Fire Incident: ପବ୍ରେ ଭୟଙ୍କର ଅଗ୍ନିକାଣ୍ଡ; ଚାଲିଗଲା ୨୭ ଜୀବନ, ନଥିଲା ଏକଜିଟ୍ ଗେଟ୍, ଟଏଲଟ୍ ଆଡ଼କୁ ଦୌଡ଼ିଲେ ଲୋକ
ନୂଆଦିଲ୍ଲୀ,୧୩/୦୭; ଭୀଷଣ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଲା ପବ୍ । ଜଳିଗଲେ ଲୋକ । ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକରେ ଏକ ପବ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦୁର୍ଘଟଣାରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୩ ଜଣ ଆହତ ହୋଇଛନ୍ତି । ଲୋକମାନେ ନିଆଁରୁ ରକ୍ଷା ପାଇବା ପାଇଁ ପବ୍ର ଶୌଚାଳୟ ଆଡ଼କୁ ଜୀବନ ବିକଳରେ ଦୌଡ଼ୁଥିବାର ଭୟଙ୍କର ଭିଡ଼ିଓ ଦେଖିବାକୁ ମିଳିଛି । ପବରେ ଏଗଜିଟ୍ ଗେଟ୍ ନଥିଲା । ନିଆଁ ଲାଗିବା ପରେ ଲୋକମାନେ ପବ୍ରୁ ବାହାରି ପାରିନଥିଲା ।
ଏହା ବି ପଢନ୍ତୁ...ଇରାନର ଆଗାମୀ ଟାର୍ଗେଟ କିଏ ? ହିଟ୍ ଲିଷ୍ଟରେ ଏହି ସବୁ ନେତା, ଖବର କାଗଜରେ ଜାରି ହେଲା ତାଲିକା…
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।