Fire: ବେଲପାହାଡ଼ ରେଳ ଫାଟକ ନିକଟସ୍ଥ ଏସବିଆଇ ଏଟିଏମ୍‌ରେ ଅଗ୍ନିକାଣ୍ଡ

Jul 20, 2026 - 10:32
Fire: ବେଲପାହାଡ଼ ରେଳ ଫାଟକ ନିକଟସ୍ଥ ଏସବିଆଇ ଏଟିଏମ୍‌ରେ ଅଗ୍ନିକାଣ୍ଡ

"ବେଲପାହାଡ଼: ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଳ ଫାଟକ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଏକଏଟିଏମ୍‌ରେ ସକାଳେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।ସ୍ଥାନୀୟ ଲୋକମାନେ ଧୂଆଁ ଓ ନିଆଁ ଦେଖି ତୁରନ୍ତ ଟିଆରଏଲ୍ କ୍ରୋସାକି ଦମକଳ ବାହିନୀକୁ ସୂଚନା ଦେଇଥିଲେ।

ଖବର ପାଇବା ମାତ୍ରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ।ଦମକଳ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ନିଆଁକୁ ଅଳ୍ପ ସମୟ ମଧ୍ୟରେ ଆୟତ୍ତ କରାଯାଇଥିଲା।

ଫଳରେ ନିଆଁ ନିକଟସ୍ଥ ଦୋକାନ କିମ୍ବା ଅନ୍ୟ ସମ୍ପତ୍ତିକୁ ବ୍ୟାପିବା ପୂର୍ବରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ଏବଂ ଏକ ବଡ଼ ଦୁର୍ଘଟଣା ଏଡ଼ାଯାଇଥିଲା।Advertisment ଏଟିଏମ୍‌ର କିଛି ଅଂଶ କ୍ଷତିଗ୍ରସ୍ତ ପ୍ରାଥମିକ ସୂଚନା ଅନୁସାରେ, ଏହି ଅଗ୍ନିକାଣ୍ଡରେ ଏଟିଏମ୍‌ର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି।

ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ସଠିକ୍ ପରିମାଣ ସମ୍ପର୍କରେ ଅଧିକାରୀମାନେ ତଦନ୍ତ କରୁଛନ୍ତି।ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜୀବନହାନି କିମ୍ବା ଆହତ ହେବାର ସୂଚନା ମିଳିନାହିଁ।

ସ୍ଥାନୀୟ ଲୋକମାନେ TRL କ୍ରୋସାକି ଦମକଳ ବାହିନୀର ତ୍ୱରିତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

Lightning Strike: ବଜ୍ରାଘାତରେ ୩ ଜଣ ଗୁରୁତର, ୫ ଆହତ ଓ ୩ ଛେଳି ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।