସମ୍ଭବ ହୋଇନଥିଲା।
ଖାଲି ସେତିକି ନୁହେଁ ପଡ଼ୋଶୀ ରାମମଣୀ ପଣ୍ଡା (୭୪)ଙ୍କୁ ମଧ୍ୟ ଆନନ୍ଦ ଚନ୍ଦ୍ର କର ନିଜ ଛାତ ଉପରେ ଆଶ୍ରୟ ଦେଇଛନ୍ତି।
Rescued: ମନ୍ଦିର ଚୁଡ଼ାରୁ ମାନସିକ ବିକୃତ ଉଦ୍ଧାର, ଅଗ୍ନିଶମ ବାହିନୀ ନାକେଦମ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।