Welcome!

Unlock your personalized experience.
Sign Up

Flood: କାଂଶବାଂଶ ବନ୍ୟା ମନୁଷ୍ୟକୃତ! ଯନ୍ତ୍ରଣା ଭୋଗୁଛନ୍ତି ୩୦ ହଜାର ଲୋକ

Jul 19, 2026 - 04:13
Flood: କାଂଶବାଂଶ ବନ୍ୟା ମନୁଷ୍ୟକୃତ! ଯନ୍ତ୍ରଣା ଭୋଗୁଛନ୍ତି ୩୦ ହଜାର ଲୋକ

ଅଭୟ ପତ୍ରୀ

ସୋର: ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍‌ ଡୁଙ୍ଗୁରାରୁ ବାହାରିଛି କାଂଶବାଂଶ ନଦୀ। ବାହାନଗା ବ୍ଲକ୍‌ର ଖରାସାହାପୁର ଓ ସୋର ଦେଇ ପ୍ରବାହିତ ହେବାପରେ ଏହା ବଙ୍ଗୋପସାଗରରେ ମିଶିଛି। ପୂର୍ବରୁ ଏହି ନଦୀ ଅଞ୍ଚଳବାସୀଙ୍କ ପାଇଁ ବରଦାନ ଥିଲା। ଲୋକେ ନଈକୂଳରେ ବିଭିନ୍ନ ଚାଷ ସହ ମାଛମାରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ, ଏବେ ନଦୀ ଲୋକଙ୍କୁ କଷଣ ଦେଉଛି। କାଂଶବାଂଶରେ ବନ୍ୟା ଆସି ଆଖପାଖ ୧୦ଟି ପଞ୍ଚାୟତର ୩୦ ହଜାର ଲୋକଙ୍କୁ କଲବଲ କରୁଛି। କୁହାଯାଉଛି ଯେ, ପ୍ରତିବର୍ଷ ଯେଉଁ ବନ୍ୟା ଆସୁଛି ତାହା ମନୁଷ୍ୟକୃତ।

Farmers: ରାସ୍ତାକଡ଼ରେ ବିପଦଶଙ୍କୁଳ ଅବସ୍ଥାରେ ବସି ପରିବା ବିକ୍ରି କରୁଛନ୍ତି ଚାଷୀ

କାଂଶବାଂଶରେ ନିୟମିତ ବନ୍ୟା ଆସିବାପାଇଁ କେତେକ ନିର୍ଦ୍ଦିଷ୍ଟ କାରଣକୁ ଦାୟୀ କରାଯାଉଛି। ପ୍ରଥମତଃ, ନଦୀଶଯ୍ୟା ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି। ଲୋକେ ନଦୀଶଯ୍ୟାକୁ ଜବରଦଖଲ କରି ଘରଦ୍ବାର, ଦୋକାନ କରିଛନ୍ତି। ନଦୀକୁ ସଂଯୋଗ କରୁଥିବା ୧୦ରୁ ଅଧିକ ପ୍ରମୁଖ ନାଳ ପୋତି ହୋଇଗଲାଣି। ଯେଉଁଥିପାଇଁ ନଦୀର ଜଳଧାରଣ କ୍ଷମତା କମୁଛି। ସମୁଦ୍ରକୁ ଜଳ ନିଷ୍କାସନରେ ବାଧା ଉପୁଜୁଛି। ସେହିପରି ନଦୀ ପାର୍ଶ୍ବରେ ରାସ୍ତା ନିର୍ମାଣ ସମୟରେ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଡ୍ରେନେଜ୍‌ ବିଭାଗର ସମନ୍ୱୟ ରହୁନି। ବର୍ଷାଜଳ କେମିତି ନିଷ୍କାସିତ ହେବ ସେନେଇ ଗୁରୁତ୍ବ ଦିଆଯାଉନି। ଏସବୁ ସମସ୍ୟା ପାଇଁ ବର୍ଷା ଦିନେ କାଂଶବାଂଶ ଉଛୁଳି ଆଖପାଖ ଅଞ୍ଚଳରେ ପାଣି ପଶୁଛି। ଯେଉଁଥିପାଇଁ ସୋର ବ୍ଲକ୍‌ର ତଳନଗର, ସବିରା, ମଧୁସୂଦନପୁର, ପାଖର, ଅନନ୍ତପୁର, ଗୁଡ଼, ତେଣ୍ଟେଇ ଆଦି ୧୦ଟି ପଞ୍ଚାୟତର ୨ ଶହରୁ ଅଧିକ ଗାଁର ପ୍ରାୟ ୩୦ ହଜାର ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି। 

ଯନ୍ତ୍ରଣା ଭୋଗୁଛନ୍ତି ୩୦ ହଜାର ଲୋକ
ନଦୀ ସଂସ୍କାର ଯୋଜନା ଭେଳିକି
୧୦ ବର୍ଷ ହେବ ପ୍ରସ୍ତାବ ପାରିତ ହେଉନି

Weekly Horoscope 2026 July 19 to 25: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ପ୍ରତିବର୍ଷ କାଂଶବାଂଶ ବନ୍ୟା ଯୋଗୁ ଆହାରପୁର-ଗୁଡ଼ ମୁଖ୍ୟରାସ୍ତାର ଘୁସୁରା ପୋଲ ବୁଡ଼ିଯାଉଛି। ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେଉଛି। ସୋର ବ୍ଲକ୍‌ କେଦାରପୁର ପଞ୍ଚାୟତ ଅଧୀନ ବାଣିସିଆ ନାୟକସାହି ଓ ବେହେରା ସାହିର କଂକ୍ରିଟ୍‌ ରାସ୍ତା ବନ୍ୟାରେ ଧୋଇଗଲାଣି। ଏଠାରେ ଯଦି ବନ୍ଧ ଭାଙ୍ଗେ, କେଦାରପୁର ପଞ୍ଚାୟତର ଅନେକ ଗାଁ ବୁଡ଼ିଯିବାର ଆଶଙ୍କା ରହିଛି। କିଛି ବୁଦ୍ଧିଜୀବୀଙ୍କ ମତରେ, କାଂଶବାଂଶ ନଦୀ ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବା ଜରୁରି ହୋଇପଡ଼ିଛି। ଘୁସୁରା ପୋଲ ନିକଟରେ ୪୮୦ ମିଟରର ଏକ ସୁଉଚ୍ଚ ପୋଲ ନିର୍ମାଣ ଆବଶ୍ୟକ। ୧୦ ବର୍ଷ ତଳେ କାଂଶବାଂଶ ସଂସ୍କାର ନେଇ ଏକାଧିକ ପ୍ରସ୍ତାବ ସରକାରଙ୍କ ପାଖକୁ ଯାଇଥିଲେ ମଧ୍ୟ ଏଯାଏଁ ଏହାକୁ ସବୁଜସଂକେତ ମିଳିନି।  ଉଲ୍ଲେଖଯୋଗ୍ୟ, ଗତ ୧୩ରୁ ୧୬ ତାରିଖ ଯାଏଁ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ କାଂଶବାଂଶରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ବନ୍ୟାଜଳ ତଳନଗର ପଞ୍ଚାୟତର  ୧୪ଟି ଗାଁରେ ପଶିଛି। ୩ ହଜାରରୁ ଅଧିକ ଲୋକ ୪ ଦିନ ହେବ ଜଳବନ୍ଦି ଅବସ୍ଥାରେ ଅଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।